Advertisment

ବିଦ୍ୟୁତ ବିଭାଗର ଝଟ୍‌କା, ଆସିଲା ୩୧ ଲକ୍ଷର ବିଲ୍‌

ପାଖାପାଖି ୩୧ ଲକ୍ଷ ଟଙ୍କାର ବକେୟା ବିଲ୍‌ ଥିବା ସେ ଜାଣିବା ପରେ ଶ୍ରମିକଙ୍କ ହୋସ୍‌ ଉଡ଼ି ଯାଇଛି।

ଅଦ୍ୟତନ ହୋଇଛି
Electricity Bill

Electricity Bill

Advertisment

ସୁଧୁରୁନି ବିଦ୍ୟୁତ୍‌ ବିଭାଗ। ସାଧାରଣ ଲୋକଙ୍କୁ ଦେଉଛି ଝଟ୍‌କା। ଧରାଉଛି ମୋଟା ଅଙ୍କର ବିଲ୍‌, ଯାହାକୁ ଦେଖି ଲୋକଙ୍କ ଉଡି ଯାଉଛି ହୋସ୍। କେତେବେଳେ ହଜାର ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସୁଛି ତ ଆଉ କେତେବେଳେ ଏହା ପହଞ୍ଚୁଛି ଲକ୍ଷେରେ। କିଛି ଅଧିକ ନ ଜଳାଇ ବି ବଢ଼ି ଯାଉଛି ବିଲ୍‌। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ବିହାର ମୁଜଫରପୁର ଜିଲ୍ଲାରେ।

Advertisment
Billବିଦ୍ୟୁତ୍‌ ବିଲ୍‌ ଧରି ଦେଖାଉଛନ୍ତି ସ୍ୱାମୀ-ସ୍ତ୍ରୀ

ବିହାର ମୁଜଫରପୁର ସିମରା ପଞ୍ଜାୟତର ଓ୍ୱାର୍ଡ ନଂ-୯। ଏଠାରେ ବିଦ୍ୟୁତ୍‌ ବିଭାଗର ଏକ ଅଜବଗଜବ ମାମଲା ସାମ୍ନାକୁ ଆସିଛି। ଜଣେ ସାଧାରଣ ଶ୍ରମିକଙ୍କୁ ଘରକୁ ୩୧ ଲକ୍ଷ ଟଙ୍କାର ବିଲ୍‌ ପଠାଇଛି ବିଦ୍ୟୁତ୍‌ ବିଭାଗ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ବିଦ୍ୟୁତ୍ ବିଲ୍ କେବଳ ଦୁଇମାସର। ମୋଟା ଅଙ୍କର ଏହି ବିଦ୍ୟୁତ୍‌ ବିଲ୍ ପାଇବା ପରେ ଶ୍ରମିକଙ୍କ ହୋସ୍‌ ଉଡି ଯାଇଛି।

ଦୁଇମାସ ପୂର୍ବେ ଏହି ଶ୍ରମିକଙ୍କ ଘରେ ଏକ ସ୍ମାର୍ଟ ମିଟର ଲଗାଯାଇଥିଲା। ବିଦ୍ୟୁତ୍ ଯୋଗାଣ ବି ଜାରି ରହିଥିଲା। ଏହା ପରେ ହଠାତ୍ ଦୁଇ ମାସ ପରେ ବିଦ୍ୟୁତ୍ କାଟ ହୋଇଯାଇଥିଲା। ଆଉ ଘରକୁ ୩୧ ଲକ୍ଷ ଟଙ୍କାର ବିଲ୍‌ ଆସିଥିଲା। ଏହି ପରିପ୍ରେକ୍ଷୀରେ ପୀଡିତା ଶୁଭଲାଲ ସାହନି କହିଛନ୍ତି ଯେ ଏହି ବିଦ୍ୟୁତ ସଂଯୋଗ ମୋ ପତ୍ନୀ ଫୁଲା ଦେବୀଙ୍କ ନାମରେ ଅଛି। ପ୍ରାୟ ଦୁଇମାସ ପୂର୍ବେ ବିଭାଗ ଦ୍ୱାରା ଏକ ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଯାଇଥିଲା। ଏହା ପରେ କିଛି ଦିନ ପାଇଁ ବିଦ୍ୟୁତ ଆସିଥିଲା ହେଲେ କିଛି ମାସ ପରେ ଏହା ବନ୍ଦ ହୋଇଯାଇଥିଲା।

Advertisment

ଶୁଭଲାଲ ସାହାନି ଆହୁରି କହିଛନ୍ତି, ଜୁନ ୨୦ ତାରିଖରେ ସେ ୪୦୦ ଟଙ୍କା ରିଚାର୍ଜ କରିଥିଲେ। କିନ୍ତୁ ବିଦ୍ୟୁତ ଯୋଗାଣ ଘରକୁ ଆରମ୍ଭ ହୋଇନଥିଲା। ଏହାପରେ ସେ ବିଦ୍ୟୁତ ବିଭାଗକୁ ଯାଇ ଅଧିକାରୀଙ୍କୁ ଜଣାଇଥିଲେ। ସେଠାରେ ତାଙ୍କର ପାଖାପାଖି ୩୧ ଲକ୍ଷ ଟଙ୍କାର ବକେୟା ବିଲ୍‌ ଥିବା ସେ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ତାଙ୍କର ହୋସ୍‌ ଉଡ଼ି ଯାଇଥିଲା।

ଶ୍ରମିକ କହିଛନ୍ତି ଯେ ତାଙ୍କ ଘରେ କେବଳ ଦୁଇରୁ ତିନିଟି ପଙ୍ଖା ଓ ବଲ୍‌ବ୍‌ ବ୍ୟବହାର କରାଯାଏ। ଦୁଇମାସ ପୂର୍ବେ ପ୍ରାୟ ୨୬୦୦ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ଥିଲା। ତା’ପରେ ବିଲ୍ କିପରି ଏତେ ବଢ଼ିଗଲା ତାହା ବୁଝିବା ବାହାରେ।

ବିଦ୍ୟୁତ ବିଭାଗର ଏହି ଦାୟିତ୍ୱହୀନ ମନୋଭାବ ଯୋଗୁଁ ଚିନ୍ତାରେ ପଡିଛନ୍ତି ଶ୍ରମିକ। ବିଲ୍‌ ଟଙ୍କା ପୈଠ କରିନଥିବା ଯୋଗୁ ତାଙ୍କ ବିଦ୍ୟୁତ୍‌ ମଧ୍ୟ କାଟି ଦିଆଯାଇଛି। ବିଲ୍‌ରେ ସୁଧାର ପାଇଁ ଶ୍ରମିକ ଜଣକ ଲଗାତର ବିଦ୍ୟୁତ୍‌ ବିଭାଗକୁ ଦୌଡୁଛନ୍ତି। ହେଲେ କିଛି ସୁଫଳ ମିଳୁନି। ସେପଟେ ଏହି ମାମଲାରେ ଜୁନିଅର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଅଭିଷେକ ରଂଜନ କହିଛନ୍ତି ଯେ ଅନିୟମିତତା ଅଭିଯୋଗ ଆସିଛି। ଶ୍ରମିକଙ୍କଠାରୁ ଲିଖିତ ଆବେଦନ କରାଯାଇଛି। ବେଳେବେଳେ ମିଟରରେ ଏଭଳି ତ୍ରୁଟି ଦେଖାଯାଏ। ତଦନ୍ତ ପରେ ଏହାକୁ ଠିକ୍‌ କରାଯିବ।

Bihar Electric Department Electricity Bill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe