Advertisment

ବାନ୍ଧବଗଡ଼ ଟାଇଗର ରିଜର୍ଭରୁ ୪ ହାତୀଙ୍କ ମୃତଦେହ ଠାବ; ୫ ଗୁରୁତର

ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ହାତୀଙ୍କର ମୃତଦେହ ଠାବ ହୋଇଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ବ୍ୟତୀତ ୫ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
undefined

Elephants

ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ହାତୀଙ୍କର ମୃତଦେହ ଠାବ ହୋଇଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ବ୍ୟତୀତ ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଟାଇଗର ରିଜର୍ଭର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Advertisment

ଟାଇଗର ରିଜର୍ଭରେ ପାଟ୍ରୋଲିଂ କରୁଥିବା ଜଣେ ଫରେଷ୍ଟ ଗାର୍ଡ ଏହି ୪ ହାତୀଙ୍କ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ଏହି ସମୟରେ ସମାନ ହାତୀ ପଲର ଅନ୍ୟ ୫ ହାତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡ଼ିଛି। ସନ୍ଦେହ କରାଯାଉଛି ଯେ ହାତୀମାନେ ହୁଏତ କିଛି ବିଷାକ୍ତ କିମ୍ବା ନାର୍କୋଟିକ୍ ଯୁକ୍ତ ପଦାର୍ଥ ଖାଇଦେଇଛନ୍ତି। ତେବେ ମୃତ ୪ ହାତୀଙ୍କର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଯେଉଁଥିରୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ବନ୍ୟଜନ୍ତୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକାଧିକ ଡାକ୍ତରୀ ଦଳ ବର୍ତ୍ତମାନ ଅସୁସ୍ଥ ଥିବା ୫ ହାତୀଙ୍କର ଚିକିତ୍ସା ଚଳାଇଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଏହି ଡାକ୍ତରୀ ଦଳ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଶେଷଜ୍ଞମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଅନ୍ୟପଟେ ବାନ୍ଧବଗଡ ଟାଇଗର ରିଜର୍ଭ ଅଧିକାରୀମାନେ ଏହି ହାତୀପଲର ସୁସ୍ଥ ଥିବା ଅନ୍ୟ ଚାରିଟି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

Advertisment
Elephant Death Elephant In Jungle Bandhavgarh Tiger Reserve