Advertisment

କାହିଁକି ଇସ୍ତଫା ଦେଲେ ନିର୍ବାଚନ କମିଶନ? ସାମ୍ନାକୁ ଆସିଲା ସତ

ଆଗକୁ ନିର୍ବାଚନ ଥିବା ବେଳେ ତାଙ୍କର ଏଭଳି ଅଚାନକ ଭିଆର୍‌ଏସ୍‌ ନେବା ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

ଅଦ୍ୟତନ ହୋଇଛି
Arun Goyal

Arun Goyal

Advertisment

ଆଉ ମାତ୍ର ଦିନ କେଇଟା ପରେ ଘୋଷଣା ହୋଇଥାନ୍ତା ଲୋକସଭା ନିର୍ବାଚନ ତାରିଖ। ତେବେ ଏହା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନ ଅରୁଣ ଗୋଏଲ୍‌। ଶନିବାର ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି। ଆଇ ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ଆଗକୁ ନିର୍ବାଚନ ଥିବା ବେଳେ ତାଙ୍କର ଏଭଳି ଅଚାନକ ଭିଆର୍‌ଏସ୍‌ ନେବା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ସେ କାହିଁକି ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ? କାହିଁକି ସେ ଏତେ ବଡ ପଦକ୍ଷେପ ନେଲେ? ଏନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି।

Advertisment

ଏନ୍‌ଡିଟିଭି ରିପୋର୍ଟ ମୁତାବକ, ବ୍ୟକ୍ତଗତ କାରଣ ଦର୍ଶାଇ ଅରୁଣ ଗୋଏଲ ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ଅନୁମାନ କରାଯାଉଥିଲା। ଏବେ ସେ ନିଜ ସ୍ୱାସ୍ଥ୍ୟାଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କୁହାଯାଉଛି।

ତେବେ ଏହାରି ଭିତରେ ଅରୁଣଙ୍କୁ ନେଇ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି। ଅରୁଣ କୁଆଡେ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢିପାରନ୍ତି। ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ଏକ ରାଜନୈତିକ ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

Advertisment

ଏକ ରିପୋର୍ଟ ଅନୁଯାୟୀ, ନିକଟରେ ସରକାର ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ସର୍ଚ୍ଚ କମିଟିର ନାମ ଉପରେ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ପରେ କୌଣସି ସାମ୍ବାଦିକ ସମ୍ମିଳନୀରେ ଅରୁଣ ଗୋଏଲ ଯୋଗ ଦେଇନାହାନ୍ତି। ସ୍ୱସ୍ଥ୍ୟଗତ କାରଣରୁ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି ବୋଲି ଆୟୋଗ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି।

ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା। ଆଉ ଗୋଟିଏ କମିଶନର ପଦ ଖାଲି ପଡ଼ିଥିଲା। ଏବେ ଅରୁଣ ଗୋଏଲ ଇସ୍ତଫା ପରେ ୨ଟି ଯାକ କମିଶନର ପଦ ଖାଲି ହୋଇଯାଇଛି। କମିଶନରେ ଏବେ କେବଳ ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବେ ରହିଛନ୍ତି।

ନଭେମ୍ବର ୧୯ରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର(ଇସି) ଭାବେ ନିଯୁକ୍ତି ମିଳିଥିଲା। ଏହାକୁ ନେଇ ସେତେବେଳେ ବେଶ ବିବାଦ ହୋଇଥିଲା। କେଉଁ ନିୟମ ଓ ପ୍ରକ୍ରିୟା ଆଧାରରେ ଏପରି ନିଯୁକ୍ତି ହୋଇଛି, ସେକଥା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ। ଏଥିପାଇଁ କେନ୍ଦ୍ରକୁ ଫାଇଲ ଦାଖଲ କରିବାକୁ ବି କୁହାଯାଇଥିଲା। ଅରୁଣ ଗୋଏଲ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତାଙ୍କୁ ଇସି ଭାବେ ନିଯୁକ୍ତି ମିଳିଥିବାରୁ ସୁପ୍ରିମକୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ।

Loksabha Election 2024 Election Commission Arun Goyal Resign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe