Advertisment

CJIଙ୍କ ଡିପି ଲଗାଇ ବୃଦ୍ଧଙ୍କୁ ଡିଜିଟାଲ ଆରେଷ୍ଟ, ଲୁଟି ନେଲେ ୧ କୋଟି

ବୃଦ୍ଧଙ୍କୁ ଅଭିଯୋଗକୁ ଭିତ୍ତି କରି ସାଇବର କ୍ରାଇମ ପୁଲିସ ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି।

Cyber Crime

Cyber Crime

Advertisment

ପ୍ରଧାନ ବିଚାରପତିଙ୍କୁ ବି ଛାଡିଲେନି। ସିଜେଆଇଙ୍କ ଫଟୋ ଲଗାଇ ବୃଦ୍ଧଙ୍କୁ କଲେ ଡିଜିଟାଲ ଆରେଷ୍ଟ। ଆଉ ତାଙ୍କ ଠାରୁ ଲୁଟି ନେଲେ ୧ କୋଟି ୨୬ ଲକ୍ଷ। ଏଭଳି କିଛି ଠକେଇ ମାମଲା ସାମ୍ନାକୁ ଆସିଛି ଗୁଜରାଟ ଅହମ୍ମଦାବାଦରୁ। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Advertisment

ପ୍ରକୃତରେ, ଅକ୍ଟୋବର ୧୦ରେ ଜଣେ ବୃଦ୍ଧ ବ୍ୟକ୍ତି ସାଇବର କ୍ରାଇମ ସେଲରେ ଅଭିଯୋଗ କରିଥିଲେ। ତାଙ୍କୁ ଏକ ଭିଡିଓ କଲ୍‌ ଆସିଥିଲା। ଏହି ଭିଡିଓ କଲ୍‌ର ଡିପିରେ ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଫଟୋ ଥିଲା। ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ହେରଫେର ମାମାଲାରେ ବ୍ୟବହୃତ ହୋଇଛି। ଏହା ପରେ ଦୁର୍ବୃତ୍ତମାନେ ନିଜକୁ ପୁଲିସ୍, ସିବିଆଇ ଅଧିକାରୀ ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ପରିଚୟ ଦେଇଥିଲେ। ତାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କାର ଟ୍ରାଞ୍ଜେକସନ୍‌ ହୋଇଥିବା ଠକମାନେ କହିଥିଲେ।

ବୃଦ୍ଧ ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି, ' ଫୋନ୍‌ କରିଥିବା ବ୍ୟକ୍ତିମାନେ ତାଙ୍କୁ ଧମକ ଦେଇଥିଲେ। ଆଉ କହିଥିଲେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ମିଳିବ। ପରେ ଆଉ ଜଣେ ବ୍ୟକ୍ତି କହିଥିଲେ ଯେ ତୁମେ ବୃଦ୍ଧ, ତୁମର କୌଣସି ସମ୍ପର୍କୀୟ ନାହାଁନ୍ତି, ତେଣୁ ଯଦି ତୁମେ ଆମକୁ ଏକ ଲିଖିତ ଆବେଦନ କର, ଆମେ ତୁମ ମାମଲାକୁ ପ୍ରାଥମିକତା ଦେବା ପାଇଁ ସୁପ୍ରିମକୋର୍ଟ ଜଷ୍ଟିସଙ୍କୁ ଅନୁରୋଧ କରିବୁ। ତୁମକୁ ଗିରଫ କରିବୁ ନାହିଁ। କିନ୍ତୁ ଏହି ପରିସ୍ଥିତିରେ ଭିଡିଓ କଲ୍ ମାଧ୍ୟମରେ ଆପଣଙ୍କ ଘରେ ଯାଞ୍ଚ କରାଯିବ।'

Advertisment

ଏହାପରେ ଦୁର୍ବୃତ୍ତମାନେ ବୃଦ୍ଧଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କ ଉପରେ ଲଗାତର ନଜର ରଖିଥିଲେ। ତାଙ୍କଠାରୁ ବ୍ୟାଙ୍କ ଆକାଉଣ୍ଟ ଏବଂ ତାଙ୍କ ଏଫଡି ବିଷୟରେ ସମସ୍ତ ସୂଚନା ନେଇଥିଲେ। ତଦନ୍ତ ପାଇଁ ବ୍ୟାଙ୍କରେ ରଖାଯାଇଥିବା ଟଙ୍କା ଏବଂ ଏଫଡି ଭାଙ୍ଗି ଟଙ୍କା ପଠାଇବାକୁ ଦୁର୍ବୃତ୍ତମାନେ ତାଙ୍କୁ ଧମକ ଦେଇଥିଲେ। ଆକାଉଣ୍ଟ ଯାଞ୍ଚ ପରେ ୪୮ଘଣ୍ଟା ମଧ୍ୟରେ ଏହି ଟଙ୍କା ଫେରସ୍ତ କରାଯିବ କହି ଠକମାନେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରୁ ଏକ ନକଲି ପ୍ରମାଣପତ୍ର ତିଆରି କରି ୧ କୋଟି ୨୬ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ପୋଲିସ ଅଧିକାରୀ କହିଛନ୍ତି ଯେ କାମ୍ବୋଡିଆରୁ ବୃଦ୍ଧଙ୍କୁ ହ୍ୱାଟସ୍‌ ଆପ୍ କଲ କରାଯାଇଥିଲା। ଦୁର୍ବୃତ୍ତମାନେ ପ୍ରଥମେ ଏକ ଡମି ଆକାଉଣ୍ଟରେ ଟଙ୍କା ଜମା କରନ୍ତି, ଯାହା ପରେ ଏହି ଟଙ୍କା ସେକେଣ୍ଡ ଲେୟାର୍‌ରେ କ୍ରିପ୍ଟୋରେ ପରିଣତ ହୁଏ। ବୃଦ୍ଧଙ୍କୁ ଅଭିଯୋଗକୁ ଭିତ୍ତି କରି ସାଇବର କ୍ରାଇମ ପୁଲିସ ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି।

Gujarat CJI Cyber Crime Digital Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe