Advertisment

ରିକ୍ରିଏଟ ହେଲା ‘ଜଞ୍ଜିର’ ଫିଲ୍ମ ସିନ୍‌; ଦୁଇ ଭାଇରୁ ଜଣେ ପୁଲିସ୍‌, ଜଣେ ବାହାରିଲା ଚୋର

ଉତ୍ତରପ୍ରଦେଶ ପୁଲିସ୍‌ ୨୦ରୁ ଊର୍ଦ୍ଧ୍ୱ ମାମଲାରେ ଫସିଥିବା ଜଣେ ଦୁର୍ଦ୍ଦାନ୍ତ ଚୋରଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଭାଇ ପୁଲିସ୍‌ ବିଭାଗରେ କାର୍ଯ୍ୟରତ ଥିବା ଜଣାଯାଇଛି।

Arrest

Arrest

Advertisment

ରିଅଲ ଲାଇଫରେ ଦେଖିବାକୁ ମିଳିଛି ରିଲ୍‌ ଲାଇଫ୍‌ର ସିନ୍‌। ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ‘ଜଞ୍ଜିର’ର ସିନ୍‌ ଦୀର୍ଘ ୪୮ ବର୍ଷ ପରେ ପୁଣି ଥରେ ଉତ୍ତରପ୍ରଦେଶରେ ରିକ୍ରିଏଟ ହୋଇଛି । ଉତ୍ତରପ୍ରଦେଶ ପୁଲିସ୍‌ ୨୦ରୁ ଊର୍ଦ୍ଧ୍ୱ ମାମଲାରେ ଫସିଥିବା ଜଣେ ଦୁର୍ଦ୍ଦାନ୍ତ ଚୋରଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଭାଇ ପୁଲିସ୍‌ ବିଭାଗରେ କାର୍ଯ୍ୟରତ ଥିବା ଜଣାଯାଇଛି।

Advertisment

ଜଞ୍ଜିର ଫିଲ୍ମର କାହାଣୀ ଅନୁଯାୟୀ, ରିଅଲ ଲାଇଫ୍‌ର ପୁଲିସ୍‌ କର୍ମଚାରୀ ଜଣକ ବି ସଚ୍ଚୋଟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଚୋର, ପୁଲିସ୍‌ ଦୁଇ ଭାଇଙ୍କ ବାପା ନିଜ ପୁଅର କଳା ସାମ୍ରାଜ୍ୟରେ ରାଜ କରୁଥିବା ଜଣାଯାଇଛି।

ଝାନସୀ ପୁଲିସ୍‌ ଦୀପକ ଯାଦବ ଓ ତାଙ୍କ ଗ୍ୟାଙ୍ଗକୁ ଗତ ୨୪ ତାରିଖ ରାତିରେ ବାନ୍ଧିଥିଲା। ଚଢ଼ାଉ ବେଳେ ସେମାନଙ୍କ ନିକଟରୁ ପୁଲିସ୍‌ ୫୦ ଲକ୍ଷର ଅଳଙ୍କାର, ୧୧ ହଜାର କ୍ୟାସ୍‌ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିବା ଜଣାଯାଇଛି।

Advertisment

ତଦନ୍ତରୁ ଦୀପକଙ୍କ ନାଁରେ ୨୬ଟି କେସ୍‌ ଥିବା ଜଣାଯାଇଛି। ସେଥିରେ ୨ଟି ହତ୍ୟା ମାମଲା, ଏକ ହତ୍ୟା ଉଦ୍ୟମ ମାମଲା, ଚୋରି, ଡକାୟତି, ବନ୍ଧୁକ ଚୋରା ଚାଲାଣ ଆଦି ସଙ୍ଗୀନ ମାମଲା ରୁଜୁ ହୋଇଛି। ଦୀପକଙ୍କ ବାପା ଯାଦଭେନ୍ଦ୍ର ଯାଦବ ବି ଏହି ମାମଲାରେ ସମ୍ପୃକ୍ତ ଥିବା ଜଣାଯାଇଛି।

ନବମ ଶ୍ରେଣୀରେ ଦୁଇ ଥର ଫେଲ୍‌ ହେବା ପରେ ଦୀପକ ପାଠପ‍ଢ଼ା ଛାଡ଼ିବା ସହ କୁସଙ୍ଗରେ ପଡ଼ି ଚୋରି, ଡକାୟତି ଆଦି ଆରମ୍ଭ କରିଦେଲେ। ଏହାପରେ ଦୀର୍ଘ ୧୯ ବର୍ଷ ମଧ୍ୟରେ ତାଙ୍କ ନାଁରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇ ସାରିଲାଣି। ଇତି ମଧ୍ୟରେ ଦୀପକ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଥିବା ବେଳେ ତାଙ୍କ ବାପା ତାହାର ବୁଝାଶୁଝା କରୁଥିଲେ।

ଅପରପକ୍ଷେ, ଦୀପକଙ୍କ ସାନ ଭାଇ ଉତ୍ତରପ୍ରଦେଶ ପୁଲିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗତବର୍ଷଠୁ ହେଡ କନଷ୍ଟେବଳ ଭାବେ କାମ କରୁଛନ୍ତି। ନିଜ ବାପା, ଭାଇଙ୍କ ଏପରି ଆଚରଣ ଦେଖି ସେ ସେମାନଙ୍କ ସହ ସବୁ ସମ୍ପର୍କ ଛିନ୍ନ କରି ସାରିଥିବା ଉତ୍ତରପ୍ରଦେଶ ପୁଲିସ୍‌ ପକ୍ଷରୁ କୁହାଯାଇଛି।

Uttar Pradesh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe