Advertisment

ପୁଅର ମୃତଦେହ ସହ ଚାରି ଦିନ ବିତାଇଲେ ଦୃଷ୍ଟିହୀନ ବାପାମାଆ

ପୁଅ ଘରେ ମରି ପଡ଼ିଥିଲେ ବି ବାପା-ମାଆ ଦୃଷ୍ଟିହୀନ ହୋଇଥିବାରୁ ଜାଣିପାରିଲେନି।

ଅଦ୍ୟତନ ହୋଇଛି
Police & old man

Police & old man

Advertisment

ତେଲାଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ମୃତଦେହ ସହ ଚାରି ଦିନ ବିତାଇଛନ୍ତି ଦୃଷ୍ଟିହୀନ ବାପା-ମାଆ। ପୁଅ ଘରେ ମରି ପଡ଼ିଥିଲେ ବି ବାପା-ମାଆ ଦୃଷ୍ଟିହୀନ ହୋଇଥିବାରୁ ଜାଣିପାରିଲେନି। ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀ ଘଟଣାକୁ ସାମ୍ନାକୁ ଆଣିଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ପୁଲିସ ସ୍ଥାନୀୟ ଲୋକଙ୍କଠାରୁ କଲ୍ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଖାନତଲାସି କରିବା ପରେ ଏକ ଘରୁ ତିନି ଜଣ ଲୋକଙ୍କୁ ପାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ମୃତ ଅବସ୍ଥାରେ ତଳେ ପଡ଼ିଥିଲେ, ଆଉ ଘରୁ ଖୁବ୍ ଜୋରରେ ଦୁର୍ଗନ୍ଧ ଆସୁଥିଲା। ମାତ୍ର ବାପାମାଆ ଦୁହେଁ ଦୃଷ୍ଟିହୀନ ହୋଇଥିବାରୁ ନା ବାହାରକୁ ଆସି ପାରୁଥିଲେ, ନା କାହାକୁ ଖବର ଦେଇ ପାରୁଥିଲେ। ସେହିପରି ଶବ ପାଖରେ ଅଖିଆ ଅପିଆ ଶବ ପାଖରେ ବିତାଇଥିଲେ।

ପୁଲିସ କହିଛି ଯେ, ବୃଦ୍ଧ ଦମ୍ପତି ହେଉଛନ୍ତି, ୬୦ ବର୍ଷିୟ କେ ରମଣା ଏବଂ ୬୫ ବର୍ଷୀୟ କେ ଶାନ୍ତା କୁମାରୀ। ତାଙ୍କ ୩୦ ବର୍ଷୀୟ ପୁଅ କେ ପ୍ରମୋଦର ମୃତ୍ୟୁ ହୋଇଛି। ଚାରି ଦିନ ତଳେ ପ୍ରମୋଦ ବାପାମାଆଙ୍କୁ ଖାଇବାକୁ ଦେଇ ନିଜେ ଖାଇ ଶୋଇଥିଲେ। ମାତ୍ର ପର ଦିନ ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ଶୋଇଥିବା ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମାତ୍ର କେଉଁ କାରଣରୁ ମୃତ୍ୟୁ ହେଲା, ଏହାର ପ୍ରକୃତ କାରଣ କଣ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ସେପଟେ, ପୁଲିସ ଉକ୍ତ ଘରୁ ବୃଦ୍ଧ ବାପାମାଆଙ୍କୁ ବାହାରକୁ ଆଣିବା ସହ ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।  

Hyderabad Hyderabad News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe