Advertisment

ବୟଫ୍ରେଣ୍ଡ ସହ ମିଶି ଶାଶୂ ଓ ଶ୍ୱଶୁରଙ୍କୁ ମାରିଥିଲା ବୋହୂ

ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛି ବୋହୂର ବୟଫ୍ରେଣ୍ଡ। ବେଶ ଯୋଜନାବଦ୍ଧ ଭାବେ ୩ ଜଣ ଯାକ ମିଶି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ରବିବାର ଗୋକୁଳପୁରୀ ଅଞ୍ଚଳରରେ ଘଟିଥିବା ବୟସ୍କ ଦମ୍ପତିଙ୍କ ହତ୍ୟା ଘଟଣାର ରହସ୍ୟ ଉପରୁ ଆଜି ପୁଲିସ୍‌ ପରଦା ହଟାଇଛି। ଏହି ହତ୍ୟା ପଛରେ ଦମ୍ପତିଙ୍କ ବୋହୂ ଓ ତା’ର ଦୁଇ ସହଯୋଗୀ ରହିଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛି ବୋହୂର ବୟଫ୍ରେଣ୍ଡ। ବେଶ ଯୋଜନାବଦ୍ଧ ଭାବେ ୩ ଜଣ ଯାକ ମିଶି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

Advertisment

ହତ୍ୟାର ଶିକାର ହୋଇଥିବା ଦମ୍ପତି ନିଜର ପୁଅ, ବୋହୂ ଓ ନାତିଙ୍କ ସହ ଗୋକୁଳପୁରୀ ଅଞ୍ଚଳରେ ରହୁଥିଲେ। ତେବେ ସମ୍ପତ୍ତି ଓ ପ୍ରେମ ବ୍ୟାପର ପାଇଁ ଦମ୍ପତିଙ୍କୁ ତାଙ୍କ ବୋହୂ ମୋନିକା ହିଁ ହତ୍ୟା କରିଛି। ହତ୍ୟାକାଣ୍ଡ ପାଇଁ ମୋନିକା ତା’ର ବୟଫ୍ରେଣ୍ଡ ଓ ଆଉ ଜଣଙ୍କ ସହାୟତା ନେଇଥିଲା।

ବୟସ୍କ ବ୍ୟକ୍ତି ଜଣଙ୍କ ହେଲେ ରାଧେଶ୍ୟାମ ବର୍ମା। ଗୋଟିଏ ସରକାରୀ ସ୍କୁଲରେ ସେ ଭାଇସ ପ୍ରିନ୍ସିପାଲ ଭାବେ କାମ କରିବା ପରେ ଅବସର ନେଇଥିଲେ। ଅବସର ପରେ ସେ ନିଜ ପିତ୍ନୀଙ୍କ ସହ ଗୋକୁଳପୁରୀ ଠାରେ ଥିବା ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲେ। ବୋହୂ ମୋନିକା, ତାଙ୍କ ସ୍ୱାମୀ ଓ ସେମାନଙ୍କର ପୁଅ ପ୍ରଥମ ଫ୍ଲୋରରେ ରହୁଥିଲା। ସମ୍ପତ୍ତି ପାଇଁ ମୋନିକା ନିଜ ଶାଶୂ ଓ ଶ୍ୱଶୁରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

Advertisment

ଯୋଜନା ଅନୁସାରେ, ଘଟଣା ଦିନ ମୋନିକା ତା’ର ବୟଫ୍ରେଣ୍ଡ ଓ ଆଉ ଜଣଙ୍କୁ ଘରର ଛାତ ଉପରକୁ ଡାକିଥିଲା। ସେମାନେ ରାତିରେ ଛାତ ଉପରେ ବେଶ କିଛି ସମୟ ଲୁଚି ରହିଥିଲେ। ଏହାପରେ ରାଧେଶ୍ୟାମ ଓ ତାଙ୍କ ପତ୍ନୀ ଶୋଇଥିବା ରୁମ ଭିତରେ ପଶି ଉଭୟଙ୍କ ଗଳା କାଟି ହତ୍ୟା କରିଥିଲେ।

ପୁଲିସ୍‌ କହିଛି ଯେ ହତ୍ୟା ପଛରେ ସମ୍ପତ୍ତି ବିବାଦ ମୁଖ୍ୟ କାରଣ ରହିଛି। ରାଧେଶ୍ୟାମ ନିଜର ଘର ବିକ୍ରି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ୪ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ପାଇଥିଲେ। ଏହି ଟଙ୍କା ବର୍ତ୍ତମାନ ତାଙ୍କ ରୁମରେ ନାହିଁ। ତେଣୁ ଟଙ୍କା ପାଇଁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତଥାପି ଘଟଣାର ଅଧିକ ତଦନ୍ତ ଚାଲୁଥିବା ପୁଲିସ୍‌ କହିଛି।

Delhi Elderly Couple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe