Advertisment

ଶାହଙ୍କ ଘରେ ମାରାଥନ୍‌ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।

Meeting

Meeting

Advertisment

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।

Advertisment

ଏହି ସସ୍‌ପେନ୍ସ ଉପରୁ ପରଦା ହଟାଇବାକୁ ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାବିସ ଦିଲ୍ଲୀରେ ଡେରା ପକାଇଥିଲେ। ସେଠାରେ ଗୃହ ମନ୍ତ୍ରୀ ଅମିତ ଶାହ ସେମାନଙ୍କ ସହ ପ୍ରାୟ ୩ ଘଣ୍ଟା କାଳ ମାରାଥନ୍‌ ବୈଠକ କରିଥିଲେ। ଏହାପରେ ବି ମୁଖ୍ୟମନ୍ତ୍ରୀ ନାଁ ଘୋଷଣାରେ ବିଳମ୍ବ ହେଉଛି। ଗତକାଲି ବିଳମ୍ବିତ ରାତିରେ ଏହି ୩ ବରିଷ୍ଠ ନେତା ମୁମ୍ବାଇ ଫେରିଥିବା ବେଳେ ଆଲୋଚନା ସକରାତ୍ମକ ହୋଇଥିବା କହିଛନ୍ତି ସିନ୍ଦେ ।

ଗତକାଲି ରାତିରେ ଅମିତ ଶାହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ବୈଠକରେ ବସିଥିବା ବେଳେ ଅଲଗା ଅଲଗା ବିଆଲୋଚନା କରିଥିଲେ। ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଏନସିପି ସାଂସଦ ସୁନୀଲ ତଟକରେ ଓ ପ୍ରଫୁଲ୍ଲ ପଟେଲ ବି ଉପସ୍ଥିତ ଥିଲେ। ତେବେ ବିଧାୟକଙ୍କ ସଂଖ୍ୟାକୁ ଆକଳନ କଲେ ବିଜେପି ପାଖାପାଖି ୨୦ ମନ୍ତ୍ରାଳୟ ନିଜ ପାଖରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ଏଥର ମହାରାଷ୍ଟ୍ରରେ ଏନସିପିଠୁ ଅଧିକ ବିଧାୟକ ମନ୍ତ୍ରୀ ପଦ ଶିବସେନା ହାତେଇପାରେ ବୋଲି ଆଲୋଚନା ଚାଲିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିଥିବା ଏକନାଥ ସିନ୍ଦେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶାହଙ୍କ ସହ ବୈଠକକୁ ଖୁବ୍‌ ସକରାତ୍ମକ ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ମୁମ୍ବାଇରେ ଆଉ ଏକ ବୈଠକ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ନାମ ଫାଇନାଲ୍‌ ହେବ ।

ପୂର୍ବରୁ ସିନ୍ଦେ କହିଥିଲେ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ବାଧା ନାହିଁ। ତାଙ୍କ ପାଇଁ ‘ଲାଡଲା ଭାଇ’ ଉପାଧିର ମହତ୍ତ୍ୱ ଖୁବ୍‌ ଅଧିକ । ସବୁ ଅନ୍ୟ ପଦ ଏହା ଆଗରେ ତୁଚ୍ଛ ବୋଲି ସେ କହିଛନ୍ତି ।

ଗତ ବୁଧବାର ସେ କହିଥିଲେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ପ୍ରଧାନମନ୍ତ୍ରୀ ମୋଦି ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ସ୍ୱୀକାର କରିବୁ। ଏଥିସହ ସେ କହିଛନ୍ତି, ଯଦି ମୋ’ ଉପସ୍ଥିତି ମହାରାଷ୍ଟ୍ରରେ ସରକାର ଗଠନରେ ବାଧା ସୃଷ୍ଟି କରୁଛି। ତା’ହେଲେ ମୁଁ ରାସ୍ତାରୁ ହଟିଯିବାକୁ ପ୍ରସ୍ତୁତ ଅଛି ବୋଲି ବି ଜଣାଇ ଦେଇଛି।

ଅପରପକ୍ଷେ, ଗଣମାଧ୍ୟମ ସହ ଆଲୋଚନା କରି ଦେବେନ୍ଦ୍ର ଫଡନାବିଶ କହିଛନ୍ତି, ମହାୟୁତି ଗଠବନ୍ଧନରେ କେବେ ବି ମତଭେଦ ନାହିଁ। ଆମେ ସବୁବେଳେ ସାମୁହିକ ଭାବେ ନିଷ୍ପତ୍ତି ନେବୁ । ଖୁବ୍‌ ଶୀଘ୍ର ଆମ ନେତାଙ୍କ ନାମ ଘୋଷଣା କରାଯିବ ।

ମହାରାଷ୍ଟ୍ରର ୨୮୦ ସଦସ୍ୟ ବିଶିଷ୍ଟ ବିଧାନସଭାର ୧୩୨ ସିଟ୍‌ ସହ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି ନିର୍ବାଚନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଓ ଅଜିତ ପାୱାରଙ୍କ ନେତ୍ୱତ୍ୱାଧୀନ ଏନସିପି ଯଥାକ୍ରମେ ୫୭ ଓ ୪୧ ସିଟ୍‌ ହାସଲ କରିଛନ୍ତି।

Maharashtra Politics Eknath Sinde Maharashtra CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe