Advertisment

ଅଳ୍ପକେ ବର୍ତ୍ତିଲେ ଶ୍ରୀ ଶ୍ରୀ ରବିଶଙ୍କର

ଜରୁରୀ ଅବତରଣ କରିଥିବା ହେଲିକପ୍ଟରରେ ରବିଶଙ୍କରଙ୍କ ସହ ଅଉ ତିନି ଜଣ ଥିଲେ। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Sri sri ravi shankar

Sri sri ravi shankar

ଅଳ୍ପକେ ବର୍ତ୍ତିଲେ ଆର୍ଟ ଅଫ୍ ଲିଭିଙ୍ଗ୍ ମୁଖ୍ୟ ଶ୍ରୀ ଶ୍ରୀ ରବିଶଙ୍କର। ତାଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। କୁହୁଡି ଓ ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି।

Advertisment

ତାମିଲନାଡୁ ଇରୋଡ ଜିଲ୍ଲାର ସତ୍ୟମଙ୍ଗଳମ ସଂରକ୍ଷିତ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ହେଲିକପ୍ଟରଟି ଓହ୍ଲାଇଥିଲା। ତେବେ ଏଥିରେ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସୁରକ୍ଷିତ ଅଛନ୍ତି। କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ସେ ବର୍ତ୍ତି ଯାଇଛନ୍ତି। ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

ଜରୁରୀ ଅବତରଣ କରିଥିବା ହେଲିକପ୍ଟରରେ ରବିଶଙ୍କରଙ୍କ ସହ ଅଉ ତିନି ଜଣ ଥିଲେ। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ରବିଶଙ୍କରଙ୍କ ଏହି ହେଲିକପ୍ଟର ଜରିଆରେ ବେଙ୍ଗାଲୁରୁରୁ ତାମିଲନାଡୁକୁ ଯାଉଥିଲେ।

Advertisment

ପୁଲିସ କହିବା ମୁତାବକ, ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ ନେଇ ସୂଚନା ମିଳିବା ପରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶ୍ରୀ ଶ୍ରୀ ରବି ଶଙ୍କର ଏଠାକୁ ଆସିଥିଲେ। କିନ୍ତୁ ଖରାପ ପାଗ ଯୋଗୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପୂର୍ବରୁ ହିଁ ହେଲିକପ୍ଟରଟିକୁ ଅନ୍ୟ ସ୍ଥାନରେ ଜରୁରୀ ଅବତରଣ କରିବାକୁ ପଡିଥିଲା। ୫୦ ମିନିଟ୍‌ ପରେ ପାଗ ସଫା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଛି।