Advertisment

୬୦ ବର୍ଷ ବୟସରେ ପ୍ରେମ ଓ ବାହା ହେବାକୁ ଇଚ୍ଛା କରି ବୃଦ୍ଧା ହରାଲେ ୨୪ ଲକ୍ଷ

ମୁଖ୍ୟ ଅଭିଯୁକ୍ତ କଥାରେ ବିଶ୍ୱାସ କରି ବୃଦ୍ଧା ଜଣଙ୍କ ୨୦୨୨ ଏପ୍ରିଲରୁ ୨୦୨୨ ଡିସେମ୍ବର ମଧ୍ୟରେ ଭାରତରେ ଥିବା ୫ଟି ଆକାଉଣ୍ଟକୁ ମୋଟ ୨୪ ଲକ୍ଷ ଟଙ୍କା ପଠାଇଥିଲେ।

author-image
Hemant Lenka
Love

Love

ପରିଣତ ବୟସରେ ସାଥୀ ଖୋଜି ସର୍ବସ୍ୱାନ୍ତ ହୋଇଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧା। ସେ ମ୍ୟାଟ୍ରମୋନିଆଲ ସାଇଟରେ ନିଜ ପାଇଁ ଉପଯୁକ୍ତ ବର ଖୋଜିବାକୁ ଯାଇ ୨୪ ଲକ୍ଷ ଟଙ୍କା ହରାଇଛନ୍ତି। ବୃଦ୍ଧା ଜଣଙ୍କ ପ୍ରେମ ଓ ବାହା ହେବାକୁ ବ୍ୟାକୁଳ ଥିବାରୁ ଜଣେ ସାଇବର ଠକ୍‌ ତାଙ୍କୁ ନିଜ ଜାଲରେ ଫସାଇଥିଲା। ଠକ ଜଣଙ୍କ ନିଜକୁ ଆମେରିକାର ଜଣେ ଇଞ୍ଜିନିୟର ବୋଲି ପରିଚୟ ଦେଇ ବୃଦ୍ଧାଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଲୁଟ କରି ନେଇଛି।

Advertisment

ମ୍ୟାଟ୍ରିମୋନିଆଲ ସାଇଟରେ ଭେଟଘାଟ ହେବାର କିଛି ମାସ ମଧ୍ୟରେ ବୃଦ୍ଧା ଓ ତଥାକଥିତ ଆମେରିକୀୟ ଇଞ୍ଜିନିୟର ଚାଟିଂ ଆରମ୍ଭ କରିଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ବେଶ ଚାଲାକିର ସହ ବୃଦ୍ଧାଙ୍କୁ ନିଜର କ୍ରିପ୍ଟୋ ଟ୍ରେଡିଂ କଥା କହିଥିଲା। ଏଥିସହ ସେ ତାଙ୍କୁ ମଧ୍ୟ ଏଥିରେ ନିବେଶ କରିବାକୁ ଉତ୍ସାହିତ କରିଥିଲା। ତାଙ୍କ କଥାରେ ବିଶ୍ୱାସ କରି ମହିଳା ଜଣଙ୍କ କିଛି ମାସ ମଧ୍ୟରେ ମୋଟ ୨୪ ଲକ୍ଷ ଟଙ୍କା କ୍ରିପ୍ଟୋରେ ନିବେଶ କରିଥିଲେ।

କିନ୍ତୁ ସେ ଯେତେବେଳେ ଏହାକୁ ଉଠାଇବା ପାଇଁ ଚେଷ୍ଟା କଲେ ସାଇବର ଠକ ତାଙ୍କୁ ଉଠାଣ ପାଇଁ ଆଉ ୧୨ ଲକ୍ଷ ଟଙ୍କା ମାଗିଥିଲା। କିଛି ଦିନ ପରେ ବୃଦ୍ଧାଙ୍କ ଭର୍ଚ୍ୟୁଆଲ ଆକାଉଣ୍ଟ ମଧ୍ୟ ଅକାମୀ ହୋଇଯାଇଥିଲା।

Advertisment

ଗୋଟିଏ ଘରୋଇ କମ୍ପାନୀରେ କାମ କରି ଅବସର ନେଇଥିବା ବୃଦ୍ଧା ଜଣଙ୍କ ଠକାମୀରେ ପଡ଼ିଥିବା ଜାଣିବା ପରେ ମୁମ୍ବାଇର ଉତ୍ତର ରିଜନ ସାଇବର ପୁଲିସ୍‌ ଷ୍ଟେସନରେ ୨ ଜଣ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଠକେଇ, ଧୋକା, ଅପରାଧିକ ଷଡ଼ଯନ୍ତ୍ର ଭଳି ଦଫାରେ ମାମଲା ରୁଜୁ କରିଛି।

ଅଭିଯୋଗକାରୀ ବୃଦ୍ଧା ପୁଲିସ୍‌କୁ କହିଛନ୍ତି ଯେ ଠକ ଜଣକୁ ତାଙ୍କୁ ମ୍ୟାଟ୍ରିମୋନିଆଲ ସାଇଟରେ ପ୍ରଥମେ ଅନୁରୋଧ ପଠାଇଥିଲା। ଏହାପରେ ଉଭୟ ନମ୍ବର ଏକ୍ସଚେଞ୍ଜ କରିଥିଲେ ଓ ଚାଟିଂ ଆରମ୍ଭ କରିଥିଲେ। ଏପରି କି ଉଭୟ ବାହା ହେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଠକ ଜଣକ ଆମେରିକାରେ ଇଞ୍ଜିନିୟର ଭାବେ କାମ କରୁଥିବା ବୃଦ୍ଧାଙ୍କୁ କହିଥିଲା। ଏଥିସହ କ୍ରିପ୍ଟୋରେ ନିବେଶ କରି କେମିତି ଲାଭ ପାଉଥିଲା, ସେକଥା ମଧ୍ୟ ବୃଦ୍ଧାଙ୍କୁ ବୁଝାଥିଲା। ଏହାପରେ ସେ ବୃଦ୍ଧାଙ୍କୁ ଜଣେ କ୍ରିପ୍ଟୋ ଗାଇଡଙ୍କ ସହ ପରିଚୟ କରାଇଥିଲା।

ମୁଖ୍ୟ ଅଭିଯୁକ୍ତ କଥାରେ ବିଶ୍ୱାସ କରି ବୃଦ୍ଧା ଜଣଙ୍କ ୨୦୨୨ ଏପ୍ରିଲରୁ ୨୦୨୨ ଡିସେମ୍ବର ମଧ୍ୟରେ ଭାରତରେ ଥିବା ୫ଟି ଆକାଉଣ୍ଟକୁ ମୋଟ ୨୪ ଲକ୍ଷ ଟଙ୍କା ପଠାଇଥିଲେ। ତାଙ୍କୁ ଭର୍ଚ୍ୟୁଆଲ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ମିଳିଥିଲା। ଏହି ଆକାଉଣ୍ଟରେ ସେ ନିଜର ନିବେଶ ଓ ପ୍ରଫିଟ ଦେଖିପାରୁଥିଲେ। ତାଙ୍କ ଭର୍ଚ୍ୟୁଆଲ ଆକାଉଣ୍ଟରେ ମୋଟ ୬୩ ହଜାର ଡଲାର ବା ୫୧ ଲକ୍ଷ ଟଙ୍କା ଥିବାରୁ ଏହାକୁ ଉଠାଇବା ପାଇଁ ବୃଦ୍ଧା ଜଣଙ୍କ ଚାହିଁଥିଲେ।

ହେଲେ ଏଥିପାଇଁ ଗାଇଡ ଜଣକ ୧୨ ଲକ୍ଷ ଟଙ୍କା ଦାବି କରିଥିଲେ। ଡଲାରକୁ ଟଙ୍କାରେ ପରିଣତ କରିବା ଓ ଟିକସ ବାବଦରେ ସେ ଏହି ଟଙ୍କା ମାଗିଥିଲେ। ଏକଥା ବୃଦ୍ଧା ଜଣଙ୍କ ତାଙ୍କର ତଥାକଥିତ ଆମେରିକୀୟ ଇଞ୍ଜିନିୟରକୁ ଜଣାଇଥିଲେ। ସେ ତୁରନ୍ତ ଟଙ୍କା ଜମା କରିବାକୁ କହିଥିଲେ। ତେବେ କିଛି ଦିନ ପରେ ତାଙ୍କ ଭର୍ଚ୍ୟୁଆଲ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ଗାଇଡ ଜଣଙ୍କ ମଧ୍ୟ ତାଙ୍କର ଫୋନ ଉଠାଇବା ବନ୍ଦ କରି ଦେଇଥିଲେ। ଶେଷରେ ବୃଦ୍ଧା ଜଣଙ୍କ ନିରାଶ ହୋଇ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

Cyber Crime Cyber Fraud