ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ସଫା, ହେଡ୍‌ କନଷ୍ଟେବଳ ସହିଦ

ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ଆହତ ହୋଇଛନ୍ତି। ଉଭୟଙ୍କ ଦେହରେ ଗୁଳି ବାଜିଛି।

Representational Image

  • Published: Sunday, 29 September 2024
  • , Updated: 29 September 2024, 09:23 AM IST

ଜମ୍ମୁ-କଶ୍ମୀରରେ ପୁଣି ଏନ୍‌କାଉଣ୍ଟର। ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ସେହିପରି ଅତଙ୍କବାଦୀଙ୍କ ସହ ମୁକାବିଲା ବେଳେ ଜଣେ ହେଡ୍‌ କନଷ୍ଟେବଳ ସହିଦ ହୋଇଛନ୍ତି।

ଜମ୍ମୁ-କଶ୍ମୀର କଠୁଆରେ ଶନିବାର ଘର ଭିତରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ପୁଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସମୟରେ କଠୁଆ ଜିଲ୍ଲାର କୋଗ-ମଣ୍ଡଳି ଗାଁରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ।

ଆତଙ୍କବାଦୀଙ୍କ ସହ ମୁକାବିଲା ବେଳେ ପୁଲିସ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସିର ଅହମ୍ମଦ। ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ଆହତ ହୋଇଛନ୍ତି। ଉଭୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଜମ୍ମୁର ଅତିରିକ୍ତ ପୁଲିସ୍ ଡିଜି।

ସେପଟେ ଗତକାଲି ସନ୍ଧ୍ୟାରେ କୁଲଗାମ ଜିଲ୍ଲାରେ ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅପରେସନ୍‌ ବେଳେ ଜଣେ ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

Related story