Advertisment

ବୃଦ୍ଧଙ୍କୁ ଶହେ ମିଟର ଘୋଷାଡ଼ି ନେଲା ଗାଇ, ଚାଲିଗଲା ଜୀବନ

ବୃଦ୍ଧଜଣକ ତଳେ ପଡ଼ିଯିବାରୁ ସେ ତାଙ୍କୁ ନିଜ ଗୋଡ଼ରେ ଘୋଷାଡ଼ି ଆଣିଥିଲା। ଏହିପରି ଭାବେ ଗାଇଟି ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଘୋଷାଡ଼ି ଜୋରରେ ଦୌଡ଼ିଥିଲା।

author-image
Niharika Rout
Cow ‌Dragged Old Man

Cow ‌Dragged Old Man

ଗାଇ ପାଲଟିଗଲା ହିଂସ୍ର। ଜଙ୍ଗଲୀ ଜନ୍ତୁଙ୍କ ପରି ଆତଙ୍କ ମଚାଇଲା। ଏତିକିରେ ମନ ଶାନ୍ତ ନ ହେବାରୁ ଜଣେ ବୃଦ୍ଧଙ୍କୁ ରାସ୍ତାରେ ପ୍ରାୟ ଶହେ ମିଟର ଘୋଷାଡ଼ି ନେଇ ତାଙ୍କ ଜୀବନ ନେଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ପଞ୍ଜାବର ମୋହାଲିରେ ଘଟିଛି। ବୃଦ୍ଧଜଣକଙ୍କ ନାଁ ସରୂପ ସିଂ ଓ ତାଙ୍କ ବୟସ ୮୩ ବର୍ଷ ବୋଲି ଜଣାଯାଇଛି। ଏହି ଭୟଙ୍କର ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇ ଯାଇଥିବା ବେଳେ ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ମଚାଉଥିବା ଗାଇଟି ପ୍ରଥମେ ସରୂପ ସିଂଙ୍କ ଘରେ ପଶି ଯାଇଥିଲା। ଏହାପରେ ସେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧଜଣକ ତଳେ ପଡ଼ିଯିବାରୁ ସେ ତାଙ୍କୁ ନିଜ ଗୋଡ଼ରେ ଘୋଷାଡ଼ି ଆଣିଥିଲା। ଏହିପରି ଭାବେ ଗାଇଟି ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଘୋଷାଡ଼ି ଜୋରରେ ଦୌଡ଼ିଥିଲା। ଗାଇଟି କବଳରୁ ନିଜକୁ ରକ୍ଷା କରିବାକୁ ବୃଦ୍ଧଜଣକ ଶତ ଚେଷ୍ଟା କରିବା ସତ୍ତ୍ୱେ ସଫଳ ହୋଇ ପାରି ନ ଥିଲେ। ଏପରିକି ରାସ୍ତାରେ ବହୁ ଗାଡ଼ିରେ ସେ ପିଟି ହୋଇ ଯାଇଥିଲେ।

ଶେଷରେ ସରୂପ ସିଂ ଆଖି ବୁଜିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment
Punjab