Advertisment

ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲେ ଇସିଆଇ

ପ୍ରଥମେ ତଥ୍ୟ ଦେବାକୁ ଅମଙ୍ଗ ହେଉଥିବା ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ତଥ୍ୟ ଦେଇଥିଲା। ଇସିଆଇକୁ ପାଇବା ପରେ ୱେବସାଇଟରେ ସାର୍ବଜନୀନ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Election

Election

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଭାରତୀୟ ନିର୍ବାଚନ କମିଶନ(ଇସିଆଇ) ନିର୍ବାଚନୀ ବଣ୍ଡର ତଥ୍ୟକୁ ନିଜ ୱେବସାଇଟରେ ଅପଲୋଡ କରିଛନ୍ତି। ୧୨ ତାରିଖ ସନ୍ଧ୍ୟା ୫.୩୦ରେ ଏହି ତଥ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଇସିଆଇଙ୍କୁ ଦିଆଯାଇଥିଲା।

Advertisment

ପ୍ରଥମେ ତଥ୍ୟ ଦେବାକୁ ଅମଙ୍ଗ ହେଉଥିବା ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ତଥ୍ୟ ଦେଇଥିଲା। ଇସିଆଇକୁ ପାଇବା ପରେ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ତଥ୍ୟ ସାର୍ବଜନୀନ କରିବାକୁ ସର୍ବୋଚ୍ଚ ଅଦାଲତ ଇସିଆଇଙ୍କୁ ୧୫ ତାରିଖ ସନ୍ଧ୍ୟା ୫ଟା ଯାଏ ସମୟ ଦେଇଥିଲେ। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନୀ ବଣ୍ତ ତଥ୍ୟ ସାର୍ବଜନୀନ ହୋଇଛି।

ଦୁଇଟି ପାର୍ଟରରେ ଇସିଆଙ୍କ ୱେବସାଇଟରେ ଏହାର ତଥ୍ୟ ରହିଛି। କିଏ କେତେ ଟଙ୍କାର ବଣ୍ଡ କିଣିଛନ୍ତି ଓ କେଉଁ ଦଳ କେତେ ଟଙ୍କା ଚାନ୍ଦା ପାଇଛନ୍ତି, ତା’ର ତଥ୍ୟ ଏଥିରେ ରହିଛି। କିନ୍ତୁ କିଏ କେଉଁ ଦଳକୁ କେତେ ଟଙ୍କା ଦେଇଛି, ତା’ର ତଥ୍ୟକୁ ଏକାଠି କରାଯାଇ ନାହିଁ। ପ୍ରଥମ ଭାଗରେ ୩୩୭ ପୃଷ୍ଠା ଥିବା ବେଳେ ଦ୍ୱତୀୟ ଭାଗରେ ୪୨୬ ପୃଷ୍ଠାର ତଥ୍ୟ ରହିଛି।

Advertisment

ଫ୍ୟୁଚର ଗେମିଂ ଓ ହୋଟେଲ ସର୍ଭିସ ସର୍ବାଧିକ ୧୩୬୮ କୋଟି ଦେଇଥିବା ବେଳେ ମେଘା ଇଞ୍ଜିନିୟରିଂ ଓ ଇନଫ୍ରା ଲିଃ ୯୮୦ କୋଟି ଦାଇଛି। ଏହି ଇଞ୍ଜିନିୟରିଂ ସଂସ୍ଥା ବିଭିନ୍ନ ସରକାରୀ ଟନେଲ ଓ ଏୟାରପୋର୍ଟ ନିର୍ମାଣ ଦାୟିତ୍ୱ ପାଇଛି। 

ଇସିଆଇ କହିଛନ୍ତି, ଏସ୍‌ବିଆଇକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ସବୁ କିଛି କରାଯାଇଛି। ଫେବୃଆରୀ ୧୫ ଓ ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏସ୍‌ବିଆଇ ତଥ୍ୟ ଦେବା ବେଳେ ପାଳନ କରାଯାଇଛି।

Electoral Bonds Scheme Electoral Bonds Case Electoral Bonds Ban Electoral Bonds