Advertisment

ବିଦ୍ରୋହ ଫେଲ ମାରିଥିଲେ ଆତ୍ମହତ୍ୟା କରିଥାନ୍ତେ ଏକନାଥ ସିନ୍ଦେ, ଲୁଚିଥିବା ସତ କହିଲେ ଶିକ୍ଷାମନ୍ତ୍ରୀ ଦୀପକ

ବୁଧବାର ଏହା କହିଛନ୍ତି ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ଦୀପକ କେଶରକର। ଯାହାକୁ ନେଇ ସ୍ଥାନୀୟ ରାଜନୀତିରେ ଭୂମିକମ୍ପ ଦେଖାଦେଇଛି।

ଅଦ୍ୟତନ ହୋଇଛି
Eknath Shinde Chief Minister of Maharashtra

Eknath Shinde Chief Minister of Maharashtra

Advertisment

ବର୍ଷେ ତଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ବିଦ୍ରୋହ କରିଥିଲେ, ତାହା ବିଫଳ ହୋଇଥିଲେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା ଦେଇଥାଆନ୍ତେ। ବୁଧବାର ଏହା କହିଛନ୍ତି ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ତଥା ସିନ୍ଦେଙ୍କ ଏକାନ୍ତ ସହଯୋଗୀ ଦୀପକ କେଶରକର। ଯାହାକୁ ନେଇ ସ୍ଥାନୀୟ ରାଜନୀତିରେ ଭୂମିକମ୍ପ ଦେଖାଦେଇଛି।

Advertisment

ଦୀପକ କହିଛନ୍ତି, ଯଦି ସରକାର କରିବାରେ ସିନ୍ଦେ ଫେଲ ମାରିଥାଆନ୍ତେ ତେବେ ବୈଠକ ଡାକି ସମସ୍ତ ବିଧାୟକଙ୍କୁ ପୁନଃ ନିଜକ୍ଷେତ୍ରକୁ ପଠାଇ ଦେବାକୁ ଯୋଜନ କରିଥିଲେ। ନିଜ ଭୁଲ ଯୋଗୁ ଏପରି ଘଟିଲା ବୋଲି ବୈଠକରେ ସିନ୍ଦେ କହିଥାନ୍ତେ। ପରେ ନିଜ ମୁଣ୍ଡରେ ବନ୍ଧୁକ ଲଗାଇ ଆତ୍ମହତ୍ୟା କରିବାକୁ ସିନ୍ଦେ ଯୋଜନା କରିଥିଲେ। ଯେତେବେଳେ ମୂଳ ଶିବସେନାର ପୂର୍ବ ପ୍ରତିଷ୍ଠା ଦିବସରେ ସିନ୍ଦେଙ୍କୁ ଖୁବ୍‌ ଖରାପ ବ୍ୟବହାର କରାଗଲା, ଠିକ୍‌ ସେହି ସମୟରେ ସେ କିଛି କରିବାକୁ ଚିନ୍ତା କରିଥିଲେ। ତାହା ପରେ ହିଁ ବିଦ୍ରୋହ ଆରମ୍ଭ ହୋଇଥିଲା। ଫଳତଃ ଉଦ୍ଧବ ଠାକେରଙ୍କ ଶିବସେନା ଭିତରେ ବିଦ୍ରୋହ ହୋଇଥିଲା ଓ ଏମ୍‌ଭିଏ ସରକାର ଟଳିଥିଲା। ଏଥିସହ ସିନ୍ଦେଙ୍କ ଶିବସେନା ଓ ବିଜେପି ମିଶି ସରକାର ଠିଆ କରିଥିଲେ ବୋଲି ଦୀପକ କହିଛନ୍ତି।

ଏହି ପ୍ରତିକ୍ରିୟା ପରେ ବିରୋଧୀ ଶିବସେନା(ୟୁବିଟି) ସିନ୍ଦେ ସରକାରକୁ କାଉଣ୍ଟର କରିବାର ସୁଯୋଗ ପାଇଯାଇଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଏହା ଏକ ସଙ୍ଗିନ୍ କଥା। କେଶରକରଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରିବା କଥା।

Advertisment
Maharashtra Govt Eknath Sinde Sinde's Long Journey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe