Advertisment

ନିର୍ବାଚନୀ ବଣ୍ଡ ମାମଲା: ତଥ୍ୟ ଦେଇ ପାରିଲାନି SBI, ଅବମାନନା ମାମଲା ରୁଜୁ

ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳ ପାଉଥିବା ଚାନ୍ଦା ସମ୍ପର୍କରେ ଆଜି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାତ୍ର SBI ଆଜି ସୁଦ୍ଧା କୌଣସି ତଥ୍ୟ ଦାଖଲ କରି ପାରିନି।

SBI

SBI

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କଲାନି SBI । ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳ ପାଉଥିବା ଚାନ୍ଦା ସମ୍ପର୍କରେ ଆଜି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାତ୍ର SBI ଆଜି ସୁଦ୍ଧା କୌଣସି ତଥ୍ୟ ଦାଖଲ କରି ପାରିନି। ଏହା ବିରୋଧରେ ସୁପ୍ରିମକୋର୍ଟରେ ଆଜି SBI ବିରୋଧରେ ଅବମାନନା ମାମଲା ରୁଜୁ ହୋଇଛି। ADR ପକ୍ଷରୁ ହୋଇଥିବା ଆବେଦନ ଆଧାରରେ ଏହି ମାମଲା ରୁଜୁ ହୋଇଛି।

Advertisment

ଗତ ମାସରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନୀ ବଣ୍ଡରେ ଥିବା ବିସ୍ତୃତ ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ କହିଥିଲେ। ଏଥିସହ ମାର୍ଚ୍ଚ ୧୩ ସୁଦ୍ଧା ନିଜ ୱେବସାଇଟ୍‌ରେ ଏ ସମ୍ପର୍କୀତ ତଥ୍ୟ ଅପଲୋଡ କରି ତାହାକୁ ସାର୍ବଜନୀନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏତେ କମ୍‌ ସମୟରେ ଏତେ ପରିମାଣର ତଥ୍ୟ ଅପଲୋଡ କରିବା ସମ୍ଭବ ନୁହେଁ ବୋଲି SBI ପକ୍ଷରୁ କୁହାଯାଇ ଜୁନ ୩୦ ଯାଏ ସମୟ ମଗା ଯାଇଥିଲା। 

SBI ପକ୍ଷରୁ କୁହାଯାଇଥିଲା, ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଦେବା ପାଇଁ ୨୨,୨୧୭ ନିର୍ବାଚନୀ ବଣ୍ଡ ଜାରି କରାଯାଇଛି। ଏହାର ସମସ୍ତ ତଥ୍ୟ ମୁମ୍ବାଇ ସ୍ଥିତ ମୁଖ୍ୟ ବ୍ରାଞ୍ଚରେ ଜମା କରାଯାଇଥିଲା। ସବୁ ବଣ୍ଡର ଦୁଇଟି ଲେଖାଏ କପି ରହିଛି। ତେଣୁ ବିସ୍ତୃତ ତଥ୍ୟ ପାଇଁ ୪୪,୪୩୪ ସେଟ ଫାଇଲକୁ ଏକାଠି କରିବାକୁ ପଡ଼ିବ।

Advertisment

ଏତେ ସବୁ କାମ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ୩ ସପ୍ତାହର ସମୟସୀମା ପର୍ଯ୍ୟାପ୍ତ ନୁହେଁ। ତେଣୁ ତଥ୍ୟ ପ୍ରଦାନର ସମୟସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରିବାକୁ SBI ଅନୁରୋଧ କରିଥିଲା। SBI ପକ୍ଷରୁ ହୋଇଥିବା ଏହି ଆବେଦନ ସମ୍ପର୍କରେ ଆସନ୍ତା ୧୧ ତାରିଖରେ ଶୁଣାଣି ହେବ ।

ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁଆରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା।

ଏହି ବଣ୍ଡକୁ ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଲେକ୍ଟ ଶାଖାରୁ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନୀତିକ ଦଳକୁ ଦାନ କରିପାରିବେ। କିନ୍ତୁ ଏଥିରେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀର ନାମ ପ୍ରକାଶ କରାଯିବ ନାହିଁ, ଅର୍ଥାତ୍ ଏହା ଗୋପନ ରହିବ। କିନ୍ତୁ ନିଜ ଶୁଣାଣିରେ ଏହାକୁ ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

SBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe