Advertisment

ଦୀପାବଳି ଆଣିଦେଲା ଖୁସି, ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୮୦ ଭାରତୀୟ ମତ୍ସ୍ୟଜୀବୀ

ଦୀର୍ଘ ୩ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକ୍ତି ପାଇ ନିଜ ଘରକୁ ଫେରିଛନ୍ତି ୮୦ ଭାରତୀୟ ମତ୍ସ୍ୟଜୀବୀ। ମୁକ୍ତ ହୋଇଥିବା ସମତ୍ସ ମତ୍ସ୍ୟଜୀବୀ ଗୁଜରାଟର ବୋଲି ଜଣାଯାଇଛି।

author-image
Niharika Rout
Fishermen-released-from-pakistan-jail-

Fishermen-released-from-pakistan-jail-

ଦୀପାବଳି ଅବସରରେ ମୁହଁରେ ଫୁଟିଲା ହସ। ଦୀର୍ଘ ୩ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକ୍ତି ପାଇ ନିଜ ଘରକୁ ଫେରିଛନ୍ତି ୮୦ ଭାରତୀୟ ମତ୍ସ୍ୟଜୀବୀ। ମୁକ୍ତ ହୋଇଥିବା ସମତ୍ସ ମତ୍ସ୍ୟଜୀବୀ ଗୁଜରାଟର ବୋଲି ଜଣାଯାଇଛି। ମୁକ୍ତ ହେବା ପରେ ସେମାନେ ନିଜ ପରିବାର ସଦସ୍ୟଙ୍କ ସହ ବେଶ୍‌ ଧୁମଧାମର ସହ ଦୀପାବଳି ପାଳନ କରିଛନ୍ତି।

Advertisment

୨୦୨୦ ମସିହାରେ ଗୁଜରାଟ ସମୁଦ୍ରରେ ମାଛ ଧରୁଥିବା ବେଳେ ଏହି ମତ୍ସ୍ୟଜୀବୀମାନେ ପାକିସ୍ତାନ ହାବୁଡ଼ରେ ପଡ଼ି ଯାଇଥିଲେ। ବେଆଇନ ଭାବେ ପାକିସ୍ତାନରେ ପଶି ମାଛ ଧରୁଥିବା ଅଭିଯୋଗରେ ସେଠାକାର ପୁଲିସ୍ ସେମାନଙ୍କୁ ବାନ୍ଧି ଜେଲ୍‌ରେ ଭର୍ତ୍ତି କରିଥିଲା। ଦୀର୍ଘ ୩ ବର୍ଷ କାଳ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ କାଟିଥିବା ଏହି ମତ୍ସ୍ୟଜୀବୀ ଭାରତ ଫେରିବାକୁ ଦିନ ଗଣୁଥିଲେ।

ଏହି ମତ୍ସ୍ୟଜୀବୀମାନେ କରାଚିର ଏକ ଜେଲ୍‌ରେ ବନ୍ଦୀ ଥିବା ବେଳେ ଗତ ଗୁରୁବାର ପାକିସ୍ତାନ ସରକାର ସେମାନଙ୍କୁ ମୁକ୍ତ କରିଥିଲେ। ଏହାପରେ ସେମାନଙ୍କୁ ୱାଘା ବର୍ଡର ଅଣାଯାଇଥିବା ବେଳେ ସେଠାରୁ ଟ୍ରେନ୍‌ ଯୋଗେ ଗୁଜରାଟ ପଠାଯାଇଥିଲା। ଗତକାଲି ସମସ୍ତ ମତ୍ସ୍ୟଜୀବୀ ଗୁଜରାଟରେ ପହଞ୍ଚିବା ପରେ ବସ୍‌ ଯୋଗେ ସେମାନଙ୍କୁ ଗିରି ସୋମନାଥ ଜିଲ୍ଲାକୁ ନିଆଯାଇଥିଲା। ଏହାପରେ ସେଠାରେ ସେମାନଙ୍କୁ ନିଜ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ  ସମସ୍ତେ ନିଜ ନିଜ ଘରକୁ ଫେରିଥିବା ବେଳେ ନିଜ ପରିବାର ସହ ଆଲୋକର ପର୍ବ ଦୀପାବଳି ପାଳିଛନ୍ତି।

Advertisment

ଗତ ମେ’, ଜୁନ୍‌ ମାସରେ ପାକିସ୍ତାନ ସରକାର ପ୍ରାୟ ୪ଶହ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଥିବା ବେଳେ ଏବେ ୮୦ ଜଣଙ୍କୁ ମୁକ୍ତ କରିଛନ୍ତି।

Pakistan India