Advertisment

୪ଟି ଟ୍ରକରେ ଯାଉଥିଲା ୨,୦୦୦ କୋଟି ଟଙ୍କା; ମାଡ଼ିବସିଲା ପୁଲିସ

ଆନ୍ଧ୍ରପ୍ରଦେଶ ପୁଲିସ ୨,୦୦୦ କୋଟି ନଗଦ ଟଙ୍କା ଜବତ କରିବା ସହ ୪ଟି କଣ୍ଟେନରକୁ ଜବତ ରଖିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Police & Local People

Police & Local People

ନିର୍ବାଚନ ପ୍ରଚାର ସମୟରେ ଜବତ ହେଉଛି ପୁଳା ପୁଳା ଟଙ୍କା। ଏହିକ୍ରମରେ ଆଜି ଆନ୍ଧ୍ରପ୍ରଦେଶ ପୁଲିସ ୨,୦୦୦ କୋଟି ନଗଦ ଟଙ୍କା ଜବତ କରିବା ସହ ୪ଟି କଣ୍ଟେନରକୁ ଜବତ ରଖିଥିଲା। ଏହି ସବୁ କଣ୍ଟେନର କେରଳରୁ ଆନ୍ଧ୍ରପ୍ରଦେଶକୁ ଯାଉଥିଲା। 

Advertisment

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ସ୍ଥିତ ପାମିଡ଼ି ଆନ୍ତଃରାଜ୍ୟ ତନଖି ଫାଠକ(ଚେକ୍ ଗେଟ୍) ନିକଟରେ ଯାଞ୍ଚ କରୁଥିଲା ପୁଲିସ। ଏହି ସମୟରେ ୪ଟି କଣ୍ଟେନର ଏକା ସାଙ୍ଗେ ଯାଉଥିଲେ, ଯାହାକୁ ଦେଖି ପୁଲିସର ସନ୍ଦେହ ବଢିଥିଲା। ଆଉ ତଦନ୍ତ କରିବା ପରେ ପୁଳା ପୁଳା ଟଙ୍କା ଦେଖି ତାଜୁବ ହୋଇଯାଇଥିଲେ ପୁଲିସ କର୍ମଚାରୀ।

ବିପୁଳ ଟଙ୍କା ଦେଖିବା ପରେ ରାଜ୍ୟ ପୁଲିସ ଡିଜି, ନିର୍ବାଚନ ଅଧିକାରୀ ଓ ଇନକମ୍ ଟ୍ୟାକ୍ସ ଅଫିସରଙ୍କୁ ଜଣାଇଥିଲେ। ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଇନକମ୍ ଟ୍ୟାକ୍ସ ଓ ନିର୍ବାଚନ ଅଧିକାରୀ ଯାଞ୍ଚ ବେଳେ ଜାଣିଲେ ଯେ, ଟ୍ରକରେ ଯାଉଥିବା ଟଙ୍କା ବଣ୍ଡଲ ବ୍ୟାଙ୍କଗୁଡିକର।

Advertisment

ଅଧିକାରୀମାନେ କହିଛନ୍ତି ଯେ, ଏସବୁ ବ୍ୟାଙ୍କ୍ ଟଙ୍କା, ଯାହା କେରଳର କୋଚି ଆଞ୍ଚଳିକ କାର୍ଯ୍ୟାଳୟରୁ ହାଇଦ୍ରାବାଦ ଆରବିଆଇ କାର୍ଯ୍ୟାଳୟକୁ ଯାଉଥିଲା। ତେବେ ଜବତ ୨,୦୦୦ କୋଟି ଟଙ୍କା ମଧ୍ୟରୁ ୫୦୦ କୋଟି ICICI ବ୍ୟାଙ୍କ, ଅନ୍ୟ ୫୦୦ କୋଟି IDBI ବ୍ୟାଙ୍କ ଓ ୧,୦୦୦ କୋଟି ଫେଡେରାଲ ବ୍ୟାଙ୍କ୍ ଟଙ୍କା।

ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଟ୍ରକଗୁଡିକୁ ଛାଡି ଦିଆଯାଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଟ୍ରକଗୁଡ଼ିକୁ ଅଟକ ରଖି ଯାଞ୍ଚ କରାଯାଇଥିଲା ବୋଲି ପୁଲିସ କହିଛି। 

Money Seized AP Police