Advertisment

ନମାଜ ପଢ଼ୁ ପଢ଼ୁ ଟଳି ପଡିଲେ ପୂର୍ବତନ ସେନା ଅଧିକାରୀ

ନମାଜ ପଢ଼ିବା ବେଳେ ହଠାତ୍‌ ସେ ଚେତାଶୂନ୍ୟ ହୋଇ ପଛ ପଟକୁ ପଡି ଯାଇଥିଲେ। ପରେ ଆଖପାଖର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Heart Attack

Heart Attack

Advertisment

ନମାଜ ପଢ଼ୁ ପଢ଼ୁ ହଠାତ୍‌ ଟଳି ପଡିଲେ ପୂର୍ବତନ ସେନା ଅଧିକାରୀ। ମସଜିଦ୍‌ ଭିତରେ ହୃଦ୍‌ଘାତରେ ହେଲା ମୃତ୍ୟୁ। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ଏଭଳି କିଛି ଘଟଣା। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।

Advertisment

ମୁରାଦାବାଦର ଆଦର୍ଶ କଲୋନୀ ସ୍ଥିତ ଏକ ମସ୍‌ଜିଦକୁ ଆଜି ସକାଳେ ଜଣେ ପୂର୍ବତନ ସେନା ଅଧିକାରୀ ନମାଜ ପଢ଼ିବାକୁ ଯାଇଥିଲେ। ଏତିକି ବେଳେ ମସ୍‌ଜିଦ ଭିତରେ ସେ ଏକୁଟିଆ ଥିଲେ। ତେବେ ନମାଜ ପଢ଼ିବା ବେଳେ ହଠାତ୍‌ ସେ ଚେତାଶୂନ୍ୟ ହୋଇ ପଛ ପଟକୁ ପଡି ଯାଇଥିଲେ। ପରେ ଆଖପାଖର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଏହି ପୂରା ଘଟଣା ମସଜିଦ୍‌ରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି।

ମୃତକ ଜଣକ ହେଲେ ହାଜି ହନିଫ, ତାଙ୍କ ବୟସ ୭୦ ବର୍ଷ। ସେ ଜଣେ ପୂର୍ବତନ ସେନା ଅଧିକାରୀ ଅଟନ୍ତି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ସନ୍ଦେହ କରୁଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସେପଟେ ଅଚାନକ ଏହି ବୃଦ୍ଧଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ନିକଟରେ ଏଭଳି ହିଁ ଏକ ସମାନ ଘଟଣା ବାରଣାସୀରୁ ସାମ୍ନାକୁ ଆସିଥିଲା। ଏଠାକାର ଚେତଗଞ୍ଜ ଅଞ୍ଚଳରେ ଜିମ୍‌ରେ ଓ୍ୱର୍କଆଉଟ୍‌ କରିବା ବେଳେ ଜଣେ ୩୨ ବର୍ଷୀୟ ଯୁବକ ଟଳି ପଡିଥିଲେ। ସେ ଜିମ୍‌ ବ୍ୟାୟାମ କରୁଥିବା ବେଳେ ପ୍ରଥମେ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା ଏହାପରେ ସେ ଏକ ଚୌକି ଉପରେ ବସିଥିଲେ। ପରେ ସେ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Heart Attack Offering Namaz Viral Video Cardiac Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe