Advertisment

ଫଳାଫଳ ପୂର୍ବରୁ ଉତ୍ସାହ, ବିଜେପି ଅଫିସରେ ଛଣାଗଲା ଜିଲାପି

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଛଣା ଚାଲିଛି ଜିଲାପି।

ଅଦ୍ୟତନ ହୋଇଛି
jalebis-being-prepared

jalebis-being-prepared

Advertisment

ଫଳାଫଳ ପୂର୍ବରୁ ଉତ୍ସାହ। ବିଜେପି ଅଫିସରେ ବସିଛି ତେଲ କଢ଼େଇ। ଆଉ ଛଣା ଚାଲିଛି ଜିଲାପି। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ।

Advertisment

ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ବିଜେପି ମହାରାଷ୍ଟ୍ରରେ ଲିଡ୍‌ କରୁଛି। ଏହାକୁ ନେଇ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରିୟଜନଙ୍କ ମୁହଁ ମିଠା କରିବା ପାଇଁ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଜିଲାପି ସେଲିବ୍ରେସନ୍‌ ଆରମ୍ଭ ହୋଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ବ୍ୟକ୍ତି ଦିଲ୍ଲୀ ବିଜେପି ହେଡ୍‌ ଅଫିସ୍‌ ଭିତରେ ମୁଣ୍ଡରେ ଗେରୁଆ ପଗଡ଼ି ପିନ୍ଧି ଗରମା ଗରମ ଜିଲାପି ଛାଣୁଥିବା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଯେ ଉଭୟ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପି ନିଶ୍ଚିତ ରୂପେ ଜିତିବ ବୋଲି ଆଶା ରଖିଛି।

କହିରଖୁ ଯେ, ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ମହାରାଷ୍ଟ୍ରରେ ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି। ଏଠାରେ ୨୮୮ଟି ଆସନରୁ କେବଳ ବିଜେପି ୧୩୫ଟି ଆସନରେ ଆଗୁଆ ରହିଛି। ମହାୟୁତି ମୋଟ ୨୧୫ଟି ଆସନରେ ଆଗୁଆ ଥିବା ମିଡିଆ ରିପୋର୍ଟରୁ ଜଣାପଡିଛି।

ସେହିପରି ଝାଡ଼ଖଣ୍ଡରେ ଚାଲିଛି ଜୋରଦାର ଫାଇଟ୍‌। ଏଠାରେ ବିଜେପିକୁ ଝଟ୍‌କା ଲାଗିଛି। ଧୀରେ ଧୀରେ ଇଣ୍ଡିଆ ମେଣ୍ଟ ଆଗକୁ ବଢ଼ି ଚାଲଇଛି। ଇଣ୍ଡିଆ ମେଣ୍ଟ ୫୦ଟି ଆସନରେ ଲିଡ୍‌ କରୁଥିବା ବେଳେ ଏନ୍‌ଡିଏ ୨୯ଟି ଆସନରେ ଅଟକି ରହିଛି।

ଝାଡ଼ଖଣ୍ଡର ୮୧ଟି ଆସନ ମଧ୍ୟରୁ ଜେଏମ୍‌ଏମ୍‌ ୩୨ଟି ଆସନରେ ଆଗୁଆ ରହିଛି। ସେହିପରି ସହଯୋଗୀ କଂଗ୍ରେସ ୧୨ ଓ ଆର୍‌ଜେଡି ୬ଟି ଆସନରେ ଆଗୁଆ ଥିବା ମଡିଆ ରିପୋର୍ଟରୁ ଜଣାପଡିଛି। ଅନ୍ୟପଟେ ବିଜେପି ମାତ୍ର ୨୫ଟି ଆସନରେ ଆଗୁଆ ରହିଛି।

Bjp Jalebi Jharkhand Assembly Poll Result Maharashtra Assembly Election 2024 Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe