Advertisment

ପ୍ରଚାର ଖର୍ଚ୍ଚ ଉପରେ ଲାଗିଲା ବ୍ରେକ୍‌, ଆସିଲା ପ୍ରାର୍ଥୀଙ୍କ ରେଟ୍‌ଚାର୍ଟ

ପ୍ରାର୍ଥୀଙ୍କ ପ୍ରତ୍ୟେକ ଖର୍ଚ୍ଚ ନିର୍ବାଚନ ଆୟୋଗ ଦ୍ୱାରା ତଦାରଖ କରାଯିବ।

ଅଦ୍ୟତନ ହୋଇଛି
election-campaign

election-campaign

Advertisment

ବାଜି ସାରିଛି ନିର୍ବାଚନୀ ବିଗୁଲ। ଆଗକୁ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳର ନେତାମାନେ ଆରମ୍ଭ କରିଦେଛନ୍ତି ଜୋରସୋର୍‌ରେ ପ୍ରଚାର। ତେବେ ଏହି ପ୍ରଚାରକୁ ନେଇ ନିର୍ବାଚନ କମିଶନ ମଧ୍ୟ କଡ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡିକ ପାଇଁ ନିର୍ବାଚନ କମିଶନ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି।

Advertisment

ଏଣିକି ଦେଖି ଚାହିଁ ଖର୍ଚ୍ଚ କରିବେ ପ୍ରାର୍ଥୀ। ଆଉ ଉଡ଼ାଇ ପାରିବେନି ପୁଳାପୁଳା ଟଙ୍କା। ନିର୍ବାଚନ ପ୍ରଚାର ବେଳେ ଯିଏ ଯେତେ ଟଙ୍କା ଉଡାଇବ ସେ ସବୁ ପ୍ରାର୍ଥୀଙ୍କ ପକେଟରୁ କାଟ୍‌ କରାଯିବ। ଚଳିତ ଥର ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଦ୍ୱାରା କରାଯାଉଥିବା ଖର୍ଚ୍ଚକୁ ନେଇ ତିଆରି କରିଛନ୍ତି ରେଟ୍ ଚାର୍ଟ। ଏହି ତାଲିକାରେ ନିର୍ବାଚନ ପ୍ରଚାର ସମୟରେ ଚା', କଫି, ସମୋସା, ରସଗୋଲା, ଆଇସକ୍ରିମ ସମେତ ପ୍ରତ୍ୟେକଟି ଜିନିଷର ଦାମ୍‌ ନିର୍ଦ୍ଧାରିତ କରାଯାଇଛି। ପ୍ରଚାରରେ ହୋଇଥିବା ସବୁ ଖର୍ଚ୍ଚ ପ୍ରାର୍ଥୀଙ୍କ ଖାତାରୁ କଟା ଯିବ।

ନିର୍ବାଚନ ଆୟୋଗ ପ୍ରଚାର ସମାଗ୍ରୀ ଓ ସଭାରେ କାମରେ ଲାଗୁଥିବା ଜିନିଷକୁ ନେଇ ମଧ୍ୟ ଦାମ୍‌ ନିର୍ଦ୍ଧାରିତ କରିଛନ୍ତି। କମିଶନ ନିଜ ରେଟ୍‌ ତାଲିକା ଅନୁସାରେ ବୈଠକରେ ବ୍ୟବହୃତ ହେଉଥିବା ଜିନିଷ ଓ ପ୍ରଚାର ସାମଗ୍ରୀର ମୂଲ୍ୟ ସ୍ଥିର କରିଛନ୍ତି। ଆୟୋଗ ଏହାର ତାଲିକା ଅନୁଯାୟୀ ପ୍ରାର୍ଥୀଙ୍କ ଖର୍ଚ୍ଚ ଆକଳନ କରିବେ। ବାସ୍ତବରେ ପ୍ରାର୍ଥୀମାନେ ନିର୍ବାଚନ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଆଉ ତାହା ସମ୍ଭବ ହୋଇପାରିବ ନାହିଁ। କାରଣ ପ୍ରାର୍ଥୀଙ୍କ ପ୍ରତ୍ୟେକ ଖର୍ଚ୍ଚ ନିର୍ବାଚନ ଆୟୋଗ ଦ୍ୱାରା ତଦାରଖ କରାଯିବ। ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତ୍ୟେକ ପ୍ରାର୍ଥୀଙ୍କ ଖର୍ଚ୍ଚ ମନିଟରିଂ କରିବେ।

Advertisment

ଜାରି ହୋଇଥିବା ରେଟ୍‌ଚାର୍ଟ ଅନୁସାରେ ପ୍ଲାଷ୍ଟିକ୍ ଚୌକିର ଦାମ୍‌ ୫ ଟଙ୍କା, ଭିଆଇପି ଚୌକିର ଦାମ ୧୦୫, କାଠ ଟେବୁଲ ୫୪, ଟ୍ୟୁବଲାଇଟ୍‌ ୧୦, ୫୦୦ ଓ୍ୱାଟ୍‌ ହାଲୋଜିନ ଲାଇଟ ୪୨, ୧୦୦୦ ଓ୍ୱାଟ୍‌ର ୭୪ଟଙ୍କା, ଭିଆଇପି ସୋଫା ୬୩୦ ଟଙ୍କା ଭାବେ ପ୍ରାର୍ଥୀଙ୍କ ଖାତାରେ ଯୋଡା ଯିବ। ସେହିପରି ଖାଦ୍ୟ ପ୍ରତି ପ୍ଲେଟ୍‌ ୭୧ ଟଙ୍କା, ୫ ସିଟର୍‌ କାର୍‌ ଭଡ଼ା ଦିନକୁ ୨୬୨୫, ୨୦ ସିଟର୍‌ ମିନିବସ୍‌ ୬୩୦୦, ୩୫ ସିଟର୍‌ ବସ୍‌ ୮୪୦୦, ଅଟୋ ୧୨୬୦, ଭିଡିଓ ଭ୍ୟାନ୍‌ ୫୨୫୦, ଡ୍ରାଇଭର ଦିନକ ଭଡ଼ା ୬୩୦, ଚା' ୫ ଟଙ୍କା, କଫି ୧୩, ସମୋସା ୧୨ ଆଦି ସବୁ ଜିନିଷର ରେଟ୍‌ ଚାର୍ଟ ନିର୍ଦ୍ଧାରିତ କରିଛନ୍ତି ନିର୍ବଚନ ଆୟୋଗ। ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ପ୍ରଚାରରେ ଖର୍ଚ୍ଚ ହୋଇଥିବା ଟଙ୍କାର ପୂରା ବିବରଣୀ ଦେବାକୁ ବାଧ୍ୟତାମୂଳକ କରାଯାଇଛି।

Election Commission Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe