Advertisment

Eknath Shinde: ବିଜେପି-ଶିବସେନା ଲଢ଼େଇରେ ତାଳି ପକାଇବାକୁ ଉଦ୍ୟମ: ମେଣ୍ଟ ଧର୍ମ ପାଳନ ପାଇଁ ସିନ୍ଦେଙ୍କ ଆହ୍ୱାନ

ମହାରାଷ୍ଟ୍ରର ଆଗାମୀ ପୌର ପରିଷଦ ଓ ନଗର ପଞ୍ଚାୟତ ନିର୍ବାଚନରେ ଶିବସେନା ଓ ବିଜେପି ପରସ୍ପର ମଧ୍ୟରେ ପ୍ରାର୍ଥୀ ଦେଇଛନ୍ତି। ଉଭୟ ଏକାଠି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ବେଳେ ସ୍ଥାନୀୟ ସଂସ୍ଥାର ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେବା ସମସ୍ତଙ୍କୁ ଚକିତ କରିଛି।

author-image
Hemant Lenka
Eknath-shinde

ଏକନାଥ ସିନ୍ଦେ (ଫାଇଲ ଫଟୋ)

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ(Eknath Shinde) ସହଯୋଗୀ ବିଜେପି ସହ ଚାଲିଥିବା ଲଢ଼େଇରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ମହାରାଷ୍ଟ୍ରର ଆଗାମୀ ପୌର ପରିଷଦ ଓ ନଗର ପଞ୍ଚାୟତ ନିର୍ବାଚନରେ ଶିବସେନା ଓ ବିଜେପି ପରସ୍ପର ମଧ୍ୟରେ ପ୍ରାର୍ଥୀ ଦେଇଛନ୍ତି। ଉଭୟ ଏକାଠି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ବେଳେ ସ୍ଥାନୀୟ ସଂସ୍ଥାର ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେବା ସମସ୍ତଙ୍କୁ ଚକିତ କରିଛି।

Advertisment

ଏହାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଶିବସେନା ମୁଖ୍ୟ ତଥା ଉପ ମୁଖ୍ୟମନ୍ତ୍ରୀ ସିନ୍ଦେ। ସେ ମେଣ୍ଟର ଧର୍ମ ପାଳନ କରିବା ପାଇଁ ସମସ୍ତ ସହଯୋଗୀଙ୍କୁ ଆହ୍ୱାନ ଦେଇଛନ୍ତି। ତାଙ୍କ କହିବା କଥା ଯେ ଲୋକାଲ ବଡି ନିର୍ବାଚନ ଦଳୀୟ କର୍ମୀଙ୍କ ନିର୍ବାଚନ ଓ ଶିବସେନା କ୍ଷମତାସୀନ ମହାୟୁତି ସହଯୋଗୀଙ୍କ ବିରୋଧରେ ପ୍ରଚାର କରିବ ନାହିଁ ବୋଲି ସେ କହିଛନ୍ତି।

ଗୋଟିଏ ସାକ୍ଷାତକାରରେ ଶିବସେନା ମୁଖ୍ୟ ସିନ୍ଦେ ନିଶ୍ଚିତ କରିଛନ୍ତି ଯେ ଦଳର ନେତା ଓ କର୍ମୀମାନେ ସ୍ଥାନୀୟ ସଂସ୍ଥାର ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ କେବେ ହେଲେ ଅତ୍ୟନ୍ତ ନିନ୍ଦନୀୟ ବୟାନ ଦେବେ ନାହିଁ। ସେ କହିଛନ୍ତି, “ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆମେ ଆମ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛୁ। ଆମେ କେବେ ହେଲେ ନିନ୍ଦନୀୟ ବୟାନ ଦେଇ ନାହୁଁ କିମ୍ବା ଦେବୁ ନାହିଁ। ଆମ ଏଜେଣ୍ଡା ହେଲା ବିକାଶ। ଆମେ ଆମ ସହଯୋଗୀଙ୍କ ବିରୋଧରେ ପ୍ରଚାର କରୁ ନାହୁଁ। କିନ୍ତୁ ହଁ, ସମସ୍ତେ ମେଣ୍ଟର ଧର୍ମକୁ ପାଳନ କରିବା ଉଚିତ। ଶିବସେନା ଓ ବିଜେପି ଏକାଠି ଗୋଟିଏ ମେଣ୍ଟ କରିବେ ଓ ପ୍ରତିଟି ନିଗମରେ କେମିତି କ୍ଷମତାକୁ ଫେରିବେ, ସେହି ଭୂମିକା ହେଉଛି ଆମର।”

