Advertisment

ସୁପ୍ରିମକୋର୍ଟଙ୍କ ରୁଲିଂ ପରେ ସିନ୍ଦେଙ୍କ ଇସ୍ତଫା ଦାବି କଲେ ଉଦ୍ଧବ

ବିରୋଧୀ ଯୋଡ଼ୋ ଅଭିଯାନ ସହ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁମ୍ବାଇରେ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ନୀତୀଶ କୁମାରଙ୍କୁ ପାଖରେ ବସାଇ ଉଦ୍ଧବ ଠାକରେ ସିଧାସଳଖ ସିନ୍ଦେଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ନୀତୀଶ କୁମାର ତାଙ୍କ ପାଇଁ ଶୁଭ ଖବର ଆଣି ଆସିଥିବା ମଧ୍ୟ କହିଛନ୍ତି।

Uddhav Thackeray

Uddhav Thackeray

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଣତନ୍ତ୍ରର ହତ୍ୟା କରିଥିଲେ। ସେ ବେଆଇନ ଭାବେ କ୍ଷମତା ଦଖଲ କରିଛନ୍ତି। ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସୁପ୍ରିମକୋର୍ଟ ସିନ୍ଦେ ବନାମ ଉଦ୍ଧବ ବିବାଦରେ ରୁଲିଂ ଦେବା ପରେ ଠାକରେଙ୍କ ଏପରି ବୟାନ ସାମ୍ନାକୁ ଆସିଛି।

Advertisment

ବିରୋଧୀ ଯୋଡ଼ୋ ଅଭିଯାନ ସହ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁମ୍ବାଇରେ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ନୀତୀଶ କୁମାରଙ୍କୁ ପାଖରେ ବସାଇ ଉଦ୍ଧବ ଠାକରେ ସିଧାସଳଖ ସିନ୍ଦେଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ନୀତୀଶ କୁମାର ତାଙ୍କ ପାଇଁ ଶୁଭ ଖବର ଆଣି ଆସିଥିବା ମଧ୍ୟ କହିଛନ୍ତି।

ନୀତୀଶଙ୍କ ଉପସ୍ଥିତିରେ ଉଦ୍ଧବ କହିଛନ୍ତି, “ଏକନାଥ ସିନ୍ଦେ ଗଣତନ୍ତ୍ରକୁ ହତ୍ୟା କରି ବିଜୟ ହୋଇଥିଲେ। ମୁଁ ଯେମିତି ଇସ୍ତଫା ଦେଇଥିଲି ଠିକ ସେହିପରି ସିନ୍ଦେ ବର୍ତ୍ତମାନ ଇସ୍ତଫା ଦିଅନ୍ତୁ। ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ଭୂମିକାର ପର୍ଦ୍ଦାଫାସ କରିଛନ୍ତି।

Advertisment

ଏବେ ସିନ୍ଦେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା। ସୁପ୍ରିମକୋର୍ଟ ଶୁଣାଣି ବେଳେ ଯାହା ସବୁ କହିଛନ୍ତି, ତାକୁ ନିର୍ବାଚନ କମିଶନ ବିଚାରକୁ ନେବେ ବୋଲି ଆମର ଆଶା ରହିଛି। ଆମର ନୈତିକ ବିଜୟ ହୋଇଛି। ଏହି ଲଢ଼େଇ ମୋ ପାଇଁ ନୁହେଁ। ଆମକୁ ଗଣତନ୍ତ୍ରର ରକ୍ଷା କରିବାର ଅଛି।”

ଆଜି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ରର ଚାଲିଥିବା କ୍ଷମତା ଯୁଦ୍ଧ ସମ୍ପର୍କରେ ଶୁଣାଣି କରିଛନ୍ତି। ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ଯୋଗୁ ବିଜେପି ସହ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେ ପୂର୍ବ ପରି ଶାସନ ଗାଦିରେ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ନିଜ ଆଡ଼ୁ ଇସ୍ତଫା ଦେଇଥିବାରୁ ତାଙ୍କୁ ଆଉ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ। ଯଦି ସେ ଇସ୍ତଫା ନ ଦେଇ ଥାଆନ୍ତେ, ତା’ହେଲେ ଆଉ କିଛି ଘଟିଥାଆନ୍ତା ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Maharashtra Govt Uddhav Thackeray Supreme Court Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe