Advertisment

ଏନ୍‌କାଉଣ୍ଟର: ୪ ଦୁର୍ଦ୍ଦାନ୍ତ ନକ୍ସଲ ନିହତ

ପ୍ରବଳ ବର୍ଷା ସତ୍ତ୍ୱେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳେ ଇନ୍ଦ୍ରାବତୀ ନଦୀକୂଳରେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ଗୁଳି ବିନିମୟ ହୋଇଥିଲା। ପ୍ରଥମେ ନକ୍ସଲମାନେ ଆଖିବୁଜା ଗୁଳି କରି ଥିଲେ। ସୁରକ୍ଷାକର୍ମୀମାନେ ଏହାର ଦୃଢ଼ ଜବାବ ଦେଇଥିଲେ।

ଅଦ୍ୟତନ ହୋଇଛି
Security Force

Security Force

Advertisment

ମହାରାଷ୍ଟ୍ରର ଗଡ଼ଚିରୋଲି ପୁଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି ୪ ଜଣ ଦୁର୍ଦ୍ଦାନ୍ତ ନକ୍ସଲ। ମହାରାଷ୍ଟ୍ର-ଛତିଶଗଡ଼ ସୀମା କାୱାଣ୍ଡେରେ ଶୁକ୍ରବାର ସକାଳେ ହୋଇଛି ଏହି ଏନ୍‌କାଉଣ୍ଟର।

Advertisment

ମହାରାଷ୍ଟ୍ର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗଡ଼ଚିରୋଲିର ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ଏଥିରେ ୧୨ ସି୬୦ କୋମାଣ୍ଡୋ ଟିମ୍‌ର ୩୦୦ ଯବାନଙ୍କ ସହିତ ସିଆରପିଏଫ୍‌ର ଏକ ୟୁନିଟ ସାମିଲ ହୋଇଥିଲା। ଗୁଇନ୍ଦା ସୂଚନା ଆଧାରରେ ଗୁରୁବାରଠାରୁ କାୱାଣ୍ଡେ ଓ ନେଲଗୁଣ୍ଡା ଅଞ୍ଚଳରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପରେ ସେମାନେ ଇନ୍ଦ୍ରାବତୀ ନଦୀକୂଳ ଆଡ଼କୁ ଅଗ୍ରସର ହୋଇଥିଲା ଯାହା ନିକଟରେ କାୱାଣ୍ଡେରେ ଖୋଲିଥିବା ଫରୱାର୍ଡ ଅପରେଟିଂ ବେସ୍‌ ପାଖରେ ରହିଛି।

ପ୍ରବଳ ବର୍ଷା ସତ୍ତ୍ୱେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳେ ଇନ୍ଦ୍ରାବତୀ ନଦୀକୂଳରେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ଗୁଳି ବିନିମୟ ହୋଇଥିଲା। ପ୍ରଥମେ ନକ୍ସଲମାନେ ଆଖିବୁଜା ଗୁଳି କରି ଥିଲେ। ସୁରକ୍ଷାକର୍ମୀମାନେ ଏହାର ଦୃଢ଼ ଜବାବ ଦେଇଥିଲେ।

Advertisment

ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ପାର୍ଶ୍ୱରୁ ଗୁଳିମାଡ଼ ବନ୍ଦ ହେବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ସେତେବେଳେ ୪ ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ମୃତଦେହ ମିଳିଥିଲା। ମୃତଦେହଗୁଡ଼ିକ ନିକଟରୁ ଗୋଟିଏ ଅଟୋମେଟିକ ସେଲ୍‌ଫ ଲୋଡିଂ ରାଇଫଲ, ଦୁଇଟି .୩୦୩ ରାଇଫଲ୍‌ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହା ସହିତ କିଛି ୱାକି-ଟକି ଓ ନକ୍ସଲଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ବାକି ନକ୍ସଲମାନଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହା ପୂର୍ବରୁ ମେ’ ୨୧ ତାରିଖରେ ଛତିଗଡ଼ରେ ନକ୍ସଲଙ୍କୁ ଲାଗିଥିଲା ବଡ଼ ଧକ୍କା। ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଟିମ୍‌ର ଏନକାଉଣ୍ଟରରେ ୨୭ ଜଣ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବଡ଼ ନକ୍ସଲ ନେତା ତଥା ସିପିଆଇ-ଏମ୍‌ ସାଧାରଣ ସଂପାଦକ ନମ୍ବାଲା କେଶବ ରାଓ ଓରଫ ବାସବରାଜୁ (୭୦)। ଗୁଇନ୍ଦା ସୂଚନା ଆଧାରରେ ଛତିଶଗଡ଼ର ନାରାୟଣପୁର, ଦନ୍ତେୱାଡା, ବିଜାପୁର ଓ କୋଣ୍ଡାଗାଁଓ ଡିଆରଜି ଟିମ୍ ଏହି ଅପରେସନରେ ସାମିଲ ହୋଇଥିଲେ। ଏହି ଅପରେସନରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଅପରେସନ ପରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି।

Naxal Dead Naxal Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe