Advertisment

ଅଣ୍ଡର ପାସ୍‌ରେ ବୁଡ଼ିଗଲେ ବୃଦ୍ଧ, ଚାଲିଗଲା ଜୀବନ

ଦିଲ୍ଲୀର ଓଖଲାରେ ଥିବା ଅଣ୍ଡର ପାସ୍‌ରେ ଜମି ଥିବା ପାଣିରେ ବୁଡ଼ି ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା। ଅବିଶ୍ରାନ୍ତ ବର୍ଷା ଯୋଗୁ ଚାରିଆଡ଼େ କେବଳ ପାଣି ହିଁ ପାଣି। ସହରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ଇତି ମଧ୍ୟରେ ୫ ଜଣଙ୍କ ଜୀବନ ନେଇ ସାରିଲାଣି। ଜଣେ ୬୦ ବର୍ଷୀୟ ବୃଦ୍ଧ ଓ ୪ ଜଣ ପିଲା ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

Advertisment

ଦିଲ୍ଲୀର ଓଖଲାରେ ଥିବା ଅଣ୍ଡର ପାସ୍‌ରେ ଜମି ଥିବା ପାଣିରେ ବୁଡ଼ି ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଲଗାଣ ବର୍ଷା ଯୋଗୁ ୨୪ ଘଣ୍ଟା ହେଲା ଓଖଲା ପାଣିରେ ବୁଡ଼ି ରହିଛି। ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ହେଲେ ଜୈତପୁରର ଦିଗବିଜୟ କୁମାର ଚୌଧୁରୀ।

ଶୁକ୍ରବାର ସକାଳେ ଓଖଲା ଶଳ୍ପାଞ୍ଚଳ ଅଞ୍ଚଳ ପୁଲିସ୍‌କୁ ଫୋନ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଣ୍ଡର ପାସ୍‌ରେ ପାଣି ଜମି ରହିଥିବା ବେଳେ ଦିଗବିଜୟ ତାଙ୍କ ଟିଭିଏସ୍‌ ସ୍କୁଟିରେ ଏହାକୁ ଅତିକ୍ରମ କରୁଥିଲେ। ଏହି ସମୟରେ ସେ ସେଠାରେ ବୁଡ଼ି ଯାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଶନିବାର ମଧ୍ୟାହ୍ନରେ ଦିଲ୍ଲୀର ଶ୍ୟାମାପୁର ବାଡଲିରେ ଥିବା ଅଣ୍ଡପାସ୍‌ ପାଣିରେ ବୁଡ଼ି ୨ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ମେଟ୍ରୋ ନିକଟ ସିରାସପୁର ଅଣ୍ଡରପାସରେ ଏପରି ଘଟଣା ଘଟିଛି। ଏଠାରେ ୩ରୁ ୪ଫୁଟ ପାଣି ଜମି ରହିଛି। ଶୁକ୍ରବାର ଉତ୍ତରପୂର୍ବ ଦିଲ୍ଲରେ ଜମି ରହିଥିବା ପାଣିରେ ଜଣେ ୮ ବର୍ଷୀୟ ଓ ଜଣେ ୧୦ ବର୍ଷୀୟ ପିଲାର ଜୀବନ ଯାଇଥିଲା।

Delhi Rain In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe