Advertisment

କଠୁଆ ପରେ ରଜୌରୀରେ ଏନକାଉଣ୍ଟର

ଏହାପୂର୍ବରୁ ଗତକାଲି ରାତିରୁ କଠୁଆରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

author-image
Hemant Lenka
Jammu

Jammu

ଜମ୍ମୁ-କଶ୍ମୀରର ରଜୌରୀରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ପକ୍ଷ ମଧ୍ୟରେ ଚାଲିଛି ଗୁଳି ବିନିମୟ। ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରି ଲୁଚି ରହିଥିବା ଆତଙ୍କବାଦୀଙ୍କ ମୁକାବିଲା କରୁଛନ୍ତି।

Advertisment

ଏହାପୂର୍ବରୁ ଗତକାଲି ରାତିରୁ କଠୁଆରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏସବୁ ଭିତରେ ରଜୌରୀର ଥାନାମଣ୍ଡି ଅନ୍ତର୍ଗତ ମାନିଆଲ ଗଳି ନିକଟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରିବାକୁ ଚେଷ୍ଟା କରିଥିଲେ। ହେଲେ ଆତଙ୍କବାଦୀମାନେ ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ।

Advertisment

ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଫଳରେ ଦୁଇ ପକ୍ଷ ମଧ୍ୟରେ ବଡ଼ଧରଣର ଗୁଳି ବିନିମୟ ଆରମ୍ଭ ହୋଇଯାଇଛି। ଏନକାଉଣ୍ଟର ଖବର ମିଳିବା ପରେ ଅତିରିକ୍ତ ସୁରକ୍ଷାବଳ ଘଟଣାସ୍ଥଳକୁ ଯାଇଛନ୍ତି।

ଏହାପୂର୍ବରୁ କଠୁଆରେ ହୋଇଥିବା ଏନକାଉଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏନକାଉଣ୍ଟର ସ୍ଥଳରୁ ଶନିବାର ମୃତଦେହ ଉଦ୍ଧାର ହୋଇଛି।ମୃତଦେହ ନିକଟରୁ ଗ୍ରେନେଡ ଲଞ୍ଚର, କିଛି ଗ୍ରେନେଡ ଓ ଅନ୍ୟାନ୍ୟ ଜିନିଷ ମିଳିଛି।

ତେବେ ତା’ର ପରିଚୟ ମିଳି ପାରି ନାହିଁ। କିନ୍ତୁ ସେ ପାକିସ୍ତାନରେ ସକ୍ରିୟ ଜୈଶ ଇ-ମହମ୍ମଦ ଆତଙ୍କୀ ସଂଗଠନର ସଦସ୍ୟ ବୋଲି କୁହାଯାଉଛି। କଠୁଆ ଏନକାଉଣ୍ଟରରେ ଜମ୍ମୁ କଶ୍ମୀର ପୁଲିସ୍‌ର ହେଡ କନଷ୍ଟେବଲ ବଶିର ଅହମଦ ମଧ୍ୟ ସହିଦ ହୋଇଛନ୍ତି।

Jammu Kashmir Encounter Encounter In Rajouri Jammu High Alert