Advertisment

ରାକ୍ଷସ, ଚୋର ଓ ପଶୁ… କହି ଫଶିଲେ ଚନ୍ଦ୍ରବାବୁ, ନୋଟିସ୍‌ ଜାରି

ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ନୋଟିସ ଜାରି କରି ନିର୍ବାଚନ କମିଶନର ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି।

ଅଦ୍ୟତନ ହୋଇଛି
Chandrababu-Naidu

Chandrababu-Naidu

Advertisment

ଅଡୁଆରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ବିବାଦୀୟ ମନ୍ତବ୍ୟ ଦେବା ତାଙ୍କୁ ପଡିଲା ମହଙ୍ଗା। ତାଙ୍କର ବିରୋଧରେ ନୋଟିସ ଜାରି କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି ନିର୍ବାଚନ କମିଶନର।

Advertisment

ମାର୍ଚ୍ଚ ୩୧ରେ ଟିଡିପି ମୁଖ୍ୟ ଏକ ପ୍ରଚାର ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ରାକ୍ଷସ, ଚୋର ଓ ପଶୁ ବୋଲି କହିଥିଲେ। କେବଳ ସେତିକି ନୁହେଁ ଓ୍ୱାଇଆର୍‌ଏସ କଂଗ୍ରେସ ଦଳକୁ ନେଇ ମଧ୍ୟ ସେ ଅପମାନଜନକ ଟିପ୍ପଣୀ କରିଥିଲେ। ଏହାକୁ ବିରୋଧ କରି ଯୁବଜନ ଶ୍ରମିକା ରାୟଥୁ କଂଗ୍ରେସ ପାର୍ଟି(YSRCP)ର ରାଜ୍ୟ ମହାସଚିବ ଲେଲା ଅପ୍ପି ରେଡ୍ଡୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ନୋଟିସ ଜାରି କରି ଏହି ମାମଲାରେ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି।

ୟେମିଗାନୁର, ମାର୍କାପୁରାମ ଏବଂ ବାପାଟଲା ନିର୍ବାଚନମଣ୍ଡଳୀରେ ଆୟୋଜିତ ହୋଇଥିବା ପ୍ରଚାର ରାଲିରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଭଳି କରି ସେ ନିର୍ବାଚନ ଆଚର ବିଧି ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ୪୮ ଘଣ୍ଟା ମଧ୍ୟର ଏହାର ସ୍ପଷ୍ଟୀକରଣ ଦେବାକୁ ପଡିବ ବୋଲି ନୋଟିସରେ କୁହାଯାଇଛି।

Advertisment

କହିରଖୁ ଯେ ଆନ୍ଧ୍ରପ୍ରଦେଶର ୧୩ ଜିଲ୍ଲର ୨୫ ଲୋକସଭ ଆସନ ପାଇଁ ମେ' ୧୩ ତାରିଖରେ ଭୋଟିଂ ହେବ। ଏହା ବ୍ୟତୀତ ବିଧାନସଭାର ୧୭୫ଟି ଆସନ ପାଇଁ ମଧ୍ୟ ମତଦାନ ହେବ। ଜୁନ୍‌ ୪ ତାରିଖରେ ଫଳାଫଳ ଆସିବ।

YS Jagan Mohan Reddy TDP Chandrabadu Naidu Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe