Advertisment

ଉତ୍ସବ ମଝିରେ ପାଗଳ ହେଲା ହାତୀ, ୨୦ ଆହତ

ପାଖରେ ଠିଆ ହୋଇଥିବା ମହୁନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା। ଏପରିକି ଜଣଙ୍କୁ ଶଣ୍ଢରେ ଉଠାଇ କଚାଡ଼ି ପିଙ୍ଗି ଦେଇଥିଲା ହାତୀ।

Elephant Attack

Elephant Attack

Advertisment

ଉତ୍ସବ ମଝିରେ ଦନ୍ତାର ଉତ୍ପାତ। ରାଗିଗଲା ହାତୀ। ଯାହାକୁ ପାରିଲା ତାକୁ ଶୁଣ୍ଢରେ ଉଠାଇ କଚାଡିଲା। ଭୟରେ ଏପଟ ସେପଟ ଦୌଡିଲେ ଲୋକେ। ଏହି ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। କେରଳର ମଲପ୍ପୁରମର ଘଟିଛି ଏଭଳି କିଛି ଘଟଣା।

Advertisment

ମଲପ୍ପୁରମ ତିରୁର ବିପି ଅଙ୍ଗଡି। ଏଠାରେ ଥିବା ୟାହୁ ଥଙ୍ଗଲ ମନ୍ଦିରରେ ଚାରି ଦିନିଆ ବାର୍ଷିକ ଉତ୍ସବ ନେରଚା ପାଳନ କରାଯାଏ। ମଙ୍ଗଳବାର ଏହି ଉତ୍ସବର ଶେଷ ଦିନ ଥିଲା। ଏଥିପାଇଁ ଲୋକେ ବିଳମ୍ବିତ ରାତି ଯାଏଁ ବେଶ୍‌ ଧୁମ୍‌ଧାର ସହ ଏହି ଉତ୍ସବ ପାଳନ କରୁଥିଲେ। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ।

ସମାପନ ଉତ୍ସବର ଶୋଭ ବଢ଼ାଇବା ପାଇଁ ପାଞ୍ଚଟି ସୁସଜ୍ଜିତ ହାତୀକୁ ଅଣାଯାଇଥିଲା। ଏକତ୍ରିତ ହୋଇଥିବା ଭିଡ଼ ଭିତରେ ହାତୀମାନଙ୍କୁ ଠିଆ କରାଯାଇଥିଲା। ଏତିକି ବେଳେ ଏଥିରୁ ଗୋଟିଏ ହାତୀ ରାଗିଯାଇ ଭିଡ଼ ଉପରକୁ ମାଡ଼ି ଯାଇଥିଲା। ଏହାପରେ ଲୋକଙ୍କୁ ଆକ୍ରମଣ କରିଥିଲା।

Advertisment

ପାଖରେ ଠିଆ ହୋଇଥିବା ମହୁନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା। ଏପରିକି ଜଣଙ୍କୁ ଶଣ୍ଢରେ ଉଠାଇ କଚାଡ଼ି ପିଙ୍ଗି ଦେଇଥିଲା ହାତୀ। ଭୟରେ ଲୋକେ ଦୌଡିବାକୁ ଲାଗିଥିଲେ। ଫଲରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ଦଳାଚକଟାରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କୁ କୋଟ୍ଟାକଲର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

କେରଳର ଏହି ମନ୍ଦିରରେ ପ୍ରତି ୬ ବର୍ଷରେ ଥରେ ଏହି ଉତ୍ସବ ପାଳନ କରାଯାଏ। ଏହି ଉତ୍ସବକୁ ଦେଖିବାକୁ ପାଇଁ ବହୁ ସଂଖ୍ୟାରେ ଲୋକେ କୋଣ ଅନୁକୋଣରୁ ଆସନ୍ତି। ଏହି ଉତ୍ସବ ବେଳେ ହାତୀମାନଙ୍କୁ ସଜେଇବା ପରମ୍ପରା ମଧ୍ୟ ରହିଛି।

Video Viral Elephant Attack Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe