Advertisment

Prashant Kishor: ଦୁଇଟି ରାଜ୍ୟର ଭୋଟର ତାଲିକାରେ ପ୍ରଶାନ୍ତ କିଶୋରଙ୍କ ନାଁ, ନୋଟିସ୍‌ ପଠାଇଲେ ଇସି

ବିହାର ଓ ପଶ୍ଚିମବଙ୍ଗର ଭୋଟର ତାଲିକାରେ ପ୍ରଶାନ୍ତ କିଶୋରଙ୍କ ନାଁ ଥିବାର ପ୍ରମାଣ ମିଳିବା ପରେ ଇସିଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। କାରଘର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ପିକେଙ୍କୁ ନୋଟିସ ହୋଇଛି।

author-image
Hemant Lenka
PK

ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ନୋଟିସ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ନିର୍ବାଚନ ପୂର୍ବରୁ ଜନ ସୁରାଜ ପାର୍ଟି ତିଆରି କରିଥିବା ପିକେଙ୍କୁ ଇସି କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ବିହାର ଓ ପଶ୍ଚିମବଙ୍ଗର ଭୋଟର ତାଲିକାରେ ପ୍ରଶାନ୍ତ କିଶୋରଙ୍କ ନାଁ ଥିବାର ପ୍ରମାଣ ମିଳିବା ପରେ ଇସିଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। 

Advertisment

କାରଘର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ପ୍ରଶାନ୍ତ କିଶୋରଙ୍କୁ ନୋଟିସ ପଠାଯାଇଛି। ଏଥିରେ କୁହାଯାଇଛି ଯେ ପ୍ରଶାନ୍ତଙ୍କ ନାଁ ଜଣେ ଭୋଟର ଭାବେ କାରଘରର ପୋଲିଂ ବୁଥ ନମ୍ବର ୬୨୧ରେ ରହିଛି। ତାଙ୍କ ଭୋଟର ଆଇଡି ନମ୍ବର ହେଉଛି ୧୦୧୩୧୨୩୭୧୮। 

ବିହାରରେ ତାଙ୍କ ନାଁ ଭୋଟର ଲିଷ୍ଟରେ ଥିବା ବେଳେ ବେଙ୍ଗଲରେ ମଧ୍ୟ ସେ ଜଣେ ଭୋଟର। ପଶ୍ଚିମବଙ୍ଗର ଭବାନୀପୁର ନିର୍ବାଚନ ମଣ୍ଡଳୀର ବି ରାଣୀଶଙ୍କରୀ ଲେନରେ ଥିବା ସେଣ୍ଟ ହେଲେନ ସ୍କୁଲର ପୋଲିଂ ବୁଥରେ ତାଙ୍କୁ ଭୋଟର ଭାବେ ଦର୍ଶାଯାଇଛି। ଅର୍ଥାତ ଉଭୟ ବିହାର ଓ ବେଙ୍ଗଲ ଭୋଟର ତାଲିକାରେ ତାଙ୍କ ନାଁ ରହିଛି। 

Advertisment

ଲୋକ ପ୍ରତିନିଧି ଆଇନ ୧୯୫୦ର ଧାରା ୧୭ ଅନୁସାରେ ଜଣେ ବ୍ୟକ୍ତି ନିଜକୁ ଦୁଇଟି ସ୍ଥାନରେ ଭୋଟର ଭାବେ ପଞ୍ଜିକୃତ କରିପାରିବେ ନାହିଁ। ଧାରା ୧୭ର ଉଲ୍ଲଙ୍ଘନ ପିକେ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। 

ଆଇନର ଧାରା ୩୧ ଅନୁସାରେ ଉଲ୍ଲଙ୍ଘନକାରୀଙ୍କୁ ଗୋଟିଏ ବର୍ଷ ଯାଏ ଜେଲ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଥିବା ଚେତାଇ ଦିଆଯାଇଛି। 

ନୋଟିସ ମିଳିବାର ୩ ଦିନ ମଧ୍ୟରେ ପ୍ରଶାନ୍ତ କିଶୋର(Prashant Kishor)ଙ୍କୁ ଜବାବ ଦେବାକୁ କୁହାଯାଇଛି। କେମିତି ଦୁଇଟି ରାଜ୍ୟର ଭୋଟର ତାଲିକାରେ ତାଙ୍କ ନାଁ ରହିଛି, ତା’ର କାରଣ ସେ ଲିଖିତ ଭାବେ ଦେବେ। 

ନଭେମ୍ବର ୬ ଓ ୧୧ରେ ବିହାରରେ ବିଧାନସଭା ନିର୍ବାଚନ(Bihar Elections 2025) ହେବ। ସେହିପରି ନଭେମ୍ବର ୧୪ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବରୁ ପ୍ରଶାନ୍ତ କିଶୋରଙ୍କୁ ଇସି କାରଣ ଦର୍ଶାଅ ନୋଟିସ କରିଛନ୍ତି। 

Bihar Election Prashant Kishor Bihar Elections 2025