Advertisment

ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ଲଞ୍ଚ ପାଇଁ ମିଳିଲା ଅନୁମତି

୨୦୨୨ରେ ଷ୍ଟାରଲିଙ୍କ ଭାରତରେ ବ୍ୟବସାୟକ କରିବା ପାଇଁ ପ୍ରଥମେ ଲାଇସେନ୍ସ ମାଗିଥିଲା। କିନ୍ତୁ ଜାତୀୟ ସୁରକ୍ଷା ସମେତ ବିଭିନ୍ନ କାରଣରୁ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ବିଳମ୍ବ ହୋଇଥିଲା।

Musk

Musk

Advertisment

ବିଶ୍ୱର ୧ନଂ ଧନୀ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତ ସରକାରଙ୍କ ପକ୍ଷରୁ ମିଳିଛି ବଡ଼ ଅନୁମତି। ଏହି ଅନୁମତି ଦ୍ୱାରା ଭାରତରେ ଷ୍ଟାରଲିଙ୍କର ବ୍ୟବସାୟିକ ଲଞ୍ଚ ପାଇଁ ବାଟ ଫିଟିଛି। ଦୀର୍ଘ ୨ ବର୍ଷ ହେଲାଣି ମସ୍କଙ୍କ କମ୍ପାନୀକୁ ଭାରତରେ ବ୍ୟବସାୟ ଆରମ୍ଭ କରିବାକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଏବେ ଭାରତରେ ବ୍ୟବସାୟ କରିବାକୁ ମସ୍କଙ୍କ କମ୍ପାନୀ ଅନୁମତି ପାଇଥିବା ଜଣାପଡ଼ିଛି।

Advertisment

ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ଷ୍ଟାରଲିଙ୍କ ତୃତୀୟ କମ୍ପାନୀ ଭାବେ ଲାଇସେନ୍ସ ପ୍ରାପ୍ତ କରାଯାଇଛି। ଏହାପୂର୍ବରୁ ଇଉଟେଲଷ୍ଟାର ୱାନୱେବ ଓ ରିଲାଏନ୍ସ ଜିଓର ସ୍ୟାଟେଲାଇଟ ଆର୍ମକୁ ଭାରତର ସରକାର ଲାଇସେନ୍ସ ଦେଇଥିଲେ। ଏବେ ଷ୍ଟାରଲିଙ୍କକୁ ଲାଇସେନ୍ସ ମିଳିବାର ଅର୍ଥ କମ୍ପାନୀ ଭାରତରେ ହାଇ ସ୍ପିଡ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବ। ସ୍ୟାଟେଲାଇଟ ନେଟୱର୍କ ଜରିଆରେ ଭାରତୀୟମାନେ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସେବା ପାଇପାରିବେ।

୨୦୨୨ରେ ଷ୍ଟାରଲିଙ୍କ ଭାରତରେ ବ୍ୟବସାୟକ କରିବା ପାଇଁ ପ୍ରଥମେ ଲାଇସେନ୍ସ ମାଗିଥିଲା। କିନ୍ତୁ ଜାତୀୟ ସୁରକ୍ଷା ସମେତ ବିଭିନ୍ନ କାରଣରୁ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଷ୍ଟାରଲିଙ୍କକୁ ଅନୁମତି ମିଳିଥିଲେ ହେଁ ଆମାଜନର ସ୍ୟାଟେଲାଇଟ ପ୍ରୋଜେକ୍ଟ କୁଇପର ଏବେ ବି ଭାରତ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି।

Advertisment

ନିକଟରେ ଷ୍ଟାରଲିଙ୍କ ଓ ରିଲାଏନ୍ସ ଜିଓ ସ୍ପେକ୍ଟରମ ବଣ୍ଟନ ଭାରତ ସରକାର କେମିତି କରିବେ, ତା’କୁ ନେଇ ଭିନ୍ନଭିନ୍ନ ମତ ରଖିଥିଲେ। ମୋବାଇଲ ନେଟୱର୍କ ଭଳି ସ୍ୟାଟେଲାଇଟ ଯୋଗାଯୋଗର ସ୍ପେକ୍ଟରମ ପାଇଁ ମଧ୍ୟ ଅକ୍ସନ ହେବା ଦରକାର ବୋଲି ଜିଓ ମତ ରଖିଥିଲା। ହେଲେ ଷ୍ଟାରଲିଙ୍କ ବିଡିଂ ବଦଳରେ ସିଧାସଳଖ ସ୍ପେକ୍ଟରମ ବଣ୍ଟନ ହେବା ସପକ୍ଷରେ କହିଥିଲା। ଶେଷରେ ଭାରତ ସରକାର ଷ୍ଟାରଲିଙ୍କ କଥାରେ ରାଜି ହୋଇଥିଲେ।

ଉପାନ୍ତ ଓ ଗ୍ରାମାଞ୍ଚଳରେ ଏବେ ବି ପାରମ୍ପରିକ ମୋବାଇଲ ନେଟୱର୍କ ଠିକ ଭାବେ ସେବା ଯୋଗାଇ ପାରୁ ନାହିଁ। ଏପରି କ୍ଷେତ୍ରରେ କେମିତି ଲୋକଙ୍କ ପାଖରେ କମ ଦାମରେ ଇଣ୍ଟରନେଟ ସେବା ପହଞ୍ଚିବ, ସେସମ୍ପର୍କରେ ଷ୍ଟାରଲିଙ୍କ କିମ୍ବା ଭାରତ ସରକାର କିଛି ବି କହି ନାହାନ୍ତି। ଯଦି ଷ୍ଟାରଲିଙ୍କ ଉପଯୁକ୍ତ ସେବା ପ୍ରଦାନ କରିବାରେ ସକ୍ଷମ ହେବ, ତା’ହେଲେ ଭାରତୀୟ ଇଣ୍ଟରନେଟ ସ୍ଥିତିରେ ନୂଆ ବିପ୍ଳବ ଆଣିବାରେ ସକ୍ଷମ ହେବ।

Elon Musk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe