Advertisment

ପୁଲୱାମାରେ ଏନକାଉଣ୍ଟର; ସେନା ଗୁଳିରେ ଜଣେ ଆତଙ୍କୀ ସଫା

ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସଫା ହୋଇଛି ଜଣେ ଆତଙ୍କବାଦୀ ।

Army

Army

Advertisment

ଜମ୍ମୁ- କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସଫା ହୋଇଛି ଜଣେ ଆତଙ୍କବାଦୀ । ଏଥିସହ ଆଉ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରାବନ୍ଦୀ କରି ରଖିଥିବା ଜଣାଯାଇଛି।

Advertisment

ପୁଲୱାମା ଜିଲ୍ଲାର ଅର୍ଶିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଆଜି ଭୋରରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ବହୁ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଆଖିବୁଜା ଗୁଳି ଚାଳନା ହୋଇଥିଲା।

ଏଥିରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷା କର୍ମୀ ଘେରିଥିବା ଜଣାଯାଇଛି। ସେନା ଗୁଳିରେ ନିପାତ ହୋଇଥିବା ଆତଙ୍କୀଙ୍କ ମୃତଦେହ ପଡ଼ିଥିବା ବେଳେ ତାହାକୁ ଜବତ କରାଯାଇ ନ ଥିବା ସୂଚନା ମିଳିଛି।

Advertisment

ଏଥିସହ ଆଉ ଜଣେ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚିଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ଘେରି ରହିଥିବା ଜଣାଯାଇଛି। ଅଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁ ରହିଛି ।

ଜମ୍ମୁ- କଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ସେନା କଡ଼ା ନଜର ରଖିଛି। କିଛି ଦିନ ପୂର୍ବେ ଜମ୍ମୁ- କଶ୍ମୀରର ରାଜୌରି ଓ ପୁଚ୍ଛ ସୀମାବର୍ତ୍ତୀ ଅଞ୍ଚଳରେ ୭ ଆତଙ୍କୀଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବାନ୍ଧିଛି ସେନା।

ଏହି ସବୁ ଆତଙ୍କବାଦୀ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ, ବିସ୍ଫୋରକ ସାମଗ୍ରୀ, ନିଶା ପଦାର୍ଥ ଆଦି ସୀମାପାର୍‌ ଅଞ୍ଚଳରୁ ଭାରତକୁ ଆଣିବାରେ ସକ୍ଷମ ହେଉଥିଲେ। ଏହାପରେ ଭାରତର ବିଭିନ୍ନ ପ୍ରାନ୍ତକୁ ସେମାନେ ଏହାକୁ ଚାଲାଣ କରୁଥିଲେ। ଏହି ଗ୍ୟାଙ୍ଗର ମୁଖିଆ ମୋହମ୍ମଦ କାସିମଙ୍କ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରି ସେନା ପକ୍ଷରୁ ଏକ ପୋଷ୍ଟର ଜାରି କରାଯାଇଛି।

Jammu Kashmir Terrorist Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe