Advertisment

ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ: ବିଜେପିର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ

ଏହା ପୂର୍ବରୁ ବିଜେପି ଜାରି କରିଥିବା ଭିଡିଓକୁ ଏକ୍ସରୁ ହଟାଇବା ପାଇଁ କର୍ଣ୍ଣାଟକା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦଳ ଏହାକୁ ଖାତିର କରି ନଥିଲା।

ECI

ECI

Advertisment

ନିର୍ବାଚନ ସମୟରେ ଅତ୍ୟନ୍ତ ଆପତ୍ତିଜନକ ଓ ବିଦ୍ୱେଷ ସୃଷ୍ଟିକାରୀ ପୋଷ୍ଟ କରିଥିବା କର୍ଣ୍ଣାଟକା ବିଜେପିକୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓକୁ କର୍ଣ୍ଣାଟକା ବିଜେପିର ସୋଶାଲ ମିଡିଆ ଆକାଉଣ୍ଟରୁ ହଟାଇବାକୁ ଆଜି ନିର୍ବାଚନ କମିଶନ ଏକ୍ସ(ପୂର୍ବରୁ ଟ୍ୱିଟର)କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହା ପୂର୍ବରୁ ବିଜେପି ଜାରି କରିଥିବା ଭିଡିଓକୁ ଏକ୍ସରୁ ହଟାଇବା ପାଇଁ କର୍ଣ୍ଣାଟକା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦଳ ଏହାକୁ ଖାତିର କରି ନଥିଲା। ତେଣୁ ଆଜି ଭାରତୀୟ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିଛନ୍ତି। ଏଥିସହ ସିଧା ଏକ୍ସକୁ ବିଜେପିର ପୋଷ୍ଟକୁ ହଟାଇବାକୁ କହିଛନ୍ତି।

ଏହି ପୋଷ୍ଟ ପାଇଁ କଂଗ୍ରେସ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସୋଶାଲ ମିଡିଆ ମୁଖ୍ୟ ଅମିତ ମାଲବ୍ୟ ଓ କର୍ଣ୍ଣାଟକା ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ଦିଆ ଯାଇଥିଲା। ପୁଲିସ୍‌ ଜନପ୍ରତିନିଧି ଆଇନ ଓ ଆଇପିସିର ଧାରା ୫୦୫(୨) ଅନୁଯାୟୀ ଗୋଟିଏ ମାମଲା ରୁଜୁ ମଧ୍ୟ କରିଥିଲା।

Advertisment

ନିର୍ବାଚନ କମିଶନ କହିଛନ୍ତି, ଏହି ପ୍ରସଙ୍ଗରେ ଗୋଟିଏ ଏଫଆଇଆର ରୁଜୁ ହୋଇ ସାରିଛି। ତଥାପି ଭିଡିଓକୁ ଏଯାଏ ସୋଶାଲ ମିଡିଆରୁ ହଟା ଯାଇନାହିଁ। ତେଣୁ ଏପରି ଆପତ୍ତିଜନକ ପୋଷ୍ଟକୁ ହଟାଇବାକୁ ଆଜି ଏକ୍ସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କମିଶନ କହିଛନ୍ତି।

ମେ’ ୪ ତାରିଖରେ ଉକ୍ତ ଭିଡିଓକୁ କର୍ଣ୍ଣାଟକା ବିଜେପି ପକ୍ଷରୁ ତା’ର ଏକ୍ସ ଆକାଉଣ୍ଟରେ ଅପଲୋଡ କରାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଆନିମେଟେଡ୍‌ ଭିଡିଓ ଏଥିରେ ରହିଥିଲା। ଏଥିରେ ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଟିଏ ବସାରେ ଅଣ୍ଡା ଭାବେ ଚିତ୍ରିତ କରାଯାଇଛି।

ଉକ୍ତ ବସାରେ ରାହୁଲ ଗାନ୍ଧି ମୁସଲିମ ଲେଖାଯାଇଥିବା ଗୋଟିଏ ବଡ଼ ଅଣ୍ଡାକୁ ରଖୁଛନ୍ତି। ରାହୁଲ ଗାନ୍ଧି ମୁସଲିମ ଲେଖାଥିବା ଅଣ୍ଡାରୁ ବାହାରିଥିବା ପକ୍ଷୀକୁ ଫଣ୍ଡ ଖୁଆଉଥିବା ବେଳେ ଅନ୍ୟ ସଂପ୍ରଦାୟର ଲୋକ କେବଳ ଭକୁଆ ଭଳି ଚାହିଁ ରହିଛନ୍ତି।

ଶେଷରେ ମୁସିଲମ ଅଣ୍ଡାରୁ ଫୁଟିଥିବା ଛୁଆ ପରେ ଅନ୍ୟ ଏସ୍‌ସି,ଏସଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଇଠା ମାରି ବସାରୁ ବିଦା କରି ଦେଉଥିବା ଭିଡିଓରେ ଦୃଶ୍ୟ ରହିଛି।

ଏପରି ଭିଡିଓ ପୋଷ୍ଟ କରି ଅଭିଯୁକ୍ତମାନେ ସମାନଜରେ ବିଦ୍ୱେଷ ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା କଂଗ୍ରେସ ଅଭିଯୋଗ କରିଥିଲା।

Bjp Karnataka Eci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe