Advertisment

ଶପଥ ପୂର୍ବରୁ ନୂଆ ଡ୍ରାମା, ଶିବସନା କହିଲା- ଯଦି ସିନ୍ଦେ ଉପମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ...

ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେନି ତେବେ ମହାୟୁତି ସରକାରରେ ଆମେ ମଧ୍ୟ ସାମିଲ ହେବୁ ନାହିଁ। ଏଭଳି କିଛି ଦାବି କରିଛି ଶିବସେନା।

ଅଦ୍ୟତନ ହୋଇଛି
Eknath Shinde

Eknath Shinde

Advertisment

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ। ମହାରାଷ୍ଟ୍ରରେ ଆରମ୍ଭ ହେବ ଦେବା ଭାଉଙ୍କ ରାଜ। ତେବେ ଏହା ପୂର୍ବରୁ ଦେଖିବାକୁ ମିଳିଛି ନୂଆ ଡ୍ରାମା। ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେନି ତେବେ ମହାୟୁତି ସରକାରରେ ଆମେ ମଧ୍ୟ ସାମିଲ ହେବୁ ନାହିଁ। ଏଭଳି କିଛି ଦାବି କରିଛି ଶିବସେନା।

Advertisment

ଦେବେନ୍ଦ୍ର ଫଡନାବିସଙ୍କ ଶପଥ ଗ୍ରହଣ ପୂର୍ବରୁ ଶିବସେନା ବିଧାୟକ ଉଦୟ ସାମନ୍ତ ଏକ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉଦୟ ସାମନ୍ତ କହିଛନ୍ତି ଯେ ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନ ନିଅନ୍ତି, ତା’ହେଲେ ତାଙ୍କ ଦଳର କୌଣସି ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନାହିଁ। ସେମାନେ ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ। 

ସେହିପରି ଆଉ ଜଣେ ଶିବସେନା ନେତା ଦୀପକ କେସରକର କହିଛନ୍ତି, ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ କି ନାହିଁ। ଏହାର ଘୋଷଣା ସେ ନିଜେ କରିବେ। ଆମେ ସମସ୍ତେ ସିନ୍ଦେଙ୍କୁ କହିଛୁ ଯେ ଯଦି ସେ ସରକାରରେ ରୁହନ୍ତି ନାହିଁ ତେବେ ଶିବସେନାରୁ ବି କେହି ରହିବେ ନାହିଁ। ଆମେ ଚାହୁଁ ଯେ ସିନ୍ଦେ ସରକାରରେ ରୁହନ୍ତୁ।

Advertisment

ଏକନାଥ ସିନ୍ଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କଥା ଶୁଣନ୍ତି। ଯଦି ପିଏମ ମୋଦି ଏବଂ ଅମିତ ଶାହାଙ୍କ ଠାରୁ କୌଣସି ମେସେଜ ଆସେ ତେବେ ସିନ୍ଦେ ରାଜି ହୋଇଯିବେ। ସେ ତାଙ୍କ କଥା କାଟିପାରିବେ ନାହିଁ ବୋଲି ଶିବସେନା ନେତା କହିଛନ୍ତି।

କହିରଖୁ ଯେ, ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମେତ ଏନ୍‌ଡିଏର ସମସ୍ତ ନେତା ସାମିଲ ହେବେ। ମୁଖ୍ୟମନ୍ତ୍ରୀ ରୂପେ ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ଶାସନଭାର ତୃତୀୟ ଥର ପାଇଁ ସମ୍ଭାଳିବେ।

ତେବେ ମହାରାଷ୍ଟ୍ର କ୍ୟାବିନେଟ୍‌କୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। ସୂତ୍ରରୁ ପ୍ରକାଶ ଯେ କ୍ୟାବିନେଟ ସମ୍ପର୍କରେ ବିଜେପି, ଶିବସେନା ଏବଂ ଏନସିପି ମଧ୍ୟରେ ପ୍ରାୟ ଏକ ସହମତି ହୋଇଛି। କେବଳ ବିଭାଗ ବଣ୍ଟନ ଏବଂ ନାମ ଘୋଷଣା ହୋଇନାହିଁ।

Shiv Sena Maharashtra Politics Eknath Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe