Advertisment

ଭିଡିଓ ଭାଇରାଲ୍ ହେବାରୁ ଆତ୍ମହତ୍ୟା କରିଦେଲେ ଅଳିଆ ସଂଗ୍ରହକାରୀ ବୃଦ୍ଧ

ସୋଶାଲ ମିଡିଆରେ ତାଙ୍କର କିଛି ଭିଡିଓ ଭାଇରାଲ ହେବା ପରେ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି।

ଅଦ୍ୟତନ ହୋଇଛି
Died Waste Collector(File Photo)

Died Waste Collector(File Photo)

Advertisment

ରାଜସ୍ଥାନର ଜଣେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧ ବ୍ୟକ୍ତି ନିଜ ଜୀବନ ହାରି ଦେଇଛନ୍ତି। ସୋଶାଲ ମିଡିଆରେ ତାଙ୍କର କିଛି ଭିଡିଓ ଭାଇରାଲ ହେବା ପରେ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି।

Advertisment

ସୂଚନା ଅନୁସାରେ, ମୃତ ବୃଦ୍ଧ ବ୍ୟକ୍ତି ଜଣକ ନିୟମିତ ଭାବେ ଅଳିଆ ଗଦାରୁ ପ୍ଲାଷ୍ଟିକ୍ ବୋତଲ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ଜୀବିକା ପାଇଁ ବିକ୍ରି କରୁଥିଲେ। ସେ ଏକ ଅଳିଆ ବୁହା ଗାଡ଼ି ମଧ୍ୟ ରଖିଥିଲେ, ଯେଉଁଥିରେ ନିୟମିତ ଭାବେ ବୋତଲ ସହ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଆଣି ବିକ୍ରି କରନ୍ତି।

ଏକଦା ଲୋହୱତ ଗାଁର କିଛି ଯୁବକ ତାଙ୍କୁ ଉପହାସ କରିବା ସହ ତାଙ୍କ ଭଡିଓ ଶୁଟ୍ କରିଥିଲେ ଏବଂ ଏହି ଭିଡିଓକୁ ସୋଶାଲ ମିଡିଆରେ ଶେଆର କରିଥିଲେ। ପ୍ରତିଦିନ ଏପରି କରିବାରୁ ବୃଦ୍ଧ ଜଣକ ସେମାନଙ୍କୁ, "ଆପଣମାନେ କିଛି ବର୍ଜ୍ୟବସ୍ତୁ କିଣିବାକୁ ଚାହୁଁଛନ୍ତି କି?" ବୋଲି ପ୍ରଶ୍ନ କରିଥିବା ଭାଇରାଲ୍ ଭିଡିଓରୁ ଶୁଣିବାକୁ ମିଳୁଛି। 

Advertisment

ସେପଟେ ଭିଡିଓ ଭାଇରାଲ୍ ହେବା ପରେ ଅନେକ ଲୋକ ଅଟକି ଯାଇ ବୃଦ୍ଧଙ୍କୁ ଦେଖନ୍ତି ଏବଂ କିଛି କୁହନ୍ତି। ଏହାକୁ ସହି ପାରିନଥିଲେ ବୃଦ୍ଧ ଜଣକ। ତାଙ୍କୁ ଲଜ୍ଜା ଅନୁଭବ ହେବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ରାଜପଥ ନିକଟସ୍ଥ ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏ ଉପରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି। 

Suicide Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe