Advertisment

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେଲେ ଶିବସେନା ମୁଖ୍ୟ

ଶୃଙ୍ଖଳା କମିଟି ଦଳ କେମିତି ଭଲ କାମ କରିବ, ସେକଥାକୁ ନିଶ୍ଚିତ କରିବ। ସେହିପରି ଦଳର ବିଚାରଧାରା ବିରୋଧରେ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ।

Eknath Shinde

Eknath Shinde

Advertisment

ଶିବସେନାର ନାଁ ଓ ଦଳୀୟ ଚିହ୍ନ ମିଳିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଆୟୋଜନ କରିଥିବା ଜାତୀୟ କାର୍ଯ୍ୟକାରିଣୀରେ ବଡ଼ ନିଷ୍ପତ୍ତି ନିଆଯାଇଛି। ସର୍ବସମ୍ମତିକ୍ରମେ ଦଳର ନେତାମାନେ ସିନ୍ଦେଙ୍କୁ ଶିବସେନାର ମୁଖିଆ ଭାବେ ମନୋନୀତ କରିଛନ୍ତି। 

Advertisment

ନିକଟରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ। ଏଥିସହ ଉଦ୍ଧବ ଠାକେରଙ୍କ ଠାରୁ ଅଲଗା ହେବା ପୂର୍ବରୁ ଦଳ ବ୍ୟବହାର କରୁଥିବା ଧନୁ ଓ ତୀରକୁ ନିର୍ବାଚନ ଚିହ୍ନ ଭାବେ ବ୍ୟବହାର କରିବାକୁ ମଧ୍ୟ ଇସିଙ୍କ ପକ୍ଷରୁ ସିନ୍ଦେ ଗୋଷ୍ଠୀଙ୍କୁ ଅନମୁତି ମିଳିଛି। ଏହାକୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସୁପ୍ରିମକୋର୍ଟରେ ଆବେଦନ କରିଛି।

ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିପାରନ୍ତି। ଏସବୁ ଭିତରେ ଶବିସେନାର ଜାତୀୟ କାର୍ଯ୍ୟକରିଣୀ ବୈଠକ ହୋଇଥିଲା। ଏହି ବୈଠକରେ ଗୋଟିଏ ଶୃଙ୍ଖଳା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି।

Advertisment

ସେ କହିଛନ୍ତି, “ଶୃଙ୍ଖଳା କମିଟି ଦଳ କେମିତି ଭଲ କାମ କରିବ, ସେକଥାକୁ ନିଶ୍ଚିତ କରିବ। ସେହିପରି ଦଳର ବିଚାରଧାରା ବିରୋଧରେ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ।” ମନ୍ତ୍ରୀ ସାମନ୍ତ ଏଠାରେ ଉଦ୍ଧବ ଠାକରେ ଓ ତାଙ୍କ ସହ ଥିବା ୧୬ ବିଧାୟକଙ୍କ ନାଁ ନ ନେଇ ଏମିତି ବୟାନ ରଖିଛନ୍ତି।

ହିନ୍ଦୁତ୍ୱ ବିଚାରଧାରାକୁ ସବୁବେଳେ ଗୁରୁତ୍ୱ ଦେଇଥିବା ଦିବଂଗତ ବିନାୟକ ଦାମୋଦର ସବରକରଙ୍କୁ ଭାରତ ରତ୍ନ ଦେବା ପାଇଁ ହେଉଥିବା ଦାବିକୁ ତୀବ୍ର କରିବା ପାଇଁ ସିନ୍ଦେ ଗୋଷ୍ଠୀ ଜାତୀୟ କାର୍ଯ୍ୟକାରିଣୀରେ ଗୋଟିଏ ସଂକଳ୍ପ ପାରିତ କରିଛି। ସମ୍ବାଜୀ ମହାରାଜ, ବୀରମାତା ଜିଜା ବାଈ ଓ ଅହଲ୍ୟା ବାଈ ହୋଲକରଙ୍କୁ ଜାତୀୟ ବ୍ୟକ୍ତିବିଶେଷ ତାଲିକାରେ ସାମିଲ କରିବା ପାଇଁ ଶିବସେନାର ସିନ୍ଦେ ଗୋଷ୍ଠୀ ଦାବି କରିଛି। ଏନେଇ ଜାତୀୟ କାର୍ଯ୍ୟକାରିଣୀରେ ଗୋଟିଏ ସଂକଳ୍ପ ପାରିତ ହୋଇଛି। 

ଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁ ସିନ୍ଦେ ଗୋଷ୍ଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ସେମାନଙ୍କ ଦଳର ନାଁ ଶିବସେନା ହୋଇ ସାରିଛି। ତେଣୁ କେହି ବି ଏହାର ନେତାମାନଙ୍କୁ ସିନ୍ଦେ କ୍ୟାମ୍ପର ସଦସ୍ୟ ବୋଲି କୁହନ୍ତୁ ନାହିଁ। ସିନ୍ଦେ କ୍ୟାମ୍ପ ବଦଳରେ ଶିବସେନା କହିବାକୁ ଦଳର ବରିଷ୍ଠ ନେତାମାନେ ସବୁ ଗଣମାଧ୍ୟମକୁ କହିଥିଲେ।

ଉକ୍ତ ବୈଠକରେ ସିନ୍ଦେ କ୍ୟାମ୍ପରେ ଥିବା ସମସ୍ତ ଶିବସେନା ବିଧାୟକ, ସାଂସଦ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

Uddhav Thackeray Shiv Sena Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe