Advertisment

ଘର ଆଗରେ ଝାଡ଼ୁ ମାରୁଥିଲେ ମହିଳା, ପିଟିଦେଲା କାର୍‌

ଜାନକୀଙ୍କ ପଡ଼ୋଶୀରେ ରହୁଥିବା ୨୫ ବର୍ଷ ବୟସ୍କ ମୁକଳ ରାଠୋଡ ନୂଆ ନୂଆ କାର୍‌ ଶିଖୁଛନ୍ତି। ଗତକାଲି ସେ ନିଜ ଦୁଇ ଭଉଣୀଙ୍କ ସହ ବଜାରରୁ ଫେରୁଥିବା ବେଳେ କାର୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଲେ।

Accident

Accident

Advertisment

ସକାଳୁ ସକାଳୁ ନିଜ ଘର ସମ୍ମୁଖରେ ଝାଡ଼ୁ ମାରୁଥିଲେ ବୟସ୍କା ମହିଳା। ଏହାପରେ ଘରର ଯାବତୀୟ କାମ କରିବେ ବୋଲି ଭାବିଥିଲେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ । ଆଖି ପିଛୁଳାକେ ମାଡ଼ି ଆସିଲା ମୃତ୍ୟୁ, ଆଉ କ୍ଷଣକରେ ଚାଲିଗଲା ମହିଳାଙ୍କ ଜୀବନ । ଦ୍ରୁତ ଗତିରେ ମାଡ଼ି ଆସୁଥିବା ପଡ଼ୋଶୀଙ୍କ କାର୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ଜୀବନ ଚାଲି ଯାଇଛି ।

Advertisment

ଏପରି ଏକ ଦୁଃଖଦ ଘଟଣା ଦିଲ୍ଲୀର ଗୀତା କଲୋନୀରେ ଗତକାଲି ଘଟିଛି। ମୃତା ମହିଳାଜଣକ ହେଲେ ୬୫ ବର୍ଷୀୟା ଜାନକୀ କୁମାରୀ । ଏହି ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

ଜାନକୀଙ୍କ ପଡ଼ୋଶୀରେ ରହୁଥିବା ୨୫ ବର୍ଷ ବୟସ୍କ ମୁକଳ ରାଠୋଡ ନୂଆ ନୂଆ କାର୍‌ ଶିଖୁଛନ୍ତି। ଗତକାଲି ସେ ନିଜ ଦୁଇ ଭଉଣୀଙ୍କ ସହ ବଜାରରୁ ଫେରୁଥିବା ବେଳେ କାର୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଝାଡ଼ୁ ମାରୁଥିବା ଜାନକୀଙ୍କୁ ଧକ୍‌ ଦେଇଥିଲେ। ଏହି ଦୁର୍ଘଟଣା ଏତେ ଜୋର ଥିଲା ଯେ ଜାନକୀ ଉପରକୁ ଛିଟିକି ତଳେ କଚାଡ଼ି ହୋଇ ପଡ଼ିଥିଲେ।

Advertisment

ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୁକୁଳ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲ। ଏହାପରେ ମୁକୁଳଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

Delhi Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe