Advertisment

ମତଦାନରେ ଓ୍ୱାର୍ଲ୍ଡ ରେକର୍ଡ କରିଛି ଭାରତ

ଚଳିତ ନିର୍ବାଚନରେ ​​୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ।

author-image
Madhupriya Mistry
ଅଦ୍ୟତନ ହୋଇଛି
chief-election-commissioner

chief-election-commissioner

'ଚଳିତଥର ଐତିହାସିକ ରେକର୍ଡ ହାସଲ କରିଛି ଭାରତ। ମତଦାନରେ ଭାରତ କରିଛି ଓ୍ୱାର୍ଲ୍ଡ ରେକର୍ଡ।' ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ଲୋକସଭା ନିର୍ବାଚନର ଫଳାଫଳ। ଏଥିପାଇଁ ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟ୍ କରି ଏଭଳି କିଛି ସୂଚନା ଦେଇଛନ୍ତି।

Advertisment

ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ ୬୪୨ ନିୟୁତ ଭୋଟର ଅଛନ୍ତି। ଏହି ସଂଖ୍ୟା ବିଶ୍ୱରେ ଥିବା ୨୭ଟି ଦେଶର ଭୋଟରଙ୍କ ତୁଳନାରେ ପାଞ୍ଚ ଗୁଣ ଅଧିକ। ଚଳିତ ନିର୍ବାଚନରେ ​​୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି।

କେବଳ ସେତିକି ନୁହେଁ, ଉକ୍ତ ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ମୁଖ୍ୟ ନିର୍ବାଚନ କମିଶନର ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି। ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା ଅଛନ୍ତି। ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ।

Advertisment

ଆମେ ବୃଦ୍ଧଙ୍କ ଘରକୁ ଘର ଯାଇ ସେମାନଙ୍କ ଭୋଟ୍ ନେଇଛୁ। ୮୫ରୁ ଅଧିକ ବୟସ୍କ ଭୋଟରମାନେ ଘରୁ ଭୋଟ୍ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ରେକର୍ଡ ମତଦାନ ହୋଇଛି। ଚଳିତ ବର୍ଷ ଗତ ୪ ଦଶନ୍ଧି ମଧ୍ୟରେ ଜମ୍ମୁ କାଶ୍ମୀରରେ ସର୍ବଧିକ ମତଦାନ ହୋଇଛି। ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ନକ୍ସଲପ୍ରବଣ ଅଞ୍ଚଳରେ ମାଓ ହିଂସା ହୋଇନି ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ସେହିପରି ଚଳିତ ଲୋକସଭା ନିର୍ବାଚନରେ ରି-ପୋଲିଂ କମିଛି। ୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ। ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା। ହେଲେ ୨୦୨୪ରେ ମାତ୍ର ୩୯ଟି ବୁଥ୍‌ରେ ସାନି ମତଦାନ ହୋଇଛି। ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍‌ରେ ସାନି ମତଦାନ ହୋଇଛି। ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍‌ରେ ହୋଇଛି ବୋଲି ଇସି କହିଛନ୍ତି।

୧.୫ କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ଯାତାୟତ ପାଇଁ ୧୩୫ଟି ସ୍ୱତନ୍ତ୍ର ଟ୍ରେନ୍, ୪ ଲକ୍ଷ ବାହାନ ଏବଂ ୧୬୯୨ଟି ଫ୍ଲାଟ ବ୍ୟବହାର କରାଯାଇଥିଲା ୬୮୭୬୩ ମନିଟରିଂ ଦଳ ନିର୍ବାଚନ ଉପରେ ନଜର ରଖିଥିଲେ ବୋଲି ଇସିଆଇ କହିଛନ୍ତି। 

Chief Election Commission Loksabha Election 2024