Advertisment

ନିର୍ବାଚନୀ ବଣ୍ଡ: କିଏ ଦେଇଛନ୍ତି ଅଧିକ ଟଙ୍କା, କେଉଁ ଦଳ ପାଇଛି ସର୍ବାଧିକ ଫାଇଦା?

ନିର୍ବାଚନୀ ବଣ୍ଡ ଦ୍ୱାରା ରାଜନୀତିକ ଦଳଗୁଡ଼ିକ ମୋଟ ୧୨,୧୪୫.୮୭ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି।

ଅଦ୍ୟତନ ହୋଇଛି
EB

EB

Advertisment

ନିର୍ବାଚନୀ ବଣ୍ଡ ସହ ଜଡ଼ିତ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏସ୍‌ବିଆଇ ଦାଖଲ କରିଥିବା ସତ୍ୟପାଠ ଜରିଆରେ କହିଛି। ଏଥିରେ ବଣ୍ଡର କମ୍ରିକ ସଂଖ୍ୟା ବି ରହିଛି। ନିର୍ବାଚନୀ ବଣ୍ଡ ଦ୍ୱାରା ରାଜନୀତିକ ଦଳଗୁଡ଼ିକ ମୋଟ ୧୨,୧୪୫.୮୭ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି। ତେବେ ଟପ୍‌ ୧୦ରେ ଥିବା ଚାନ୍ଦାଦାତା ମୋଟ ଅର୍ଥ ୩୩% ଅର୍ଥାତ ୪,୫୪୮.୩୦ କୋଟି ଟଙ୍କା ଦେଇଛନ୍ତି।

Advertisment

କେଉଁମାନେ ସବୁ ଚାନ୍ଦା ଦେଇଛନ୍ତି ?

ଏସବିଆଇର ତଥ୍ୟ ଅନୁସାରେ ଲଟେରୀ କିଙ୍ଗ ସେବାଷ୍ଟିଆନ ମାର୍ଟିନଙ୍କ ଫ୍ୟୁଚର ଗେମିଂ ଓ ହୋଟେଲ ସର୍ଭିସସବୁଠାରୁ ଅଧିକ ଚାନ୍ଦା ଦେଇଛି। ଏହି ସଂସ୍ଥା ମୋଟ ୧୩୬୫ କୋଟି ଟଙ୍କାର ବଣ୍ଡ କିଣିଛି। ୯୬୬ କୋଟି ଟଙ୍କା ସହ ମେଘା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର ଓ ରିଲାଏନ୍ସ ସହ ଲିଙ୍କ ରଖିଥିବା କ୍ୱିକ ସପ୍ଲାଏ ଚେନ ୪୧୦ କୋଟି ଟଙ୍କାର ବଣ୍ଡ କିଣିଛନ୍ତି।

ବେଦାନ୍ତ ୪୦୦ କୋଟି ଓ ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପର ଥର୍ମାଲ ପ୍ଲାଣ୍ଟ କମ୍ପାନୀ ହଲଦିଆ ଏନର୍ଜୀ ଲିଃ ୩୭୭ କୋଟି ଟଙ୍କାର ଚାନ୍ଦା ଦେଇଛି।

Advertisment

ଏହାବାଦ ଏସେଲ ମାଇନିଂ ୨୨୪.୫ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିଶନ କୋ. ୨୨୦ କୋଟି, ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ୧୯୮ କୋଟି, କୋଲକାତା ଭିତ୍ତିକ କେଭେଣ୍ଟର୍ସ ଫୁଡପାର୍କ ଲିଃ ୧୯୫ କୋଟି ଓ ଏମକେଜେ ଏଣ୍ଟରପ୍ରାଇଜେସ ୧୯୨.୪ କୋଟି ଟଙ୍କାର ବଣ୍ଡ କିଣି ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଦେଇଛନ୍ତି।

ନିର୍ବାଚନୀ ବଣ୍ଡରୁ କେଉଁ ରାଜନୀତିକ ଦଳ ଅଧିକ ଟଙ୍କା ପାଇଛି

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାନ୍ଦା ନେଇ ଦେଶରୁ ସବୁଠାରୁ ବଡ଼ ଧନୀ ରାଜନୀତିକ ଦଳ ପାଇଛି। ବିଜେପି ଗଲା ୪ ବର୍ଷ ମଧ୍ୟରେ ୬ ହଜାରରୁ ଅଧିକ ଟଙ୍କା କମ୍ପାନୀଗୁଡ଼ିକ ଠାରୁ ଚାନ୍ଦା ଆକାରରେ ପାଇଛି। ହାଇଦ୍ରାବାଦ ଭିତ୍ତିକ ମେଘା ଇଞ୍ଜିନିୟରିଂ ବିଜେପିକୁ ସବୁଠାରୁ ଅଧିକ ଟଙ୍କା ଦେଇଛି।

ଏହି କମ୍ପାନୀ ଠାରୁ ବିଜେପି ୫୧୯ କୋଟି ଟଙ୍କା ପାଇଛି। କ୍ୱିକ ସପ୍ଲାଏ ଚେନ ପକ୍ଷରୁ ବିଜେପିକୁ ୩୭୫ କୋଟି, ବେଦାନ୍ତ ୨୨୬.୭ କୋଟି ଓ ଭାରତୀ ଏୟାରଟେଲ ବିଜେପିକୁ ୧୮୩ କୋଟି ଟଙ୍କା ଦେଇଛନ୍ତି।

ବିଜେପି ଆଉ କିଛି କମ୍ପାନୀଗୁଡ଼ିକ ଠାରୁ ମଧ୍ୟ ମୋଟା ଅଙ୍କର ଅର୍ଥ ପାଇଛି। ମଦନଲାଲ ଲିଃ ଠାରୁ ୧୭୫.୫ କୋଟି, କେଭେଣ୍ଟର୍ସ ଫୁଡପାର୍କ ଲିଃ ଠାରୁ ୧୪୪.୫ କୋଟି ଓ ଡିଏଲଏଫ କମର୍ସିଆଲ ଡେଭଲପର୍ସ ଠାରୁ ଦଳ ୧୩୦ କୋଟି ଟଙ୍କା ନିର୍ବାଚନୀ ବଣ୍ଡରୁ ହାସଲ କରିଛି।

ଲକ୍ଷ୍ମୀ ମିତ୍ତଲଙ୍କ ଭଳି ଶିଳ୍ପପତି ମଧ୍ୟ ବିଜେପିକୁ ୩୫ କୋଟି ଟଙ୍କା ଦେଇଛନ୍ତ। ଏହାବାଦ ଆଉ କିଛି ବ୍ୟକ୍ତି ଶାସକ ଦଳ ୧୦ରୁ ୨୫ କୋଟି ଟଙ୍କା ମଧ୍ୟରେ ନିର୍ବାଚନୀ ଚାନ୍ଦା ବିଜେପି ଖାତାକୁ ପଠାଇଛନ୍ତି।

ନିର୍ବାଚନୀ ବଣ୍ଡରୁ ସର୍ବାଧିକ ଟଙ୍କା ପାଇଥିବା ତାଲିକାରେ ମମତାଙ୍କ ଟିଏମସି ରହିଛି। ଫ୍ୟୁଚର ଗେମିଂ ଓ ହୋଟେଲ ସର୍ଭିସ ଠାରୁ ଟିଏମସିକୁ ସବୁଠାରୁ ଅଧିକ ଟଙ୍କା ମିଳିଛି। ଟିଏମସିକୁ ଏହି ସଂସ୍ଥା ୫୪୨ କୋଟି ଟଙ୍କା ଦେଇଛି। ଏହାବାଦ ହଲଦିଆ ଏନର୍ଜୀ ୨୮୧ କୋଟି, ଧରିୱାଲ ଇନଫ୍ରା ୯୦ କୋଟି ଓ ଏମକେଜେ ଏଣ୍ଟରପ୍ରାଇଜେସ ୪୫.୯ କୋଟି ଟଙ୍କା ଟିଏମସିକୁ ଦେଇଛନ୍ତି।

ତାଲିକାର ତୃତୀୟ ସ୍ଥାନରେ କଂଗ୍ରେସ ରହିଛି। ବେଦାନ୍ତ କଂଗ୍ରେସକୁ ସବୁଠାରୁ ଅଧିକ ୧୨୫ କୋଟି ଟଙ୍କା ଦେଇଛି। ବେଦାନ୍ତ ବ୍ୟତୀତ ୱେଷ୍ଟର୍ଣ୍ଣ ୟୁପି ଟ୍ରାନ୍ସମିସନ କୋ ୧୧୦ କୋଟି, ଏମକେଜେ ଏଣ୍ଟରପ୍ରାଇଜେସ ୯୧.୬ କୋଟି, ଯଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲ ୬୪ କୋଟି ଓ ଆବେଶ ଟ୍ରେଡିଂ ଓ ଫାଇନାନ୍ସ ଲିଃ ୫୩ କୋଟି ଟଙ୍କା ଦେଇଛନ୍ତି। ଫ୍ୟୁଚର ଗେମିଂ ମଧ୍ୟ କଂଗ୍ରେସକୁ ୫୦ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ଦେଇଛି।

ତେଲଙ୍ଗାନାର ବିଆରଏସ୍‌କୁ ସବୁଠାରୁ ଅଧିକ ଟଙ୍କା ମେଘା ଇଞ୍ଜିନିୟରିଂ ଦେଇଛି। ଏହି ସଂସ୍ଥା ଦେଇଥିବା ଚାନ୍ଦାର ପରିମାଣ ୧୯୫ କୋଟି ଟଙ୍କା ରହିଛି। ଯଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲ ୯୪ କୋଟି, ଚେନ୍ନାଇ ଗ୍ରୀନ ଉଡ୍ସ ୫୦ କୋଟି, ଡା. ରେଡ୍ଡୀ ଲ୍ୟାବ ୩୨ କୋଟି ଓ ହେଟ୍ରୋ ଡ୍ରଗ୍ସ ଲିଃ ୩୦ କୋଟି ଦେଇଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଡିଏମକେ ୫୦୩ କୋଟି ଟଙ୍କା ଫ୍ୟୁଚର ଗେମିଂ ଠାରୁ ପାଇଛି। ମେଘା ଠାରୁ ଡିଏମକେ ୮୫ କୋଟି, ୱେଷ୍ଟୱେଲ ଗ୍ୟାସେସ ୮ କୋଟି, ଅସକସ ଲଜିଷ୍ଟିକ ୭ କୋଟି ଓ ଫର୍ଟାଇଲ୍ୟାଣ୍ଡ ଫୁଡ୍ସ ୫ କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି।

କେଉଁ କମ୍ପାନୀ କେତେ ଟଙ୍କାର ବଣ୍ଡ କିଣିଛନ୍ତି?

ଫ୍ୟୁଚର ଗେମିଂଟିଏମସକୁ ୫୪୨ କୋଟି, ଡିଏମକେକୁ ୫୦୩ କୋଟି, ୱାଏସ୍‌ଆର କଂଗ୍ରେସକୁ ୧୫୪ କୋଟି, ବିଜେପିକୁ ୧୦୦ କୋଟି ଓ କଂଗ୍ରେସକୁ ୫୦ କୋଟି ଟଙ୍କା ଦେଇଛି।

ମେଘା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର ଲିଃ ବିଜେପକୁ ସବୁଠାରୁ ଅଧିକ ୫୮୪ କୋଟି ଟଙ୍କା ଦେଇଥିବା ବେଳେ ବିଆରଏସ୍‌କୁ ୧୯୫ କୋଟି, ଡିଏମକେକୁ ୮୫ କୋଟି, ୱାଏସଆର କଂଗ୍ରେସକୁ ୩୭ କୋଟି ଓ ଟିଡିପିକୁ ୨୮ କୋଟି ଟଙ୍କା ଦେଇଛି।

କ୍ୱିକ ସପ୍ଲାଏ ଚେନ ବିଜେପିକୁ ୩୭୫ କୋଟି ଟଙ୍କା, ଶିବସେନାକୁ ୨୫ କୋଟି ଓ ଏନସିପିକୁ ୧୦ କୋଟି ଟଙ୍କା ଦେଇଛି।

ବେଦାନ୍ତ ଲିଃ ବିଜେପିକୁ ୨୩୦.୨ କୋଟି ଟଙ୍କା, କଂଗ୍ରେସକୁ ୧୨୫ କୋଟି ଟଙ୍କା ଓ ବିଜେଡିକୁ ୪୦ କୋଟି ଟଙ୍କା ଦେଇଛି।

ହଲଦିଆ ଏନର୍ଜୀ ଲିଃ ଟିଏମସିକୁ ୨୮୧ କୋଟି, ବିଜେପିକୁ ୮୧ କୋଟି ଓ କଂଗ୍ରେସକୁ ୧୫ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଛି।

Electoral Bonds Scheme Electoral Bonds Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe