Advertisment

Massive Blast: ବାଣ କାରଖାନାରେ ବିସ୍ଫୋରଣ: ୨୦ ମୃତ, ୮ ଗୁରୁତର

ଆନ୍ଧ୍ର ପ୍ରଦେଶର କାକିନାଡାର ବେଟଲାପଲେମ ଗାଁରେ ସୂର୍ଯ୍ୟ ଶ୍ରୀ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ୧୮ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

Kaki
Advertisment

ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାର ବେଟଲାପଲେମ ଗାଁରେ ‘ସୂର୍ଯ୍ୟ ଶ୍ରୀ ବାଣ କାରଖାନା’ରେ ଶନିବାର ବିସ୍ଫୋରଣ ଘଟି ୨୦ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। 

Advertisment

ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କିଛି ମୃତଦେହ ନିକଟସ୍ଥ ଚାଷ ଜମିରେ ଯାଇ ପଡ଼ିଥିଲା। କିଛି ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଛି। 

ଗୁରୁତର ଆହତମାନଙ୍କୁ କାକିନାଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ୯୦ରୁ ୧୦୦ ପ୍ରତିଶତ ପୋଡ଼ିଯାଇଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ସେମାନଙ୍କୁ ଚିକିତ୍ସା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  

Advertisment

ବିସ୍ଫୋରଣ ପରେ ପୂରା ଅଞ୍ଚଳ କଳା ଧୂଆଁରେ ଭରି ଯାଇଥିଲା। କାରଖାନାଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ପୁଲିସ୍, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଯାଇଥିଲା। 

ଘଟଣାସ୍ଥଳ ପାଖରେ ଥିବା ଧାନ କ୍ଷେତଗୁଡ଼ିକରେ କିଛି ମୃତଶରୀର ପଡ଼ିଥିଲା। କିଛି ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଛି। ମୃତକଙ୍କ ଶରୀରରୁ ଅଲଗା ହୋଇ ଧାନକ୍ଷେତରେ ପଡ଼ିଥିବା ଅଙ୍ଗଗୁଡ଼ିକୁ ଠାବ କରିବାକୁ ପୁଲିସ୍ ଡ୍ରୋନ୍‌ର ସହାୟତା ନେଇଥିଲା। 

କାହିଁକି ଏତେ ବଡ଼ ଅଘଟଣ ଘଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। 

ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହା ଏକ ହୃଦୟବିଦାରକ ଘଟଣା ବୋଲି ସେ କହିଛନ୍ତି। ଏହି ଘଟଣା ତାଙ୍କୁ ସ୍ତବ୍ଧ କରିବା ସହିତ ଗଭୀର ଦୁଃଖ ଦେଇଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ବିଜୟନଗରମ ଗସ୍ତରେ ଥିବା ବେଳେ ଏହି ଖବର ଶୁଣିଥିଲେ ଓ ତତ୍‌କ୍ଷଣାତ୍ ଅଧିକାରୀମାନଙ୍କ ସହି ଏହା ସଂପର୍କରେ ଆଲୋଚନା କରିଥିଲେ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଓ ଆହତମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆନ୍ଧ୍ର ପ୍ରଦେଶର ଗୃହ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe