Advertisment

ବିନା ଘୋଷଣାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି: ଅଶୋକ ଗେହଲଟ

ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଦେଶର ଅବସ୍ଥା ଅଧିକ ଖରାପ ରହିଛି।

undefined

Ashok Gehlot

Advertisment

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଗିରଫଦାରୀକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି କେନ୍ଦ୍ର ବିରୋଧରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି ଯେ, ବିନା ଘୋଷଣାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଦେଶର ଅବସ୍ଥା ଅଧିକ ଖରାପ ରହିଛି। ଏହା ଘୋଷଣା ନକରି ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ପବନ ଖେଡ଼ାଙ୍କ ଗିରଫଦାରୀ ଆମ ଦେଶକୁ ବଦନାମ କରିଛି। ଏହାଠାରୁ ଅଧିକ ଦୁର୍ଭାଗ୍ୟଜନକ କିଛି ହୋଇପାରେ ନାହିଁ। ସେଥିପାଇଁ ଆମ ଗଣତନ୍ତ୍ର ବିପଦରେ ଅଛି ଏବଂ ସମ୍ବିଧାନକୁ ଭାଙ୍ଗିରୁଜି ଦିଆଯାଉଛି ବୋଲି ସେ କହିଛନ୍ତି। ସେମାନଙ୍କର ଏହି ଗର୍ବ କାମ କରିବ ନାହିଁ। ଜନସାଧାରଣ ସେମାନଙ୍କର ଗର୍ବକୁ ନଷ୍ଟ କରିବେ ବୋଲି ସେ କହିଛନ୍ତି।

Advertisment

ଏହାପୂର୍ବରୁ ଆଜି କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ, ଆସାମ ପୁଲିସ ତାଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀରୁ ଗିରଫ କରିବା ପରେ ସେ ଦୀର୍ଘ ସମୟ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ଦେଖୁଛୁ କେଉଁ ପରିସ୍ଥିତିରେ ସେମାନେ ମୋତେ ନେଉଛନ୍ତି । ଏହା ଏକ ଲମ୍ବା ଯୁଦ୍ଧ ଏବଂ ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଖେଡ଼ା କହିଛନ୍ତି । ରାୟପୁର ଯିବା ପାଇଁ ପବନ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ତାଙ୍କୁ ଆସାମ ପୁଲିସ ଆସି ଗିରଫ କରିଥିଲା। ଶ୍ରୀ ଖେଡ଼ାଙ୍କୁ ବିମାନବନ୍ଦରରେ ଗିରଫ କରାଯିବା ପ୍ରତିବାଦରେ ଆଜି ବିମାନ ବନ୍ଦରରେ ଅନ୍ୟ କଂଗ୍ରେସ କର୍ମୀ ଓ ନେତାମା ମାନେ ଜୋରଦାର ବିରୋଧ କରଥିଲେ।

କଂଗ୍ରେସ ନେତାମାନେ କହିଥିଲେ ଯେ, ସେ କ’ଣ ଭୁଲ୍ କରିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି? କେଉଁ କାରଣ ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ସେମାନଙ୍କୁ କହିବାକୁ ପଡ଼ିବ ବୋଲି ସେମାନେ କହିଥିଲେ। ଗୁରୁବାର ପବନ ଅନ୍ୟ ଦଳୀୟ ନେତାଙ୍କ ସହ ରାୟପୁରରେ ଆୟୋଜିତ ଅଧିବେଶନରେ ଯୋଗଦେବାକୁ ଯାଉଥିଲେ। ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି।ପୱନ ଦିଲ୍ଲୀରୁ ରାୟପୁର ବିମାନରେ ବସିଥିଲେ। ତାଙ୍କୁ ହଠତ୍‌ ଓହ୍ଲାଇବାକୁ କୁହାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe