/odisha-reporter/media/media_files/2026/03/01/factory-2026-03-01-14-30-49.jpg)
ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ରାଉଲଗାଁଓର ଏକ ବାରୁଦ କାରଖାନାରେ ରବିବାର ବିସ୍ଫୋରଣ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।
ନାଗପୁର ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି ଯେ ଏସ୍ବିଏଲ ଏନର୍ଜୀ ଲିମିଟେଡ୍ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ଏହି କାରଖାନାରେ ମାଇନିଂ ଓ ଶିଳ୍ପ କ୍ଷେତ୍ରରେ ଆବଶ୍ୟକ ହେଉଥିବା ବିସ୍ଫୋରକ ସାମଗ୍ରୀ ତିଆରି କରାଯାଏ। ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍ରେ କାରଖାନାର ଡିଟୋନେଟର ପ୍ୟାକିଂ ୟୁନିଟ୍ରେ ଏହି ବିସ୍ଫୋରଣ ହୋଇଥିଲା।
ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀଙ୍କ ସହିତ ଏନ୍ଡିଆରଏଫ୍ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ସଂପନ୍ନ କରିଥିଲେ। ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି ନାଗପୁରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେଉଁ କାରଣରୁ ଏତେ ବଡ଼ ଘଟଣା ଘଟିଗଲା, ତାହା ସ୍ପଷ୍ଟ ହୋଇପାରିନି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ନିକଟତମ ସଂପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇତିବା ବେଳେ ଆତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି।
ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
ଏହା ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବ।
ଗତକାଲି ଅପରାହ୍ନରେ ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମହାରାଷ୍ଟ୍ରରେ ଘଟିଛି ଏହି ଦୁଃଖଦ ଘଟଣା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
