Advertisment

ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!

ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।

Eknath Shinde

Eknath Shinde

Advertisment

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଏଯାଏ ସ୍ଥିର ହୋଇନାହିଁ। ଯେକୌଣସି ସମୟରେ ବି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପରେ ଶପଥ ସମାରୋହ ପାଇଁ ଆରମ୍ଭ ହେବ ପ୍ରସ୍ତୁତି। ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥ ସିନ୍ଦେଙ୍କୁ ତିନୋଟି ମନ୍ତ୍ରଣାଳୟର ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି।

Advertisment

କୁହାଯାଉଛି ଯେ ମହାୟୁତି ମେଣ୍ଟ ବୈଠକରେ ବିଜେପି ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ମନାଇ ନେଇଛି। ସେ ମୁଖ୍ୟମନ୍ତ୍ରୀ ରେସ୍‌ରୁ ପଛକୁ ହଟିଯାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ବଦଳରେ କେନ୍ଦ୍ର ସରକାର ଏକନାଥ ସିନ୍ଦେଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦେବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟର ଦାୟିତ୍ୱ ଦେଇପାରନ୍ତି।

ବୁଧବାର ଏକନଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରେସ୍‌ରୁ ପଛକୁ ହଟିଥିବା ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ ମନରେ କୌଣସି ଲାଳସା ନାହିଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ନିଷ୍ପତ୍ତି ନେବେ ତାହାକୁ ସେ ସ୍ୱୀକାର କରିବେ ବୋଲି କହିଥିଲେ।

Advertisment

ଏକନାଥ ସିନ୍ଦେ ସିଏମ୍ ରାସ୍ତାରୁ ଓହରିବା ପରେ ଫଡନାବିସଙ୍କ ରାସ୍ତା ସଫା ହୋଇଛି। ହେଲେ ଏବେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଏନେଇ ଆଜି ଦିଲ୍ଲୀରେ ମହାୟୁତିର ପ୍ରମୁଖ ନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବିଜେପି ବରିଷ୍ଠ ନେତା ଅମିତ୍ ଶାହଙ୍କ ସହ ଆଲୋଚନା କରିବେ ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ, ଅଜିତ୍ ପାଓ୍ୱାର। ଆଜି ସଂଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ।

ଗତ ୨୩ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ବାହାରିଥିଲା। ପ୍ରଚଣ୍ଡ ଭୋଟ୍‌ରେ ବିଜୟୀ ହୋଇଛି ମହାୟୁତି। ତେବେ ରେଜଲ୍ଟ ବାହାରିବାର ୫ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ଅଡୁଆ ତୁଟୁନି।

Maharashtra Politics Eknath Sinde Maharashtra CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe