Advertisment

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ, କାହିଁକି ଆସୁଛି ଏଭଳି ମେସେଜ?

କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Emergency-alert-message

Emergency-alert-message

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି। କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି। ପ୍ରକୃତରେ ଏହା ହେଉଛି ବିପର୍ଯ୍ୟୟ ଆଲର୍ମ।

Advertisment

ଫୋନ୍‌ରେ ବାଜୁଛି ବିପର୍ଯ୍ୟୟ ଆଲର୍ମ। ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା। ସାରାଦେଶର ନାଗରିକମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଫୋନରେ ଆଲର୍ମ ବାଜୁଛି।

ବିପର୍ଯ୍ୟୟ ବେଳେ ନାଗରିକମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି। ଅଲ୍ ଇଣ୍ଡିଆ ଏମର୍ଜେନ୍ସି ଆଲର୍ଟ ସିଷ୍ଟମ ଦ୍ୱାରା ବିପର୍ଯ୍ୟୟ ବେଳେ କିପରି ସଠିକ ସୂଚନା ଦିଆଯାଇ ପାରିବ ଏଥିପାଇଁ ପରୀକ୍ଷାନିରୀକ୍ଷା ଚାଲିଛି। ଭାରତ ସରକାରଙ୍କ ଟେଲିକମ୍ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ନମୂନା ପରୀକ୍ଷା ପଠାଯାଉଛି। ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା। ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି।

Advertisment

ସେଲ୍ ବ୍ରୋଡକାଷ୍ଟ ଆଲର୍ଟ ସିଷ୍ଟମ୍ ହେଉଛି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ, ଯାହା ବନ୍ୟା, ଭୂକମ୍ପ, ସୁନାମି ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସୂଚନାକୁ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ, ଫଳରେ ଠିକ୍ ସମୟରେ ଠିକ୍‌ ପଦକ୍ଷେପ ନିଆଯାଇପାରିବ। ମୁଖ୍ୟତଃ ସରକାରୀ ଏଜେନ୍ସି ଏବଂ ଜରୁରୀକାଳୀନ ସେବା ଜନସାଧାରଣଙ୍କୁ ସମ୍ଭାବ୍ୟ ବିପଦ ବିଷୟରେ ଅବଗତ କରାଇବା ଏବଂ ଜଟିଳ ପରିସ୍ଥିତି ସମୟରେ ମହତ୍ୱପୂର୍ଣ୍ଣ ଅପଡେଟ୍‌ ଦେବା ପାଇଁ ସେଲ୍ ବ୍ରଡକାଷ୍ଟିଂର ବ୍ୟବହାର କରନ୍ତି। 

Emergency Alert Android Cell Broadcasting System