Advertisment

ଭାରତ ଆସିବାକୁ ମନ ବଳାଇଲେ ମସ୍କ, କହିଲେ- ମୁଁ ମୋଦିଙ୍କ ଫ୍ୟାନ୍‌

ମସ୍କ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ନିଜକୁ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଏଥିସହ ଆସନ୍ତା ବର୍ଷ ଭାରତ ଆସିବାକୁ ବି ସେ ମନ ବଳାଇଛନ୍ତି।

Modi & Musk

Modi & Musk

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠୁ ୩ ଦିନିଆ ରାଜକୀୟ ଆମେରିକା ଗସ୍ତରେ ଯାଇଥିବା ବେଳେ ଟ୍ୱିଟରର ମାଲିକ ଏଲନ ମସ୍କଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ମସ୍କ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ନିଜକୁ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଏଥିସହ ଆସନ୍ତା ବର୍ଷ ଭାରତ ଆସିବାକୁ ବି ସେ ମନ ବଳାଇଛନ୍ତି।

Advertisment

ଆମେରିକା ଗସ୍ତ ଅବସରରେ ମୋଦି ନ୍ୟୁୟର୍କର ପ୍ୟାଲେସ ହୋଟେଲରେ ଅବସ୍ଥାନ କରିଥିବା ବେଳେ ସେଠାରେ ପହଞ୍ଚି ଟ୍ୱିଟର ମୁଖ୍ୟ ମସ୍କ ତାଙ୍କୁ ସାକ୍ଷାତ କରିଛନ୍ତି। ନିଜକୁ ମୋଦିଙ୍କ ପ୍ରଶଂସକ କହିବା ସହ ମସ୍କ କହିଛନ୍ତି ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ସମ୍ଭାବନା ଭରି ରହିଛି। ମୋଦି ଭାରତ ପାଇଁ ବହୁତ କିଛି କରିବାକୁ ଉତ୍ସାହିତ ଅଛନ୍ତି। ସେ ବିଦେଶୀ କମ୍ପାନୀମାନଙ୍କୁ ନିବେଶ ନିମନ୍ତେ ନିଜ ଦେଶକୁ ନିମନ୍ତ୍ରଣ କରିବା ସହ ସେମାନଙ୍କ ନିମନ୍ତେ ଉଦାରବାସୀ ମନୋଭାବ ପୋଷଣ କରୁଛନ୍ତି। ତେଣୁ ମୁଁ ତାଙ୍କ ଫ୍ୟାନ୍‌ ପାଲଟି ଯାଇଛି ବୋଲି କହିଛନ୍ତି ।

ମୋଦିଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ମସ୍କ କହିଛନ୍ତି, ଏହି ଆଲୋଚନା ଖୁବ୍‌ ଫଳପ୍ରଦ ହେଲା। ଆସନ୍ତା ବର୍ଷ ଭାରତ ଗସ୍ତରେ ଯିବା ନିମନ୍ତେ ଯୋଜନା କରୁଛି।

Advertisment

ମୋଦିଙ୍କ ସମ୍ପର୍କରେ ପଚାରିବାରୁ ମସ୍କ କହିଛନ୍ତି, ସେ ନିଜ ଦେଶକୁ ଖୁବ୍‌ ଭଲ ପାଉଥିବା ଜଣେ ପ୍ରଧାନମନ୍ତ୍ରୀ। ସେ ନିଜ ଦେଶର ଭବିଷ୍ୟତକୁ ନେଇ ଖୁବ୍‌ ଚିନ୍ତିତ ତଥା ବ୍ୟଗ୍ର । ତେଣୁ ବିଦେଶୀ କମ୍ପାନୀମାନେ କିପରି ଭାରତରେ ନିବେଶ ପାଇଁ ମନ ବଳାଇବେ ସେଥିପ୍ରତି ସେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ସେ ଆମକୁ ଭାରତରେ ନିବେଶ କରିବାକୁ ଉତ୍ସାହିତ ଓ ପ୍ରେରିତ କରୁଛନ୍ତି। ଆମେ ବି ଭାରତରେ ନିବେଶର ସୁଯୋଗ ଖୋଜୁଛି। କେବଳ ଠିକ୍‌ ସମୟକୁ ଅପେକ୍ଷା ବୋଲି କହିଛନ୍ତି ଟ୍ୱିଟର ମାଲିକ । 

ଏଥିସହ ଭାରତରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ( Star Link ) ସେବା ଯୋଗାଇବା ନିମନ୍ତେ ମନ ବଳାଇଛନ୍ତି ପୂର୍ବତନ ଟ୍ୱିଟର ସିଇଓ । ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳବାସୀଙ୍କୁ ଇଣ୍ଟରନେଟ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୫ ମସିହାରେ ଆମେରିକା ଗସ୍ତ ବେଳେ ମୋଦି କାଲିଫର୍ଣ୍ଣିଆସ୍ଥିତ ଟେସଲା ମୋଟର୍ସ କାରଖାନା ପରିଦର୍ଶନ କରି ଏଲନ ମସ୍କଙ୍କୁ ଭେଟିଥିଲେ। ଟେସଲା ଭାରତରେ ପ୍ରବେଶ ଲାଗି ଉଦ୍ୟମ ଜାରି ରଖିଥିବା ବେଳେ ଏପରି ସମୟରେ ପୁଣି ଥରେ ମୋଦି ଓ ମସ୍କଙ୍କ ସାକ୍ଷାତ ଖୁବ୍‌ ଗୁରୁତ୍ୱ ବହନ କରୁଛ।

Narendra Modi Elon Musk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe