Advertisment

ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ

ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।

undefined

Eknath Shinde

Advertisment

ମହାରାଷ୍ଟ୍ରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଏବେ ବି ଜାରି ରହିଛି ସସ୍‌ପେନ୍ସ। ହରଡଘଣାରେ ପିଡିଛି ବିଜେପି। ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା। ଏହାରି ଭିତରେ ମୁହଁ ଫୁଟାଣି ଦେଖାଇଛି ଶିବସେନା।

Advertisment

ଏକାନଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ବୋଲି ଶିବସେନା ଖୋଲାଖୋଲି ଭାବେ କହିଛି। ଶିବସେନା ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ମୁହଁକୁ ଦେଖି ବିଧାନସଭା ନିର୍ବାଚନ ଲଢ଼ା ଯାଇଥିଲା। ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେଣୁ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ଅଟନ୍ତି।

ସେ ଆହୁରି କହିଛନ୍ତି, ଯେଉଁ ଚେହେରା ସାମ୍ନାକୁ ଆସିଛି, ତାକୁ ହିଁ ପ୍ରାଥମିକତା ଦିଆଯାଉ ବୋଲି ଆମର ଦାବି। ଯଦି ବିଜେପି ଆମର ଦାବି ପୂରଣ କରେ ତେବେ ଲୋକଙ୍କ ପାଖକୁ ଏକ ଭଲ ବାର୍ତ୍ତା ଯିବ। ଯଦି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଆସନ୍ତା ନିର୍ବାଚନରେ ​​ଆମକୁ ଫାଇଦା ମିଳିବ। ସିନ୍ଦେଙ୍କ କାରଣରୁ ହିଁ ମହାୟୁତିକୁ ନିର୍ବାଚନରେ ​​ଲାଭି ମିଳିଛି।

Advertisment

କହିରଖୁ ଯେ, ମଙ୍ଗଳବାର ଏକନାଥ ସିନ୍ଦେ ରାଜଭବନ ଯାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦେବେନ୍ଦ୍ର ଫଡନାବିସ ଓ ଅଜିତ ପାଓ୍ୱାରଙ୍କ ଉପସ୍ଥିତିରେ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ମହାୟୁତି ମେଣ୍ଟ ୨୩୦ ଆସନରେ ବିଜୟୀ ହୋଇଛି।

Shiv Sena Maharashtra Politics Eknath Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe