Advertisment

ନିର୍ବାଚନୀ ବଣ୍ଡ ତଥ୍ୟ ନିର୍ବାଚନ କମିଶନଙ୍କୁ ଫେରାଇଲେ ସୁପ୍ରିମକୋର୍ଟ

ଉକ୍ତ ଦସ୍ତାବିଜକୁ ନିର୍ବାଚନ କମିଶନ ୨୦୧୯ ଓ ୨୦୨୩ରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ଏହାର ଅନ୍ୟ କୌଣସି କପି ନଥିବାରୁ ନିର୍ବାଚନ କମିଶନ ଏହାକୁ ଫେରାଇ ଦେବାକୁ ସୁପ୍ରିକୋର୍ଟଙ୍କୁ ଅନୁରୋଧ କରିଥିଲେ।

author-image
Hemant Lenka
ECI

ECI

ବନ୍ଦ ଲଫାପାରେ ଥିବା ନିର୍ବାଚନ ବଣ୍ଡ ସହ ଜଡ଼ିତ ତଥ୍ୟକୁ ହାସଲ କରିଛନ୍ତି ନିର୍ବାଚନ କମିଶନ। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶ ଅନୁସାରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଆଜି ନିର୍ବାଚନ କମିଶନଙ୍କୁ ତଥ୍ୟ ହସ୍ତାନ୍ତର କରିଛନ୍ତି।

Advertisment

ଉକ୍ତ ଦସ୍ତାବିଜକୁ ନିର୍ବାଚନ କମିଶନ ୨୦୧୯ ଓ ୨୦୨୩ରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ଏହାର ଅନ୍ୟ କୌଣସି କପି ନଥିବାରୁ ନିର୍ବାଚନ କମିଶନ ଏହାକୁ ଫେରାଇ ଦେବାକୁ ସୁପ୍ରିକୋର୍ଟଙ୍କୁ ଅନୁରୋଧ କରିଥିଲେ।

ସୁପ୍ରିମକୋର୍ଟ ଫେରାଇବା ପରେ ନିର୍ଦ୍ଦେଶ ଅନୁସାରେ ଉକ୍ତ ଦସ୍ତାବିଜର ତଥ୍ୟକୁ କମିଶନ ନିଜର ୱେବସାଇଟରେ ଅପଲୋଡ କରିବେ ବୋଲି କହିଥିଲେ। ଏହାକୁ ଗ୍ରହଣ କରି ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଦସ୍ତାବିଜକୁ ଆଜି ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି।

Advertisment

ଶୁକ୍ରବାର ନିର୍ବାଚନ କମିଶନଙ୍କ ଆବେଦନର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିଥିଲେ। ଶୁଶାଣି ବେଳେ ନିର୍ବାଚନ କମିଶନ କହିଥିଲେ ଯେ ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ଦସ୍ତାବିଜର କୌଣସି କପି ଆୟୋଗ ପାଖରେ ନାହିଁ। ତେଣୁ ଏହି ସବୁ ତଥ୍ୟକୁ ଅପଲୋଡ କରିବାରେ ଅସୁବିଧା ହେଉଛି।

ଏହା ଶୁଣିବା ପରେ ଖଣ୍ଡପୀଠ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ସବୁ ଦସ୍ତାବିଜ ନିର୍ବାଚନ କମିଶନଙ୍କୁ ଦେବା ପାଇଁ ରେଜିଷ୍ଟ୍ରାରଙ୍କୁ କହିଥିଲେ। ଏଥିସହ ଉକ୍ତ ତଥ୍ୟକୁ ରବିବାର ଅପରାହ୍ନ ୫ଟା ସୁଦ୍ଧା ନିଜର ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୩ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡର ବୈଧତା ଉପରେ ଶୁଣାଣି କରିଥିଲେ। ଏହି ସମୟରେ ସର୍ବୋଚ୍ଚ ଅଦାଲତ ନିର୍ବାଚନୀ ବଣ୍ତ ଦ୍ୱାରା ରାଜନୀତିକ ଦଳ ଗୁଡ଼ିକ ସେପ୍ଟେମ୍ବର ସୁଦ୍ଧା ପାଇଥିବା ଚାନ୍ଦାର ଅପଡେଟ ତଥ୍ୟ ଦେବାକୁ କହିଥିଲେ। ୨୦୧୯ରେ ମଧ୍ୟ ସର୍ବୋଚ୍ଚ ଅଦାଲତ ତଥ୍ୟ ମାଗିଥିଲେ।

ତେବେ ଏସ୍‌ବିଆଇ ଦେଇଥିବା ତଥ୍ୟରେ ଆଜି ନିର୍ବାଚନ କମିଶନ ହାସଲ କରିଥିବା ଦସ୍ତାବିଜ କିଛି ନୂଆ ଟ୍ୱିଷ୍ଟ ଆଣିବ କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ। ସେହିପରି କିଏ କେଉଁ ରାଜନୀତିକ ଦଳକୁ କେତେ ଟଙ୍କାର ଚାନ୍ଦା ଦେଇଛନ୍ତି, ତା’ର କିଛି ନିର୍ଦ୍ଦିଷ୍ଟ ତଥ୍ୟ ମିଳିବ କି ବୋଲି ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି।

Supreme Court Election Commission Electoral Bonds Case