Army personal
ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଉଥିବା ଆତଙ୍କୀ ହମଲା ମଧ୍ୟରେ ଆଜି ପୁଣି ଏକ ଏନକାଉଣ୍ଟର ହୋଇଛି। ସୋପୋର ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ସୋପୋର ଜିଲ୍ଲୀ ୱାଟରଗମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିତିଲା। ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଥିଲେ ଆତଙ୍କବାଦୀ। ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ କରାଯାଇଛି।
ଏଥିରେ ମୃତ କିମ୍ବା ଆହତଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ। ୱାଟରଗମ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ କଶ୍ମୀର ଜୋନରେ ସର୍ଚ୍ଚ ଅପରେସନ କଡ଼ାକଡ଼ି କରାଯାଇଛି।
ଗତ ଦୁଇ ମାସ ହେବ ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲା ବଢିଚାଲିଛି। ଏହି ସପ୍ତାହ ଆରମ୍ଭରେ ଉଧମପୁର ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଲଢେଇ କରି ଜଣେ ସିଆରପିଏଫ ୟବାନ ଶହୀଦ ହୋଇଥିଲେ। ସେହିପରି ଅଗଷ୍ଟ 14ରେ ମଧ୍ୟ ଦୋଡା ଏନକାଉଣ୍ଟର ସମୟରେ ଜଣେ ସେନା ଅଧିକାରୀ ଶହୀଦ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us