Advertisment

ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ, ବଦଳି ହେଲେ ଆନ୍ଧ୍ର ଡିଜିପି

ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବିପକ୍ଷଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।

Andhra DGP

Andhra DGP

Advertisment

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବିପକ୍ଷଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।

Advertisment

ରାଜ୍ୟରେ ଶାସନରେ ଥିବା ୱାଇ ଏସ୍ ଆର କଂଗ୍ରେସକୁ ଡିଜିପି ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ସହଯୋଗ କରୁଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଥିଲେ। ଏହା ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ଡିଜିପି ପଦବୀ ପୂରଣ ଲାଗି ତୁରନ୍ତ ପଦକ୍ଷେପ ନିଆଯାଉଛି।

ସୂତ୍ର ଅନୁଯାୟୀ, ଏହି ପୋଷ୍ଟ ଲାଗି ଡିଜି ରାଙ୍କ ବିଶିଷ୍ଟ ତିନି ଅଧିକାରୀଙ୍କ ତାଲିକା ଦେବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ନିର୍ବାଚନରେ ସଂପୃକ୍ତ କୌଣସି ଡ୍ୟୁଟି ନ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

Advertisment
Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe