Advertisment

ସିକ୍କିମରେ SKMର ଜଲଓ୍ୱା, ହାରିଲେ ବାଇଚୁଙ୍ଗ

ଭୁତିଆଙ୍କୁ ୪୩୪୬ ଭୋଟ୍‌ରେ ହରାଇଛନ୍ତି ଶାସକର ଏସ୍‌କେଏମ୍‌ର ରିକ୍‌ଶଲ୍‌ ଧୋରଜୀ।

ଅଦ୍ୟତନ ହୋଇଛି
bhaichung-bhutia

bhaichung-bhutia

Advertisment

ହାରିଲେ ସିକ୍କିମ୍‌ର ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ କ୍ୟାପଟେନ୍‌ ବାଇଚୁଙ୍ଗ ଭୁତିଆ। ଚଳିତ ସିକ୍କିମ ବିଧାନସଭା ନିର୍ବାଚରେ ସେ ପରାସ୍ତ ହୋଇଛନ୍ତି। ଭୁତିଆଙ୍କୁ ୪୩୪୬ ଭୋଟ୍‌ରେ ହରାଇଛନ୍ତି ଶାସକର ଏସ୍‌କେଏମ୍‌ର ରିକ୍‌ଶଲ୍‌ ଧୋରଜୀ।

Advertisment

ଚଳିତ ବର୍ଷ ବାଇଚୁଙ୍ଗ ଭୁତିଆ ସିକ୍କିମ୍‌ର ବାରଫୁଙ୍ଗ ଆସନରୁ ନିର୍ବାଚନ ଲଢ଼ିଥିଲେ। ଗତ ବର୍ଷ ଭୁତିଆ ତାଙ୍କ ପାର୍ଟିକୁ SDFରେ ମିଶ୍ରଣ କରିଥିଲେ। ଏହାପରେ ତାଙ୍କୁ ଏସ୍‌ଡିଏଫ୍‌ର ଉପାଧ୍ୟକ୍ଷ କରାଯାଇଥିଲା। ଏହାପରେ ତାଙ୍କୁ ବିଧାନସଭା ଟିକେଟ୍‌ ମିଳିଥିଲା।

ଭୋଟ୍‌ ଗଣତି ଜାରି ରହିଥିବା ବେଳେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (SKM) ୩୨ ସିଟ୍ ବିଶିଷ୍ଟ ସିକ୍କିମ୍ ବିଧାନସଭାରେ କ୍ଲିନ୍‌ ସ୍ୱିପ୍‌ କରିବା ଦିଗରେ ଗତି କରୁଛି। ଏଠାରେ ତିନୋଟି ସିଟ୍‌ରେ ଜିତି ସାରିଛି ଏସ୍‌କେଏମ୍‌। ୨୮ଟି ଆସନରେ ଦଳ ଆଗୁଆ ରହିଛି।  ସେପଟେ ବିରୋଧୀ ଏସ୍‌ଡିଏଫ୍‌ କେବଳ ଗୋଟିଏ ସିଟ୍‌ରେ ଆଗୁଆ ଅଛି। 

Advertisment
Sikkim Election 2024 Result Bhaichung Bhutia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe