ମୁଖ୍ୟମନ୍ତ୍ରୀଙ୍କ କାର୍‌ ଅଟକାଇ ପାର୍କିଂ ସମସ୍ୟା କଥା କହିଲେ ବୟସ୍କ ପଡ଼ୋଶୀ

ସିଦ୍ଦରମୈୟା ଆଜି ସକାଳୁ ତାଙ୍କର ବେଙ୍ଗାଲୁରୁ ସ୍ଥିତି ବାସଭବନରୁ ବାହାରୁ ଥିବା ବେଳେ ହଠାତ୍‌ ବୃଦ୍ଧ ଜଣଙ୍କ ତାଙ୍କ କାରକୁ ଅଟକାଇ ଥିଲେ। ଏଥିସହ ସେ ଓ ତାଙ୍କ ପରିବାର ଲୋକ ପାର୍କିଂ ଯୋଗୁ ଭୋଗୁଥିବା ସମସ୍ୟା ସମ୍ପର୍କରେ କହିଥିଲେ।

Karnataka

ଅଭିଯୋଗ କରିବା ବେଳର ଦୃଶ୍ୟ

Hemant Lenka
  • Published: Friday, 28 July 2023
  • Updated: 28 July 2023, 08:28 PM IST

Sports

Latest News

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସବୁ ଦିନ ଅନେକ ଲୋକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପାର୍କିଂ ସମସ୍ୟା ଦେଖାଯାଉଛି। ଏଥିରେ ବିରକ୍ତ ହୋଇ ଆଜି ସେଠାରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଏନେଇ ଅଭିଯୋଗ ଜଣାଇଛନ୍ତି।

Also Read

ଏହା ଶୁଣି ସିଦ୍ଦରମୈୟା ତୁରନ୍ତ ଏହାର ସମାଧାନ କରିବାକୁ ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଥିବା ଲୋକଙ୍କ ପାଇଁ ସ୍ଥାନୀୟ ବାସିନ୍ଦାରଙ୍କ ଯେମିତି କିଛି ଅସୁବିଧା ନ ହେବ, ସେକଥା ନିଶ୍ଚିତ କରିବାକୁ ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଖରେ ରହୁଥିବା ବୟସ୍କ ବ୍ୟକ୍ତି ଜଣଙ୍କ ହେଲେ ନରୋତ୍ତମ। ଆଜି ସେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ରାସ୍ତାରେ ଅଟକାଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ କହିବା କଥା ଯେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନେ ଏଣେତେଣେ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ସେ ଓ ତାଙ୍କ ପରିବାର ଲୋକ ନିଜର କାର୍‌ ବାହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସେ କହିଛନ୍ତି, “୫ ବର୍ଷ ହେଲେ କ’ଣ ସବୁ ବେକାର କାମ ଚାଲିଛି? ଆମେ ବିରକ୍ତ ହୋଇ ଗଲୁଣି।” ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଚୁପ ଚାପ ନରୋତ୍ତମଙ୍କ କଥା ଶୁଣିଥିଲେ। ଏହାପରେ ତୁରନ୍ତ ସମସ୍ୟାକୁ ସମାଧାନ କରିବାକୁ ସୁରକ୍ଷାକର୍ମୀମାନଙ୍କୁ କହିଥିଲେ।

ବିରୋଧୀ ଦଳ ନେତା ଭାବେ ସିଦ୍ଦରମୈୟା ଯେଉଁଠାରେ ରହୁଥିଲେ ଏବେ ବି ମୁଖ୍ୟମନ୍ତ୍ରୀ ହେବା ପରେ ସେହିଠାରେ ରହୁଛନ୍ତି। ସେ ତାଙ୍କ ସରକାରୀ ବାସଭବନକୁ ଯାଇ ନାହାନ୍ତି। କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏଯାଏ ରହୁଥିଲେ। ତେବେ ନିକଟରେ ସେ ଏହାକୁ ଖାଲି କରିଛନ୍ତି। ତେଣୁ ସିଦ୍ଦରମୈୟା ଅଗଷ୍ଟ ମାସରେ ନିଜର ସରକାରୀ ବାସଭବନକୁ ଚାଲି ଯିବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story