Advertisment

ବିଜେପି ଓ ଶିବସେନା କର୍ମୀମାନେ ପରସ୍ପର ବିରୋଧରେ ବୟାନ ଦେବା ଓ ଏହି ବନ୍ଧୁତ୍ୱ ପୂର୍ଣ୍ଣ ଲଢ଼େଇର ପ୍ରଭାବ କ’ଣ କ୍ଷମତାସୀନ ମହାୟୁତି ଉପରେ ପଡ଼ିବ ନାହିଁ କି ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଛନ୍ତି ଯେ ସ୍ଥାନୀୟ ସଂସ୍ଥା ନିର୍ବାଚନ ଗୋଟିଏ ପ୍ରତିଯୋଗିତା ନୁହେଁ। 

ସେ କହିଛନ୍ତି, “କିଛି ସ୍ଥାନରେ ଆମେ ଏକାଠି ଲଢ଼ିଛୁ ଓ କିଛି ସ୍ଥାନରେ କର୍ମୀଙ୍କ ଭାବନା, ସ୍ଥାନୀୟ ସ୍ଥିତି ଓ ରଣନୀତି ଯୋଗୁ ଆମେ ଅଲଗା ଅଲଗା ନିର୍ବାଚନ ଲଢ଼ୁଛୁ। ଏହି କର୍ମୀମାନେ ଆମ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଚୟନ ହୋଇଥାଆନ୍ତି। ଆମେ ପୂର୍ବରୁ ହିଁ ଲୋକସଭା ଓ ବିଧାନସଭା ସ୍ତରରେ ସରକାର ଚଳାଉଛୁ।

ଯେହେତୁ ଏସବୁ ଦଳୀୟ କର୍ମୀଙ୍କ ନିର୍ବାଚନ, ସେମାନେ ନିଶ୍ଚିତ ଭାବେ ଚାହିଁବେ ସେମାନଙ୍କ ନେତାମାନେ ପ୍ରଚାର ପାଇଁ ଆସନ୍ତୁ। ତେଣୁ ଆମେ ଯେଉଁଠିକୁ ଯିବା ସମ୍ଭବ, ସେଠାକୁ ଯାଇଥାଉ।” ଏପରି ବୟାନ ଦେଇ ସେ ବିଜେପି ଓ ଶିବସେନା ମଧ୍ୟରେ ରହିଥିବା ଫାଟରେ ତାଳି ପକାଇବାକୁ ଯଥା ସମ୍ଭବ ଚେଷ୍ଟା କରିଛନ୍ତି।

ସିନ୍ଦେ ମହାୟୁତିର ଐତିହାସିକ ଗୁରୁତ୍ୱ ଉପରେ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି, “ଆମେ ମେଣ୍ଟ(ବିଜେପି ଓ ଶିବସେନା) ମେଣ୍ଟ ବେଶ ପୁରୁଣା। ବାଲାସାହେବ ଠାକରେ, ଅଟଳ ବିହାର ବାଜପେୟୀ ଓ ଏଲକେ ଆଡଭାନୀଙ୍କ ଯୁଗରୁ ଏହି ମେଣ୍ଟ ରହିଛି। ଏହା ବିଚାରଧାରାର ମେଣ୍ଟ। ଆମର ମୂଳ ବିଚାରଧାରା ହେଉଛି ସମସ୍ତଙ୍କ ବିକାଶ।

ଯଦି ବିହାରରେ ଏନଡିଏ ଏକାଠି ରହିଛି, ତା’ହେଲେ ଦେଶବ୍ୟାପୀ ଏହା ସଶକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏକୁ ଉଚ୍ଚତମ ସ୍ଥାନକୁ ନେଇଛନ୍ତି। ଦେଶ ସାରା ସଫଳତା ପାଇବା ଗୋଟିଏ ବଡ଼ କଥା। ଏପରି ସ୍ଥିତିରେ ପଦପଦବୀ ଓ ବିଭାଗ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମ ଏଜେଣ୍ଡା ପୂରା ସ୍ପଷ୍ଟ ଓ ଏହା କେବଳ ବିକାଶ।” 

ମଙ୍ଗଳବାର ମହାରାଷ୍ଟ୍ରର ୨୪୨ଟି ପୌର ପରିଷଦ ଓ ୪୬ଟି ନଗର ପଞ୍ଚାୟତ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। 

Eknath Shinde