Advertisment

ସୁକମାରେ ଏନ୍‌କାଉଣ୍ଟର, ୬ ନକ୍ସଲ ଆହତ

ନକ୍ସଲଙ୍କ କ୍ୟାମ୍ପରୁ ବିପୁଳ ବିସ୍ଫୋରକ ସାମଗ୍ରୀ ସମେତ ବ୍ୟରେଲ ଗ୍ରେନେଡ୍ ଲଞ୍ଚର ଜବତ ହୋଇଛି।

Encounter In Sukma

Encounter In Sukma

Advertisment

ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୫ରୁ ୬ ନକ୍ସଲ ଆହତ ହୋଇଛନ୍ତି। ଏଥିସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡିଛି। 

Advertisment

ସୂଚନା ମୁତାବକ ଆଜି ସକାଳ ୭ଟାରେ ସୁକମାର ସକଲେର ଅଞ୍ଚଳରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା। ଏଥିରେ ୫ରୁ ୬ ନକ୍ସଲ ଆହତ ହୋଇଥିବା ସୁରକ୍ଷାବାହିନୀ ଦାବି କରିଛି। ଏଥିସହ ନକ୍ସଲଙ୍କ କ୍ୟାମ୍ପରୁ ବିସ୍ଫୋରକ ସାମଗ୍ରୀ ସମେତ ବ୍ୟରେଲ ଗ୍ରେନେଡ୍ ଲଞ୍ଚର ଜବତ ହୋଇଛି।  

କୋବରା ବଟାଲିଅନ ଓ ଏସ୍‌ଟିଏଫ୍ ଟିମ୍ ମିଳିତ ଭାବେ ଏହି ଏନ୍‌କାଉଣ୍ଟରରେ ସାମିଲ ଅଛନ୍ତି। ଆହୁରି ଅନେକ ନକ୍ସଲ ଲୁଚି ରହିଥିବା ସୂଚନା ମିଳିଛି। ଏଥିପାଇଁ ପୂରା ଅଞ୍ଚଳକୁ ଚାରିଆଡୁ ଘେରାବନ୍ଦି କରି  CoBRA/STF/CRPF ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। 

Advertisment
Police Encounter Naxal Chhatisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe